ପାରାଦୀପ : ପାରାଦୀପ ଗଡ଼ ଗେଟ ବଜାର ପାଖ ହାତୀ କଣ୍ଟା ନିକଟରେ ରାସ୍ତାରେ ଓଲଟୀଲା ଗ୍ୟାସ ଟ୍ୟାଙ୍କର | ପାରାଦୀପ ରୁ ଗ୍ୟାସ ନେଇ OD05 AH 4499 ନମ୍ବର ବିଶିଷ୍ଟ ଟ୍ୟାଙ୍କର ଟି ଝାରସୁଗୁଡ଼ା ଯାଉଥିବା ବେଳେ ହଠାତ ଭାରସ୍ୟାମ ହରାଇ ଗଡ଼ ଗେଟ ବଜାର ପାଖ ହାତୀ କଣ୍ଟା ନିକଟରେ ଓଲଟି ଯାଇଚି | ଦୁର୍ଘଟଣା ରେ ଗ୍ୟାସ ଲିକ୍ ହୋଇ ନଥିବା ବେଳେ ଏହାକୁ ସତର୍କତାର ସହ ଉଠାଇବାକୁ ପ୍ରୟାସ ଦିର୍ଘ ସମୟ ଧରି କରିଥିଲା ଅଗ୍ନିଶମ ବାହିନୀ | ଅଗ୍ନିଶମ ବାହିନୀ ର 3 ଟି ଟିମ ସେଠାରେ ମହଜୁଦ ରହି ଅକ୍ଲାନ୍ତ ପରିଶ୍ରମ କରିଥିବା ଦେଖିବାକୁ ମିଳିଛି | କିଭଳି ଟ୍ୟାଙ୍କର ରୁ ଗ୍ୟାସ ନିର୍ଗତ ନହେବ ତାକୁ ନେଇ ବେଶ ସତର୍କତା ଅବଲମ୍ବନ କରିଥିଲେ ଅଗ୍ନିଶମ ବିଭାଗ | କିନ୍ତୁ ଟ୍ୟାଙ୍କର ଟି ପୁରା ରାସ୍ତା ମଝିରେ ଓଲଟି ଥିବାବେଳେ ପାରାଦୀପ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମସ୍ତ ଗାଡି କୁ ଅଟକା ଯାଇଥିଲା | ଯାହା ଫଳରେ ଦିର୍ଘ 8 ଘଣ୍ଟା କାଳ ରାସ୍ତା ରେ ଗାଡିମଟର ଚଳାଚଳ ବନ୍ଦ ହୋଇଥିଲା | ପରିସ୍ଥିତି ଏଭଳି ହୋଇଥିଲା ଯେ ପାରାଦୀପ ଅଠରବାଙ୍କୀ ପର୍ଯ୍ୟନ୍ତ ରାସ୍ତା ଜାମ ଥିବା ଦେଖିବାକୁ ମିଳିଥିଲା | ଆଖ ପାଖ ରେ ଥିବା ଘର ଦୋକାନ ଗୁଡିକରେ ସମସ୍ତେ ନିଆଁ ର ବ୍ୟବହାର ନକରିବାକୁ ଡାକ ବାଜି ଜନ୍ତ୍ର ସାହାଯ୍ୟରେ ପ୍ରଚାର ମଧ୍ଯ କରାଯାଇଥିଲା | ଅନ୍ୟପକ୍ଷରେ ଦୁର୍ଘଟଣା ଘଟିଥିବା ଟ୍ୟାଙ୍କର ର ଡ୍ରାଇଭର ଓ ହେଲପର ଆହତ ହୋଇଥିବା ମଧ୍ଯ ଜଣାପଡିଛି | ସନ୍ଧ୍ୟା 7 ଟା ରେ ଗ୍ୟାସ ଭର୍ତି ଟ୍ୟାଙ୍କର କୁ ଉଠାଯାଇଛି |