Odisha news

ଆଦିବାସୀମାନଙ୍କ ବିକାଶ ପାଇଁ ମୋଦି ସରକାର ସମର୍ପିତ : କାଳିରାମ ମାଝୀ

0

 ଓଡ଼ିଶାର ଆଦିବାସୀ ସମାଜକୁ ମୋଦି ଯେଉଁ ଗୌରବ ଦେଇଛନ୍ତି ତାହା ଆଜି ପର୍ଯ୍ୟନ୍ତ କେହି ଦେଇନାହାନ୍ତି
 ଆଦିବାସୀ କଲ୍ୟାଣ ପାଇଁ ଗତ ୧୦ବର୍ଷରେ ମୋଦି ସରକାରରେ ପାଖାପାଖି ୩୭୦୦ କୋଟି ଟଙ୍କାର ଅନୁଦାନ ଓଡ଼ିଶାକୁ ଦେଇଛନ୍ତି
 ଆଦିବାସୀମାନଙ୍କ ସ୍ୱରକୁ ଚାପି ଦେବା ପାଇଁ ବିଜେଡି ସର୍ବଦା ଚେଷ୍ଟା କରୁଛି
 କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଓଡ଼ିଶାର କୁଇ, ଦେଶିଆ, ଗଡବା, ଜୁଆଙ୍ଗ, କିସାନ, ସାନ୍ତାଳୀ ଓ ସଉରୀ ଭାଷାରେ ବର୍ଣ୍ଣବୋଧ ତିଆରି କରି ଶିକ୍ଷାଦାନ କରାଯାଉଛି
 କଳାହାଣ୍ଡି, କୋରାପୁଟ, କାଶୀପୁର ଯଥା ରାୟଗଡାର ୨ଶହଟି ଆଦିବାସୀ ଗାଁକୁ ଆଜି ପର୍ଯ୍ୟନ୍ତ ସଡକ ତିଆରି କରିବାରେ ବିଫଳ ରାଜ୍ୟ ସରକାର
 କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜରେ ମେଡିକାଲ କଲେଜ ନରେନ୍ଦ୍ର ମୋଦିଜୀଙ୍କ ଅନୁଦାନରେ ହୋଇଛି
ଭୁବନେଶ୍ୱର, ତା.୨୧/୦୫: ବିଜେପି ରାଷ୍ଟ୍ରୀୟ ଦଳ ହେବା ସତ୍ୱେ ଓଡିଶାର ଜଣେ ଆଦିବାସୀ ମହିଳା ଦୌପଦୀ ମୁର୍ମୁଙ୍କୁ ସମ୍ବିଧାନର ସର୍ବୋଚ୍ଚ ସ୍ଥାନରେ ଦେଇ ରାଷ୍ଟ୍ରପତି କରାଇଛନ୍ତି ଯଶସ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ । ସେତିକି ନୁହେଁ ଆଦିବାସୀ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଦିବସ ୧୫ନଭେମ୍ବରକୁ ଜନଜାତୀୟ ଗୌରବ ଦିବସ ରୂପେ ୨୦୨୧ମସିହାଠାରୁ ପାଳନ କରାଯାଉଛି । ଓଡ଼ିଶାର ଆଦିବାସୀ ସମାଜକୁ ମୋଦି ଯେଉଁ ଗୌରବ ଦେଇଛନ୍ତି ତାହା ଆଜି ପର୍ଯ୍ୟନ୍ତ କେହି ଦେଇନାହାନ୍ତି । ଜନଜାତିଙ୍କ ବିକାଶ କଥା ଚିନ୍ତାକଲେ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ଯେଉଁ ସରକାର ଗଠନ ହୋଇଥିଲା ସେ ସମୟରେ ଜନଜାତିଙ୍କ ସ୍ୱତନ୍ତ୍ର ଅନୁଦାନ, ଆଦବାସୀଙ୍କ କଳା, ସଂସ୍କୃତିକୁ ଉଜିବିତ୍ କରିବା ପାଇଁ ମନ୍ତ୍ରଣାଳୟ ଖୋଲାଗଲା । ଅଟଳ ବିହାରୀ ଯେଭଳି ଜନଜାତିଙ୍କ ବିକାଶ ପାଇଁ ଚିନ୍ତା କଲେ ସେଭଳି ଓଡ଼ିଶାର ଜଣେ ଆଦିବାସୀ ଲୋକ ଜୁଏଲ ଓରାମଙ୍କୁ ପ୍ରଥମ କରି ଅନୁଦାନ ମନ୍ତ୍ରଣାଳୟର ମନ୍ତ୍ରୀ କଲେ । ଜୁଏଲ ଆଦିବାସୀଙ୍କ ବିକାଶ କରିବା ସହ ଆଦିବାସୀ ଭାଷାର ମାନ୍ୟତା କରାଇଥିଲେ । ସେହିଭଳି ବିଭିନ୍ନ ଯୋଜନାରେ ଆଦିବାସୀମାନଙ୍କ ଗତିକୁ ବଢ଼ାଇବା ପାଇଁ ମୋଦିଜୀ ବିଭିନ୍ନ ଯୋଜନା କରିଛନ୍ତି ବୋଲି ଏସ୍ଟି ମୋର୍ଚ୍ଚା ଜାତୀୟ ସାଧାରଣ ସମ୍ପାଦକ ତଥା କୋରାପୁଟ ସାଂସଦ ପ୍ରାର୍ଥୀ କାଳିରାମ ମାଝୀ କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଆଦିବାସୀ କଲ୍ୟାଣ ପାଇଁ ଗତ ୧୦ବର୍ଷରେ ମୋଦି ସରକାରରେ ପାଖାପାଖି ୩୭୦୦କୋଟି ଟଙ୍କାର ଅନୁଦାନ ଓଡ଼ିଶାକୁ ଦିଆଯାଇଛି । ବିଜେଡି ସର୍ବଦା କହୁଛି ଜନଜାତିଙ୍କ ପାଇଁ ବିଭିନ୍ନ ଯୋଜନା କରିଛି ତାହା ସମ୍ପୂର୍ଣ୍ଣ ମିଛ । କେନ୍ଦ୍ରୀୟ ଅନୁଦାନରେ ରାଜ୍ୟ ସରକାର ଜନଜାତିଙ୍କ ପାଇଁ କାର୍ଯ୍ୟ କରୁଛନ୍ତି । ଅନୁଛେଦ ୨୭୫(୧) ଆଦିବାସୀ କଲ୍ୟାଣ ପାଇଁ କେନ୍ଦ୍ରୀୟ ପାଣ୍ଠି ଅନୁସାରେ ଏଯାବତ୍ ୧,୦୭୫ କୋଟି ଦିଆଯାଇଛି, ଏହା ଦ୍ୱାରା ରାଜ୍ୟରେ ବିଭିନ୍ନ ଆଦିବାସୀ ସ୍କୁଲ ପାଇଁ ହଷ୍ଟେଲ, ସ୍କୁଲ ବିଲ୍ଡିଂ, ନୂତନ ତିଆରି ହୋଇଥିବା ଆଇଟିଡିଏ ଏବଂ ଏହାର କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଭିତିଭୂମି ସୁବିଧା ଏହା ଅନୁଦାନ ଦ୍ୱାରା ତିଆରି ହେଉଛି । ଐତିହାସିକ ସମ୍ବିଧାନ (ଅନୁସୂଚିତ ଜାତି ଓ ଜନଜାତି) ଆଦେଶ ସଂଶୋଧନ ବିଲ୍ -୨୦୨୪ପାରିତ ହେବା ସହ ଦୀର୍ଘ ୭୫ବର୍ଷରୁ ନିଜର ସମ୍ବିଧାନିକ ଅଧିକାରରୁ ବଂଚିତ ଥିବା ଓଡ଼ିଶାର ୪ଟି ବିଶେଷ ରୂପେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ(ପିଭିଟିଜି)ପାଉଡି ଭୂଆଁ, ଚୁକ୍ତିଆ ଭୁଞ୍ଜିଆ, ବୋଣ୍ଡା ଓ ମାଙ୍କଡିଆଙ୍କ ସହ ୧୫ଟି ଜନଜାତି ସମୁଦାୟରେ ୫୩ଟି ଉପଜାତିଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରଦାନ କରି ଅନୁସୂଚିତ ଜାତି ତାଲିକାରେ ସାମିଲ କରାଯାଇଛି ।
ଆଦିବାସୀମାନଙ୍କ ସ୍ୱରକୁ ଚାପି ଦେବା ପାଇଁ ବିଜେଡି ସର୍ବଦା ଚେଷ୍ଟା କରୁଛି । ଓଡ଼ିଶାରେ ୬୪ପ୍ରକାର ଉପଜାତି ଓ ୧୩ପ୍ରକାର ପ୍ରିମିଟିଭ ଟ୍ରାଇବାଲ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପିଭିଟିଜି ମିଶନ ଯୋଜନାରେ ଓଡ଼ିଶାର ପ୍ରାୟ ୧୩ଟି ଆଦିବାସୀ ସମୁଦାୟ ଲାଭାନ୍ୱିତ ହେଉଛନ୍ତି । ଓଡ଼ିଶାକୁ ଏଯାବତ୍ ୧୪୬.୩୩ କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଏହି ଯୋଜନାରେ ଗାଁ ଗୁଡିକରେ ରାସ୍ତା, ସ୍କୁଲ, ଅଙ୍ଗନବାଡି, ପାନୀୟ ଜଳ ସୁବିଧା, ସ୍ୱରୋଜଗାର ପାଇଁ କୃଷି ଉପକ୍ରମ ଆଦି ହାତକୁ ନିଆଯାଉଛି । ୧୬୮୩ ଆଦିବାସୀ ଗାଁରେ ବସବାସ କରୁଥିବା ୨ଲକ୍ଷ ୯୬ହଜାର ଆଦିବାସୀ ଭାଇମାନଙ୍କ ପାଇଁ ଏହି ଯୋଜନା ଲାଭାନ୍ୱିତ ହେବ । ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଯୋଜନାରେ ଓଡିଶାରେ ମୋଟ ୧୧୪ସ୍କୁଲ ଖୋଲିବାର ଯୋଜନା ଅଛି, ତନ୍ମଧ୍ୟରୁ ମୋଟ ୧୦୬ ସ୍କୁଲକୁ ସ୍ୱୀକୃତି ଦିଆଯାଇ ସାରିଛି । ଏହି ସ୍କୁଲରେ ଏବେ ପ୍ରାୟ ୧୦ହଜାର ଜଣ ପିଲା ପଢ଼ୁଥିବା ବେଳେ ଏହାର ନିର୍ମାଣ ଓ ପରିଚାଳନା ନିମନ୍ତେ ଗତ ୩ ବର୍ଷରେ ୪୪୯କୋଟି ଟଙ୍କା ଅନୁଦାନ ଦିଆଯାଇଛି । ଭାରତ ସରକାର ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରି ମାଟ୍ରିକ, ପୋଷ୍ଟ ମାଟ୍ରିକ, ନ୍ୟାସନାଲ ଫେଲୋସିପ୍, ଟପ୍ କ୍ଲାସ ସ୍କଲାରସିପ୍, ନ୍ୟାସନାଲ ଓଭରସିଜ୍ ସ୍କଲାରସିପ୍ ପାଂଚୋଟି ବୃତି ଯୋଜନା ଚଳାଉଛନ୍ତି । ଏହି ଯୋଜନାରେ ଓଡ଼ିଶାକୁ ଏଯାବତ୍ ମୋଟ ୧୬୭୮.୪୬କୋଟି ଟଙ୍କା ଅନୁଦାନ ଦିଆଯାଇଛି ।
ଆଦିବାସୀ ଭାଷାର ଶିକ୍ଷାଦାନ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଓଡ଼ିଶାର କୁଇ, ଦେଶିଆ, ଗଡବା, ଜୁଆଙ୍ଗ, କିସାନ, ସାନ୍ତାଳୀ ଓ ସଉରୀ ଭାଷାରେ ବର୍ଣ୍ଣବୋଧ ତିଆରି କରି ଶିକ୍ଷାଦାନ କରାଯାଉଛି । ଭାଷାରେ ଶିକ୍ଷାଦାନ ପାଇଁ ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ ପାଠ୍ୟ ସାମଗ୍ରୀ ବିକଶିତ କରାଯାଇଛି । ସେହିପରି ଓଡିଶାର ଆଦିବାସୀମାନଙ୍କୁ ରାଜ୍ୟ ସରକାର ଲଘୁ ବନଜାତ ଦ୍ରବ୍ୟର ଅର୍ଥ ସଠିକ୍ ଦେଉନାହାନ୍ତି, କିନ୍ତୁ ମୋଦି ଚିନ୍ତା କରି ସହାୟତା ମୂଲ୍ୟ ୫୦କୋଟି ଟଙ୍କା ଦେଇଛନ୍ତି, ୮କୋଟିରୁ ଅଧିକ ଟଙ୍କା ଅନୁଦାନ ଦିଆଯାଇଛି । ଆଦିବାସୀ କଲ୍ୟାଣ ପାଇଁ ସାମାଜିକ ସଂସ୍ଥାକୁ ୩୦ଟି ସାମାଜିକ ସଂସ୍ଥା ରହିଛି , ସେଥିରୁ ୮୭କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ନବୀନ ବାବୁ ୨୪ବର୍ଷ ଶାସନ କରିବା ପରେ ମଧ୍ୟ ଆଦିବାସୀଙ୍କୁ ସ୍ୱଚ୍ଛ ପାଣି ମୁନ୍ଦାଏ ଯୋଗାଇ ଦେବାରେ ବିଫଳ ହୋଇଛନ୍ତି । ଆଦିବାସୀଙ୍କୁ ଆଗକୁ ଆଣିବାର ଶତପ୍ରତିଶତ ଚେଷ୍ଟା କରିଛି ବିଜେପି ସରକାର ।
କଳାହାଣ୍ଡି, କୋରାପୁଟ, କାଶୀପୁର ଯଥା ରାୟଗଡାର ୨ଶହଟି ଆଦିବାସୀ ଗାଁକୁ ଆଜି ପର୍ଯ୍ୟନ୍ତ ସଡକ ତିଆରି କରିବାରେ ବିଫଳ ହୋଇଛନ୍ତି । କେନ୍ଦ୍ର ଟଙ୍କା ଦେଉଛି ଆଦିବାସୀଙ୍କ ବିକାଶ ପାଇଁ, କିନ୍ତୁ ଏହାକୁ ଲୁଟ୍ କରୁଛି ବିଜେଡି । କୋରାପୁଟ, କଳାହାଣ୍ଡି, ମୟୂରଭଞ୍ଜରେ ମେଡିକାଲ କଲେଜ ନରେନ୍ଦ୍ର ମୋଦିଜୀଙ୍କ ଅନୁଦାନରେ ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

Ad2
Leave A Reply