ପାରାଦୀପ : କଳିଙ୍ଗ ବୀରତ୍ୱ ର ଗାଥା ବହନ କରୁଥିବା ଆମ ଓଡ଼ିଆ ର ଅନନ୍ୟ ପରମ୍ପରା କୁ ଉଜ୍ଜିବିତ କରିବା ଉଦ୍ଦେଶ୍ଯ ରେ ପ୍ରତିବର୍ଷ ମହା ଆଡମ୍ବର ରେ ପାଳିତ ହେଇ ଚାଲିଛି କଳିଙ୍ଗ ବାଲିଯାତ୍ରା | ପାରାଦୀପ ବିଜୁ ମୈଦାନ ରେ ଚଳିତ ବର୍ଷ ନଭେମ୍ବର 26 ରୁ ଡିସେମ୍ବର 3 ତାରିଖ ପର୍ଯ୍ୟନ୍ତ କଳିଙ୍ଗ ବାଲିଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ବିଜୁ ମୈଦାନ ରେ ମଧ୍ଯ ରାଜ୍ଯ ତଥା ରାଜ୍ଯ ବାହାର ର ବ୍ୟବସାୟୀ ମାନେ ଆସି ପହଂଚି ସାରିଲେଣି | ଗତ ବର୍ଷ ରାଜନୈତିକ ଛକା ପଞ୍ଝା ମଧ୍ୟରେ ଶେଷ ଦିନ ତଥା ଉଦଯାପନୀ ଉସ୍ତବରେ ଅତିଥି ଙ୍କ ମରୁଡି ଦେଖିବାକୁ ମିଳିଥିଲା | ଗତ ବର୍ଷ ଉପସ୍ଥାପିକା ଙ୍କ ତଣ୍ଟି ଠାକିବା ଓ ସଂକୃତିକ ମଂଚ ରେ ସେତେଟା ଆଖି ଦୃଶିଆ ଝଲକ ଦେଖିବାକୁ ମିଳିନଥିବା ବେଳେ ଚୟନ କର୍ତା ଙ୍କୁ ନେଇ ଉଠିଥିଲା ପ୍ରଶ୍ନ | ଚଳିତ ବର୍ଷ ମଧ୍ଯ ପୁଣି ସେହିଭଲି ହେବାକୁ ଯାଉଥିବା ଆଲୋଚନା ହେଲାଣି | ସାଂସ୍କୃତିକ କମିଟି, ପ୍ରଚାର ଓ ପ୍ରସାର କମିଟି, ଖାଦ୍ୟ କମିଟି ଆଦି ବିଭିନ୍ନ ସବ କମିଟି ଥିବା ବେଳେ ସେମାନଙ୍କୁ ନେଇ ସବୁ ନିଷ୍ପତ୍ତି ଗ୍ରହଣ କରା ଯିବାକୁ ନିୟମ ରହିଚି | କିନ୍ତୁ ଗତ ବର୍ଷ ପରି ଚଳିତ ବର୍ଷ ଜୈନିକ ବ୍ୟକ୍ତି ସବ କମିଟି ବୈଠକ ଡ଼କା ଯିବା ପୂର୍ବରୁ ସବୁ ଏକା ଏକା ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି | ଆଉ ମାତ୍ର ଗୋଟାଏ ଦିନ ହାତରେ ଥିବା ଓ ସବୁ ନିଷ୍ପତ୍ତି ସାରି ପୋଗ୍ରାମ ଛପା ସରିଥିବା ବେଳେ ଧର୍ମକୁ ଆଖିଠାର ଭଳି ସବ କମିଟି ବୈଠକ ଡକାଯାଇ ଥିବା ମଧ୍ଯ ଚର୍ଚା ହେଉଛି | ମୁଖ୍ୟତଃ ଉପସ୍ଥାପିକା ଓ ସାଂସ୍କୃତିକ ଟିମ ରେ ବିଶେଷ ଭାବେ ଜୈନିକ ବ୍ୟକ୍ତି ଜଣଙ୍କର ପ୍ରବଳ ଆଗ୍ରହ ଓ ବେଶ ଭଲ ଉପାର୍ଜନ କୁଆଡେ ହୁଏ ବୋଲି ମଧ୍ଯ ଆଲୋଚନା ହେଲାଣି | କମ୍ପାନୀ ମାନେ ପ୍ରତିବର୍ଷ ଠାରୁ ଚଳିତ ବର୍ଷ ଢେର ଅଧିକ ବା ଦୁଇଗୁଣା ଆର୍ଥିକ ସାହାଯ୍ଯ ଦେଉଥିବା ବେଳେ ଏହାକୁ ଆଖିରେ ରଖି କୁଆଡେ ସମ୍ପୃକ୍ତ ବ୍ୟକ୍ତି ଆଉ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଛାଡି ଯାଉ ନଥିବା ଓ କାଗଜ କଲମ ଧରି ଷ୍ଟଲ ବୁକିଂ ଠାରୁ ସାଇକେଲ ଷ୍ଟାଣ୍ଡ ପର୍ଯ୍ୟନ୍ତ ସବୁଥିରେ ହସ୍ତକ୍ଷେପ କରୁଥିବା କୁହାଯାଉଛି | ଜିଲ୍ଲା ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସମ୍ପୃକ୍ତ ବ୍ୟକ୍ତି ଙ୍କ ଦ୍ଵାରା ପରିଚାଳିତ ହେବାକୁ ଯାଉଥିବା ସମସ୍ତ କାର୍ଯ୍ୟର ତଦାରଖ କରିବା ପାଇଁ ଦାବି ହେଉଛି |