ପାରାଦୀପ୍ – ସ ବ୍ୟୁ – ଆସିଲେ ପିଟିଲେ , ମହିଳା ଓ ଛୋଟ ଛୁଆ ଙ୍କୁ ମଧ୍ଯ ଛାଡିଲେ ନାହିଁ | ଢିଙ୍କିଆ ଗାଁ ପାଲଟିଲା ପୁଣି ରଣକ୍ଷେତ୍ର | ମାଡ ଭୟରେ ଲୋକେ ଅତିଷ୍ଠ | ଢିଙ୍କିଆ ରେ ଆଜି ପୁଣି ଉତେଜନା | ପୋଲିସ ଲାଠି ମାଡ଼ ଆଉ ନିର୍ଯ୍ୟାତନା ଘଟଣା ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ରେ ବିଚାର ଚାଲିଥିବା ବେଳେ ଉଚ୍ଚନ୍ୟାୟାଳୟ ପାଞ୍ଚ ଜଣିଆ ଓକିଲ ଟିମ୍ କୁ ଆଜି ସ୍ଥିତି ଅନୁଧ୍ୟାନ କରିବା ପାଇଁ ପଠାଇଥିଲେ | ସେମାନଙ୍କ ଆଗରେ ନିଜ ଦୁଃଖ ବଖାଣିବାକୁ କିଛି ଲୋକ ଆସୁଥିବା ବେଳେ ଗୋଟିଏ ଗୋଷ୍ଠୀ ତାଙ୍କୁ ଅନୁଧ୍ଯାନ କାରୀ ଟିମ୍ ପାଖକୁ ଛାଡି ନଥିଲା | ପରିସ୍ଛିତି ଏପରି ହୋଇଥିଲା ଯେ ଦୁଃଖ ବଖାଣିବାକୁ ଆସିଥିବା ଲୋକ ମାଡ ଖାଇ ଘରକୁ ଫେରିଲେ | ଶୁଣିଲେ ତ କିଭଳି ଅସୁରକ୍ଷିତ ମଣୁଛନ୍ତି ଲୋକେ | ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେବାକୁ ବି ଡର | ଗତ ଜାନୁୟାରୀ 14, ତାରିଖ ପୋଲିସ ଲାଠି ମାଡ଼ ପରେ ଲହୁଲୁହାଣ ହୋଇଥିବା ଢିଙ୍କିଆ ବାସୀ ଏବେ ଅଧିକଂଶ ଭୟରେ | ନିଜ୍ ଦୁଃଖ ବି ଜଣେଇବାକୁ ସେମାଙ୍କ ପାଖରେ ସାହସ ନାହିଁ |
ଗୋଟିଏ ପଟେ ପୋଲିସ ର ଭୟ ଆଉ ଆରପଟେ ଗୁଣ୍ଡା ଙ୍କ ଭୟ | ଜିନ୍ଦଲ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ଜିଦଖୋର ପ୍ରଶାସନ ଆଗରେ ଢିଙ୍କିଆ ବାସୀ ଏବେ ପୁରା ଅସହାୟ ପରି ଜମାପଡୁଛି | ଆଜିକାର ପରିସ୍ଛିତି ଦେଖି ସବୁ ଘଟଣା ଉଚ୍ଚନ୍ୟାୟାଳୟ କୁ ଅବଗତ କରାଯିବ ବୋଲି ଅନୁଧ୍ଯାନ କାରୀ ଟିମ୍ କହୁଥିବା ବେଳେ ନିଜେ ତହସିଲଦାର ଘଟଣା ସ୍ଥଳରେ ଥାଇ ଘଟଣା କୁ ଦେଖିଥିବା ଓ ପ୍ରଶାସନ ଏହି ଘଟଣା କୁ ନେଇ କି ପଦକ୍ଷେପ ନେଉଛି ତାହା ତ ସମୟ କହିବ , ହେଲେ ଅନେକ୍ ଲୋକ ଏବେ ବି ଦେଢ ମାସ ହେବ ପୋଲିସ ଗିରଫଦାରୀ ଭୟରେ ଲୁଚି ରହିଥିବା ବେଳେ ସେମାନେ କିଭଳି ଘରକୁ ଫେରିବେ ଓ ଢିଙ୍କିଆ ରେ କିଭଳି ଶାନ୍ତି ଫେରିବ ତାହା ଗୁରୁତର ସହ ବିଚାର କରିବା ଉଚିତ୍ | ସତରେ ଢିଙ୍କିଆ ରେ କଣ ଶାନ୍ତି ଫେରିବ , ନା ସପକ୍ଷ ବିପକ୍ଷ ଲଢେଇ ରେ ଲୋକଙ୍କ ଭାଇଚାରା ନ୍ ଷ୍ଟ ହେବ ତାହା ଦେଖିବାକୁ ବାକି ରହିଲା |
ଅନ୍ୟପକ୍ଷରେ ସେହି ସମୟ ରେ କଂଗ୍ରେସ୍ ର ଜିଲ୍ଲାପରିଷଦ ପ୍ରାର୍ଥୀ ପିନାକୀ ନାରାୟଣ ଦାସ ତାଙ୍କ ସମର୍ଥକ ମାନସ କର ଓ କିଛି ଲୋକ ପ୍ରଚାର ପାଇଁ ଆସୁଥିବା ବେଳେ ସେମାନେ ମଧ୍ଯ ବର୍ତ୍ତୀ ନଥିଲେ | ହଠାତ୍ ପିନାକୀ ଙ୍କ ସମର୍ଥକ ଙ୍କ ଉପରେ ମଧ୍ଯ ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ପ୍ରାର୍ଥୀ ପିନାକୀ | ବେଳ ଏଭଳି ଆସିଲା ଯେ ଢିଙ୍କିଆ କୁ ଗଲେ ଲୋକ ମାଡ ମାରୁଥିବା ସେ ପ୍ରକାଶ କରିଛନ୍ତି | କମ୍ପାନୀ ନୁହେ ସାଧାରଣ ଲୋକ ଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଶାସନ ଦୃଷ୍ଟି ରଖନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି |