Odisha news

କରଞ୍ଜିଆରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

0

• ଠାକୁରମୁଣ୍ଡା-କରଞ୍ଜିଆ ସହିତ ମୋର ସମ୍ପର୍କ ବହୁତ ପୁରୁଣା

• ୨୦ ବର୍ଷ ତଳେ ମୁଁ ଏଠାରେ କଲେକ୍ଟର ଥିଲି, ସେତେବେଳେ ଏଠାରେ ଭଲ ରାସ୍ତା ନଥିଲା, ଜଙ୍ଗଲ ଭିତରେ ଲୋକମାନେ ବହୁତ ଅସୁବିଧାରେ ଯିବା ଆସିବା କରୁଥିଲେ

• ଆଜି ମୁଖ୍ୟମନ୍ତ୍ରୀ ଏ ଅଞ୍ଚଳର ବହୁ ପରିବର୍ତ୍ତନ ଘଟାଇଛନ୍ତି

• ନବୀନ ବାବୁ ଆପଣଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି, ଅନ୍ୟମାନେ ଆପଣଙ୍କୁ ଭୋଟ ପାଇଁ ରଖିଛନ୍ତି

• ନବୀନ ବାବୁ ଆପଣଙ୍କ ଭାଷା, କଳା, ସଂସ୍କୃତି, ପୂଜାସ୍ଥଳୀ, ଦେବସ୍ଥଳୀ ଓ ଜାଗିରାର ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି

• ଆଦିବାସୀ ଭାଇଭଉଣୀମାନେ କୋର୍ଟକଚେରୀ ଆସି ହେଉଥିବା ହଇରାଣରୁ ମୁକ୍ତ କରିବା ପାଇଁ ସେମାନଙ୍କ ଉପରୁ ୫୦ ହଜାରରୁ ଅଧିକ ପୋଲିସ୍‍, ଅବକାରୀ ଓ ଜଙ୍ଗଲ କେଶ୍‍ ରଦ୍ଦ କରିଛନ୍ତି

• ସାରା ଭାରତବର୍ଷରେ ଓଡ଼ିଶାରେ ଅଧିକ ଆଦିବାସୀ ଝିଅ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି

• ଅନ୍ୟରାଜ୍ୟମାନଙ୍କରେ ଟ୍ରାଇବାଲ ବଜେଟ କମି କମି ଯାଉଛି, ନବୀନ ବାବୁ ଓଡ଼ିଶାରେ ପ୍ରତିବର୍ଷ ଏହାକୁ ବଢ଼ାଉଛନ୍ତି

• ନବୀନ ବାବୁ ଆପଣଙ୍କ ସହିତ ସବୁଦିନ ଅଛନ୍ତି

• ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ

• ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ବିଜୁଳି ବିଲ୍‍ ଛାଡ଼୍‍ ହେବ

• ଦ୍ୱିତୀୟ ଦସ୍ତଖତରେ ବି.ଏସ୍‍.କେ.ୱାଇ କାର୍ଡରେ ସମସ୍ତେ ସାମିଲ ହେବେ ଏବଂ

• ତୃତୀୟ ଦସ୍ତଖତରେ ମିଶନଶକ୍ତି ମା ଓ ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା

• ବିଜୁଳି ବିଲ୍‍ ଛାଡ଼ ହେଲେ ଆପଣମାନେ ଖୁସି ହେବେ ତ ?

• ଆମ ମୁଖ୍ୟମନ୍ତ୍ରୀ କଥା କମ୍‍ କହନ୍ତି କାମ ବେଶୀ କରନ୍ତି

• ବିରୋଧୀ ବିଜେପି ନେତାମାନେ ଆସି ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

• ସେମାନେ କହୁଛନ୍ତି ବିଜୁଳି ମାଗଣା ଦେବେ

• ଏଥିପାଇଁ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡ଼ିବ, ତା’ପରେ ସୋଲାର ପ୍ୟାନେଲ ମାଧ୍ୟମରେ ଆପଣମାନେ ସୂର୍ଯ୍ୟକିରଣରୁ ବିଜୁଳି ପାଇବେ, ଏହା ହେଉଛି ବିରୋଧୀ ଦଳର ମାଗଣା ବିଜୁଳି, ଦିନରେ ଲଣ୍ଠନ ଦେଖାଉଛନ୍ତି

• କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପିଇବା ପାଣି, ଦେବକୁଣ୍ଡର ଉନ୍ନତି, ଅନେକ ରାସ୍ତା ଓ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଯୋଗାଇ ଦେଇଛନ୍ତି, ଜଳସେଚନର ସୁବିଧା ପାଇଁ ୧୨୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ଠାକୁରମୁଣ୍ଡା, କରଞ୍ଜିଆ ଓ ଶରତର ଶହ ଶହ ମନ୍ଦିରର ଉନ୍ନତି କରାଯାଇଛି

• ପ୍ରତ୍ୟେକ ଗୋଟିଏ ଗୋଟିଏ ଭୋଟ ଆପଣଙ୍କ ଉନ୍ନତି, ଆପଣଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ

Leave A Reply