ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରେ ୧୬ ତାରିଖ ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ବ୍ଲକରେ ଥିବା ୪ ଟି ଜୋନ ର ୩୪ ଟି ପଞ୍ଚାୟତ ରେ ଭୋଟ ପାଇଁ ୪୯୦ ଟି ବୁଥ ରହିଛି। ଏଥିରୁ ୧୯୩ ଟି ବୁଥ ସମ୍ବେଦନଶୀଳ। ତନ୍ମଧ୍ୟରୁ ନଦୀ ନାଳ ଘେରା ଏକମାଣିଆ ରେ ୧୧ ଟି, ପଦନିପାଳ ରେ ୧୪ଟି ଓ ଭୁଇଁପୂର୍ ର ଗୋଟିଏ ବୁଥ ରହିଛି। ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୩୭ ହଜାର ୮୩୫, ଯେଉଁଥିରେ ମହିଳା ଙ୍କ ସଂଖ୍ୟା ୬୫ ହଜାର ୩୯୭ ଓ ପୁରୁଷଙ୍କ ସଂଖ୍ୟା ୭୨ ହଜାର ୪୩୮।
ଶାନ୍ତି ଶୃଙ୍ଖଳା ରେ ଭୋଟ ପ୍ରକ୍ରିୟା କରିବା ପାଇଁ ୪ ଜଣ ଏକ୍ସକ୍ୟୁଟିଭ ମାଜିଷ୍ଟେଟ,୪ ଜଣ ସେକ୍ଟର ସୁପରଭାଇଜର,୩୪ ଜଣ ସେକ୍ଟର ଅଫିସର ଓ ୧୪ ଟି ପୋଲିସ ମୋବାଇଲ ପାର୍ଟି ମୁତୟନ କରା ଯାଇଛି। ଭୋଟ ପରିଚାଳନା ପାଇଁ ପ୍ରିଜାଇଡିଂ ଅଫିସର,ଫାଷ୍ଟ ପୋଲିଂ ଅଫିସର,ସେକେଣ୍ଡ ପୋଲିଂ ଅଫିସର ୪୯୦ ଜଣ ଲେଖାଏଁ ଓ ୧୪୭ ଜଣ ରିଜର୍ଭ ମିଶାଇ ମୋଟ ୧୬୭୦ ଜଣ ଙ୍କୁ ବୁଥକୁ ପଠା ଯାଇଛି। ଆଳି ହାଇସ୍କୁଲ କୁ ନୋଡାଲ ସେଣ୍ଟର କରାଯାଇଛି। ନିର୍ବାଚନ କୁ ନିରପେକ୍ଷତା ଓ ଶାନ୍ତି ଶୃଙ୍ଖଳାର ସହ କରାଯିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରା ଯାଇଛି ବୋଲି ଆଳି ତହସିଲଦାର ତପନ କୁମାର ସେନାପତି ଓ ବିଡିଓ ଦ୍ଵିବେନ୍ଦୁ ଦାସ ସୂଚନା ଦେଇଛନ୍ତି ।