ତା ୨୦/୨/୨୦୨୨ ଆଠଗଡ଼ ଆଜି ତିଗିରିଆ ବ୍ଲକ ରେ ୧୪ ଗୋଟି ଗ୍ରାମ ପଞ୍ଚାୟତ ଓ ୨ ଟି ଜିଲ୍ଲାପରିଷଦ ଆସନ ପାଇଁ ଭୋଟ ଗ୍ରହଣ ହୋଇଯାଇଛି, ଏଥିରେ ୫୯୦୧୯ ଜଣ ଭୋଟର ମତଦାନ ଅଧିକାର ହାସଲ କରିଥିବା ବେଳେ୫୧୯ ଜଣ ପ୍ରାର୍ଥୀ ଙ୍କ ଭାଗ୍ୟ ନିର୍ଧାରଣ ବାସ୍କ ଭିତରେ ସିଲ୍ ହୋଇଛି, ସୂଚନା ଅନୁଯାୟୀ ୨୧୭ ଟି ବୁଥ୍ ରେ ଭୋଟ ଗ୍ରହଣ ହୋଇଯାଇଛି, ପ୍ରତି ବୁଥ୍ ରେ ଜଣେ ସୁରକ୍ଷା କର୍ମୀ ଙ୍କୁ ମିଶାଇ ୪ ଜଣ ଲେଖାଏଁ ପୁଲିଂ କର୍ମଚାରୀ ନିଯୁକ୍ତି ରହିଥିଲେ, ଏଠାରେ ୨୧୭ ୱାଡ଼ରେ ୫୪ ଜଣ ସରପଞ୍ଚ ଏବଂ ୯ ଜଣ ଜିଲ୍ଲାପରିଷଦ ୪୪ ଜଣ ସମିତି ସଭ୍ୟ ୪୧୨ ଜଣ ୱାଡ଼ ମେମ୍ବର ମଧ୍ୟରୁ ୬୧ ଜଣ ସଭ୍ୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି, ଏହି ବ୍ଲକ ରେ ନିର୍ବାଚନ ସାଧାରଣତ ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି,