Odisha news

100 ବେଆଇନ ଗ୍ୟାସ ଟାଙ୍କି ଜବତ

0
ପାରାଦୀପ : ଅନୁମତି ନଥିଲା କି ଏଜେନ୍ସି ମଧ୍ଯ ନେଇ ନଥିଲେ  | କିନ୍ତୁ ପ୍ରତିଦିନ ବିକ୍ରି କରୁଥିଲେ ଶହ ଶହ ଗ୍ୟାସ ଟାଙ୍କି  | ତାହା ପୁଣି ଗୋଟିଏ କମ୍ପାନୀ ର ନୁହଁ ସବୁ କମ୍ପାନୀ ର ଗ୍ୟାସ ଟାଙ୍କି ତାଙ୍କ ପାଖରେ ଥିଲା  | ବଟି ଆଉ ମାସିକିଆ ଦେଇ ଚଳାଇ ଆସୁଥିଲେ ସେ ବେପାର | ଆଉ ଶେଷରେ ଆଜି ପ୍ରସାଶନ ସେଠାରେ ପହଂଚି ଚଢାଉ କରି ଚୋରା ବେପାର ର କରିଦେଲା ପର୍ଦ୍ଦାଫାସ | ଜବତ କଲା 100 ଟି ପୂର୍ଣ୍ଣ ଥିବା ଗ୍ୟାସ ଟାଙ୍କି | ଏଭଳି ଘଟଣା ଆଜି ଦେଖିବାକୁ ମିଳିଛି ପାରାଦୀପ ତାରେଣୀଗଡ଼ା ଗିରିଧାରୀ ଛକ ସୋମନାଥ ପୃଷ୍ଟି ଙ୍କ ଘର ଭିତରୁ  | ନିଜ ଘରେ ବେଆଇନ ଭାବେ ଏହି ଗ୍ୟାସ ଟାଙ୍କି ରଖି ସେ ତାରେଣୀଗଡ଼ା ସହ ବିଭିନ୍ନ ହୋଟେଲ କୁ ମଧ୍ଯ ଯୋଗାଉଥିଲେ | ଅନେକ ଲୋକ କାର୍ଯ୍ୟ ଅନ୍ୱେଷଣରେ ଆସି ବନ୍ଦର ନଗରୀ ପାରାଦୀପ ରେ ରହୁଥିବା ବେଳେ ଖାଇବା ରୋଷେଇ କରିବା ପାଇଁ ଗ୍ୟାସ ଟିଏ ଦରକାର ହେଉଥିବା ବେଳେ ବିନା କାଗଜପତ୍ରରେ ସୋମନାଥ ଯୋଗାଇ ଦେଇଥାନ୍ତି ଗ୍ୟାସ ଭରା ଥିବା ଟାଙ୍କି  | ଚଢା ଦର ରେ ବିକ୍ରି କରୁଥିବା ବେଳେ ସୋମନାଥ ଙ୍କ ଠାରୁ ବାହାରୁ ଆସି ରହୁଥିବା ଲୋକମାନେ ଟାଙ୍କି କିଣି ନିଅନ୍ତି | ଏହି ଚୋରା କାରବାର ସ୍ଥଳରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ , ଯୋଗାଣ ନିରୀକ୍ଷକ ଏବଂ ସ୍ତାନୀୟ ପୋଲିସ ପହଂଚି ଚଢାଉ କରି ସବୁ ଟାଙ୍କି କୁ ଜବତ କରିବା ସହ ଗ୍ୟାସ ସିଲିଣ୍ଡର କୁ ଓଜନ କରିବାରେ ଲାଗୀ ପଡିଛନ୍ତି  | ପ୍ରଶ୍ନ ଉଠୁଛି ଖାଉଟି ଙ୍କ ନାମରେ ଗ୍ୟାସ କମ୍ପାନୀ ଗ୍ୟାସ ଟାଙ୍କି ଯୋଗାଇ ଦେଉଥିବା ବେଳେ ଏତେ ପରିମାଣ ର ଟାଙ୍କି ଆଉ ଗ୍ୟାସ ସୋମନାଥ ଆଣିଥିଲେ କେଉଁଠୁ  | ତାଙ୍କୁ ଦେଉଥିଲା କିଏ | ପ୍ରତି ମାସରେ ହଜାର ହଜାର ଗ୍ୟାସ ଟାଙ୍କି ସୋମନାଥ ଙ୍କୁ ଯୋଗାଉଥିବା ଏଜେନ୍ସି କିଏ | ଯାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି |
Leave A Reply