Odisha news

ଛାତ୍ର କଂଗ୍ରେସ ପକ୍ଷରୁ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ପାଇଁ ପ୍ରତିବାଦ ।

0
ପାରାଦୀପ: ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବିଭିନ୍ନ ମୌଳିକ ସମସ୍ୟା ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ମହାବିଦ୍ୟାଳୟ ଫାଟକ ସମୁଖରେ ପ୍ରତିବାଦ । ଦୀର୍ଘ ୪୩ ବର୍ଷର ଏକ ପୁରାତନ ଶିକ୍ଷାନୁଷ୍ଠାନରେ ମୌଳିକ ସୁବିଧା ଯୋଗାଇବା ରେ କଲେଜ ପରିଚାଳନା ସମିତି ଓ ଅଧ୍ୟକ୍ଷ ବିଫଳ କୁ ନେଇ ଛାତ୍ର ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଉକ୍ତ ମହାବିଦ୍ୟାଳୟର ପ୍ରାୟ ଦୁଇ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସମୟରେ ଏଠାରେ ଆବଶ୍ଯକିୟ ଶ୍ରେଣୀ ଗୃହ ଅଭାବ ରହିଛ। ଯାହା ବି ଶ୍ରେଣୀ ଗୃହ ରହିଛି ସେଥିରେ ଫ୍ୟାନ କିମ୍ବା ବିଦ୍ୟୁତ ସୁବିଧା ନାହିଁ । ବହୁ ସମୟରେ ପାଠ ପଢୀବାକୁ ଗଲେ ଛାତ୍ରଛାତ୍ରୀ ମାନେ ଅସୁସ୍ଥ କିମ୍ବା ଅଚେତ ହୋଇ ଫେରୁଛନ୍ତି । ମହାବିଦ୍ୟାଳୟରେ ପରିସରରେ ପିବା ନିମନ୍ତେ ବିଶୁଦ୍ଧ ପାନିୟ ଜଳ ବ୍ୟବସ୍ଥା ନାହିଁ କିମ୍ବା ଶୌଚ ହେବା ପାଇଁ ମହାବିଦ୍ୟାଳୟ ପରିସରରେ ଶୌଚାଳୟ ସୁବିଧା ନାହିଁ ଯାହା ପାଇଁ ଛାତ୍ରଛାତ୍ରୀ ମାନେ ନାନାଦି ଅସୁବିଧାର ସମୁଖିନ ହେବାରୁ ବହୁବାର ଅଭିଯୋଗ କଲେ ମଧ୍ୟ ଅଧ୍ୟକ୍ଷ ମହୋଦୟ ନିରବ ଦ୍ରଷ୍ଟା ସାଜିଥାନ୍ତି । ଛାତ୍ର କଂଗ୍ରେସ ପକ୍ଷର ରାଜ୍ୟ ଛାତ୍ର କଂଗ୍ରେସ ଉପ-ସଭାପତି ସୁନିଲ କୁମାର ମାଟିଆ ଙ୍କ ତତ୍ତ୍ବାବଧାନରେ ପ୍ରତିବାଦରେ ଜଗତସିଂହପୁର ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଜେନା ଙ୍କ ନେତୃତ୍ବରେ ଶତାଧିକ ଛାତ୍ରଛାତ୍ରୀ ଏଖାଠି ହୋଇ କଲେଜ ଫାଟକ ସମୁଖରେ ହରତାଳ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବିକାଶ ସ୍ବାଇଁ, ସନ୍ତୋଶ ଦାସ, ସୁଧିର ପରିଜା, ଜ୍ଞାନରଞ୍ଜନ ସାହୁ, ପମୁଖ ଉପସ୍ଥିତ ରହୁଥିଲେ।
Nalco
Leave A Reply