କାଳିପଲ୍ଲୀ ପଂଚାୟତ : ସରପଂଚ ପ୍ରାର୍ଥିନୀ ଏନ୍. ତେଜସ୍ୱିନୀ ଓ ସମିତିସଭ୍ୟ ପ୍ରାର୍ଥୀ ଏସ୍. ରମେଶଙ୍କ ଜୋରଦାର ପ୍ରଚାର
ଛତ୍ରପୁର 17/2 : ଛତ୍ରପୁର ବ୍ଲକ କାଳିପଲ୍ଲୀ ପଂଚାୟତରେସରପଂଚ ପ୍ରାର୍ଥିନୀ ଏନ୍. ତେଜସ୍ୱିନୀ ଏବଂ ସମିତିସଭ୍ୟ ପ୍ରାର୍ଥୀ ଏସ୍. ରମେଶଙ୍କ ଜୋରଦାର ପ୍ରଚାର ଆଜି ଦେଖିବାକୁ ମିଳିଛି । ପଂଚାୟତ ର ଶହ ଶହ ସମର୍ଥକ ମାନଙ୍କ ସହ ଉଭୟ ପ୍ରାଥୀ ମାନେ ଘର କୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି l ଏହା ସହିତ ଏକ ବିରାଟ ବାଇକ ଶୋଭାଯାତ୍ର ସହ ବହୁ ମହିଳା ଓ ପୁରୁଷ ମାନେ ପଂଚାୟତ ସାରା ବୁଲି ସରପଞ୍ଚ ପ୍ରାର୍ଥୀନୀ ଏନ. ତେଜସ୍ୱିନୀ ଓ ସମିତି ସଭ୍ୟ ପ୍ରାର୍ଥୀ ଏସ. ରମେଶଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲେ l
କାଳିପଲ୍ଲୀ ପଂଚାୟତରେ ହେଉଥିବା ବ୍ୟାପକ ଦୁର୍ନିତି ତଥା ଯୋଜନା ସବୁକୁ ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ବଦଳରେ ବାଟମାରଣା କରାଯାଉଥିବା କହିଛନ୍ତି ସରପଂଚ ପ୍ରାର୍ଥିନୀ ଏନ୍. ତେଜସ୍ୱିନୀ । ପଂଚାୟତ ବାସୀ ମୌଳିକ ସୁବିଧା ସୁଯୋଗରୁ ମଧ୍ୟ ବଂଚିତ । ଏହା ସହିତ ଲୋକଙ୍କ ବିଭିନ୍ନ ପ୍ରସଙ୍ଗ କୁ ମୁଦ୍ଦା କରି ଭୋଟରଙ୍କ ନିକଟରେ ପହଂଚୁଛନ୍ତି ସରପଂଚ ପ୍ରାର୍ଥିନୀ । ୧୨ଟି ୱାର୍ଡକୁ ନେଇ ଗଠିତ କାଳିପଲ୍ଲୀ ପଂଚାୟତକୁ ସମୃଦ୍ଧ, ବିକଶିତ ତଥା ଆଦର୍ଶ ପଂଚାୟତ କରିବାକୁ ନିର୍ବାଚନ ଲଢୁଥିବା ସରପଂଚ ପ୍ରାର୍ଥିନୀ ଏନ୍. ତେଜସ୍ୱିନୀ କହିଛନ୍ତି । ତାଙ୍କ ସହିତ ସମିତିସଭ୍ୟ ପ୍ରାର୍ଥୀ ଏସ୍. ରମେଶ ଘରକୁ ଘର ବୁଲି ଭୋଟଭିକ୍ଷା କରୁଛନ୍ତି । ସରପଂଚ ପ୍ରାର୍ଥିନୀ ଏନ୍. ତେଜସ୍ୱିନୀ ଜଣେ ଶିକ୍ଷିତ ଯୁବତୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ବନ୍ଦର ଗ୍ରାମର ବି. ଲାଚ୍ଛେୟା ଯୁବ ସମାଜସେବୀ ଭାବେ ବେଶ୍ ପରିଚିତ । ସମିସସଭ୍ୟ ପ୍ରାର୍ଥୀ ଏସ୍. ରମେଶ ବଡପୁଟି ଗ୍ରାମର ନାଇଡୁ ଏସ୍. ମାଙ୍ଗେଳେୟାଙ୍କ ଜ୍ୟୋଷ୍ଠପୁତ୍ର ଅଟନ୍ତି । ଯାହା ଫଳରେ ଦିନକୁ ଦିନ ଉଭୟଙ୍କ ପ୍ରଚାର ପ୍ରସାର ଲାଗି ଗାଁ ମାନଙ୍କରେ ସମର୍ଥନ ବଢିବାରେ ଲାଗିଛି ।