ଆଳି : ୧୬/୦୨/୨୨ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀରେ ଆଳି ବ୍ଲକ ରେ ଅନୁଷ୍ଠିତ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇ ଥିବାବେଳେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି।ଆଳି ବ୍ଲକ ର 4ଟି ଜୋନରେ ସକାଳ ୭ ଟାରୁ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।ବାଲାଟ ବକ୍ସରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟଆଜି ଆଳି ବ୍ଲକର ୪୯୦ ଟି ବୁଥରେ ୧ ଲକ୍ଷ ୩୭ ହଜାର ୮୩୫ ଜଣ ମଧ୍ୟରୁ ୬୬.୯୫% ଅର୍ଥାତ ୯୨ ହଜାର ୨୭୦ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ଆଳି ବ୍ଲକ ରେ ୧୯୩ ଟି ସମ୍ବେଦନଶୀଳ ବୁଥ ଥିବାବେଳେ ଏନେଇ ୧୪ ଟି ମୋବାଇଲ ପେଟ୍ରୋଲିଂ ଟିମ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ବ୍ଲକର ୪୯୦ ଟି ବୁଥରେ ୩୪ ଜଣ ସେକ୍ଟର ଅଫିସର, ୪୯୦ ଜଣ ଫାର୍ଷ୍ଟ ପୋଲିଂ ଅଫିସର ଓ ୪୯୦ ଜଣ ସେକଣ୍ଡ ପୋଲିଂ ଅଫିସର ୧୪୭ ଜଣ ରିଜର୍ଭ ଅଫିସର ଙ୍କୁ ମିଶାଇ ୧୬୭୦ ଜଣ ଅଫିସର ନିଯୁକ୍ତ ହୋଇଥିଲେ l କୌଣସି ବୁଥ୍ ରେ ଭୋଟ ଗ୍ରହଣ ସମୟରେ ଅନିୟମିତତା ଅଭିଯୋଗ ହୋଇନାହିଁ l ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ପରିଚାଳନା କରିବା ପାଇଁ ୪ ଜଣ ପ୍ରାଶାସନିକ ଅଧିକାରୀ ୪ ଜଣ ସେକ୍ଟର ସୁପରଭାଇଜର ୩୪ ସେକ୍ଟର ଅଫିସର ୧୪ ଟି ପୁଲିସ ମୋବାଇଲ ପାର୍ଟୀ ମୁତୟନ କରାଯାଇଥିଲା l ଟୁଙ୍ଗା ଗ୍ରାମପଞ୍ଚାୟତର ୨ ନମ୍ବର ବଉଳ ଯୋଡ଼ି ସ୍କୁଲ ରେ ଭୋଟ ବାକ୍ସ ଲକ୍ ନହେବା କାରଣରୁ କିଛି ସମୟ ପାଇଁ ଅନିଶ୍ଚିତତା ପରିଲକ୍ଷିତ ହୋଇଥିଲା l ଅଫିସରଙ୍କ ଉଦ୍ୟମ କ୍ରମେ ଏହି ସମସ୍ୟା ସୁଧୁରିବା ପରେ ପୋଲିଂ ଏଜେଣ୍ଟ ମାନେ ଆଶ୍ୱସ୍ତ ହୋଇଥିଲେ l ବରିଷ୍ଠ ନାଗରିକ ମାନଙ୍କର ଏହି ଭୋଟ ଗ୍ରହଣ ପର୍ବ ରେ ଯୋଗଦାନ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୁନ୍ଦରତା ପରିଦୃଷ୍ଟ ହୋଇଥିଲା l କେତେକ ସ୍ଥାନରେ ଭୋଟ ପରବର୍ତ୍ତୀ ଛୋଟମୋଟ ଗଣ୍ଡଗୋଳ ଘଟଣା ନଜରକୁ ଆସୁଛି l ଆଜି ସକାଳ ୭ ଟା ରୁ ଆରମ୍ଭ ହୋଇଥିବା ନିର୍ବାଚନ ପ୍ରକ୍ରିୟା ଦିନ ୧ ଟାରେ ସମାପନ ହୋଇ ଥିବାବେଳେ ସମସ୍ତ ପୋଲିଂ ଅଧିକାରୀ ଓ ଏଜେଣ୍ଟଙ୍କ ଉପସ୍ଥିତିରେ ବାଲାଟ ବକ୍ସ ସିଲ ହୋଇ ଆଳି ହାଇସ୍କୁଲ ପରିସରରେ ଥିବା ଭୋଟ ଗଣତି କେନ୍ଦ୍ରକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଠେଇ ଦିଆ ଯାଇଛି ।