ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ଯାଜପୁର ବ୍ଲକ ମାଳଆନ୍ଦପୁର ପଂଚାୟତର ସଠିପୁର ବଜାରରେ କୋଭିଡ-୧୯ ନିୟମକୁ ଉଲଙ୍ଗନ କରି ବିବାହ ଭୋଜି ଚାଲିଥିବା ବେଳେ ଘଟଣାସ୍ଥଳେ ଥାନାଧିକାରୀ ଅଜୟ କୁମାର ଜେନା ସଦଳବଳେ ପହଂଚି ଭୋଜି ବନ୍ଦ କରିବା ସହ ଅମୂଲ୍ୟ ସାହୁଙ୍କୁ ଉଠାଇ ଆଣିଥିଲା । ପରେ ପୁଲିସ ମା ଓ ଦୁଇ ପୁଅଙ୍କ ନାମରେ ମାମଲା ରୁଜ୍ଜୁ କରିଛି ।
ପ୍ରକାଯେ ସଠିପୁର ବାଲିପଶି ଗ୍ରାମର ୰ ପ୍ରଭାକର ସାହୁଙ୍କ ସାନ ପୁଅର ବିବାହର ଆଜି ଚତୁର୍ଥô ଭୋଜିଥିଲା । ଭୋଜିରେ ସମସ୍ତ ସରକାରୀ ଆଇନ କାନୁନକୁ ଫାଙ୍କି ୨ଶହରୁ ଉଦ୍ଧଁ ଲୋକଙ୍କ ଭୋଜି ଚାଲିଥିଲା । ଖବର ପାଇ ପୁଲିସ ଚଢାଉ କରି ଭୋଜି ବନ୍ଦ କରିଥିଲ । ଏନେଇ ପ୍ରଭାକରଙ୍କ ସ୍ତ୍ରୀ ଶ୍ରୀମତି ସାହୁ, ପୁଅ ଅମୂଲ୍ୟ ସାହୁ ଓ ସଂଜୟ ସାହୁଙ୍କ ନାମରେ ମାମଲା ରୁଜ୍ଜୁ କରିବା ସହ ସେମାନଙ୍କୁ ନୋଟିସ ଦେଇ ଛାଡିଥିବା ପୁଲିସ ସୂତ୍ରରୁ ପ୍ରକାଶ ।