ପଖାଳ ଭାତ,ଓଡ଼ିଶାର ଗୋଟିଏ ଆଂଚଳିକ ଖାଦ୍ୟ,ଯାହାର ସ୍ୱାଦ ମିଳିଥାଏ ଓଡ଼ିଶାର ପ୍ରତ୍ୟେକ ରୋଷେଇ ଘରେ l ପୁରପଲ୍ଲୀ ଠାରୁ ନେଇ ସହର ଓ ହୋଟେଲ ରେ ମଧ୍ୟ ଆଜିକାଲି ପଖାଳ ଭାତ ମିଲ ଭାବରେ ଖାଇବାକୁ ମିଳୁଛି l ଖରାଦିନ ଆସିବା ମାତ୍ରକେ ପ୍ରାୟ ସମସ୍ତେ ପଖାଳ ଖାଇବାକୁ ପସନ୍ଦ କରନ୍ତି l ଏହା ଓଡ଼ିଶାର ଗୋଟିଏ ଅତି ପ୍ରିୟ ଓ ଆଦୃତ ଖାଦ୍ୟ ଅଟେ l ପରେ ଏହା ପଶ୍ଚିମ ବଙ୍ଗ,ବିହାର,ଝାରଖଣ୍ଡ ରେ ମଧ୍ୟ ଏହାକୁ ଖାଇବାର ଦେଖା ଯାଇଥିଲା, ସେଠାରେ ଏହାକୁ ପାନ୍ତା ଭାତ ବୋଲି କୁହାଯାଇ ଥାଏ l
ଆଗକାଳରେ ଆଈ ଓ ଜେଜେମା କହୁଥିଲେ ଯେ ପଖାଳ ଭାତ ଓଜନ ହ୍ରାସ କରିବା,ପାଚନ ଶକ୍ତି ବଢାଇବା,ହାଡ଼କୁ ଶକ୍ତ କରିଥାଏ l କିନ୍ତୁ ସେତେବେଳେ ଏହାର କୌଣସି ବୈଜ୍ଞାନିକ ଆଧାର ନଥିଲା, କିନ୍ତୁ ବର୍ତମାନ ଏହା ବୈଜ୍ଞାନିକ ଆଧାରରେ କୁହା ଯାଉଛି ଯେ ପଖାଳ ଭାତ ସ୍ୱାସ୍ଥ୍ୟକର ଗୁଣରେ ଭରପୁର ଅଟେ l
– ପଖାଳ ଭାତ ବିଶେଷ ଭାବରେ ଉଷୁନା ଚାଉଳ ରେ ପ୍ରସ୍ତୁତ ହେବା ଆବଶ୍ୟକ l ପଖାଳ ଭାତ ତୋରାଣି ରେ କୁ ପୋଷଣ ଦୂର ହୋଇଥାଏ l ଯାହା ବିଶେଷ ଭାବରେ କାର୍ବୋହାଇଡ୍ରେଟ ଓ ସର୍ଟ ଚେନ ଫ୍ୟାଟି ଏସିଡ ରହିଥାଏ l ଏହା ଗୋଟିଏ ଏପରୀ ପୋଷାକ ତତ୍ତ୍ୱ ଯୁକ୍ତ ଖାଦ୍ୟ ଯାହାକୁ ପ୍ରତ୍ୟେକ ବର୍ଗ ର ଲୋକ ଖାଇ ପାରିବେ l
– ପଖାଳ ତୋରାଣି ରେ ସର୍ଟ ଚେନ ଫ୍ୟାଟି ଏସିଡ ଶରୀରକୁ ଅନେକ ଶକ୍ତି ଯୋଗାଇ ଥାଏ l ଏହା ଆଣ୍ଟି ଭାଇରାଲ ଓ ଆଣ୍ଟି ଇମ୍ଫଲାମେଟୋରି ଗୁଣରେ ଭରପୁର ରହିଥାଏ l ଯେଉଁ ଠାରେ ତୋରାଣି କୁ ପୋଷଣ ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ ସେଠାରେ ଦୀର୍ଘ ସମୟ ଧରି ପେଟ ଭରି ରହି ଥିବାରୁ ଓଜନ ମଧ୍ୟ ହ୍ରାସ ହୋଇଥାଏ l
– ତୋରାଣି ରେ ଥିବା ଲାକଟୋବେସିଲସ, ସିକ୍ରେଟଲି ଇମ୍ୟୁନୋଗ୍ଲୋବିନ କୁ ବଢ଼ାଇ ଥାଏ l ଯାହା ଶରୀରରେ ବିଶେଷ ଭାବରେ ଅନ୍ତ ଓ ଫୁସଫୁସ ରେ ହେବାକୁ ଥିବା ସଂକ୍ରମଣ କୁ ଲଢ଼ିବାରେ ସାହାଯ୍ୟ କରିଥାଏ ଓ ଇମ୍ୟୁନିଟି କୁ ବଢ଼ାଇଥାଏ l
– ଅଷ୍ଟ୍ରେଲିଆ ର ବୈଜ୍ଞାନିକ, ଭାରତରେ କିଛି HIV ରୋଗୀଙ୍କୁ ନେଇ ହୋଇଥିବା ଗବେଷଣାରେ କୁହାଯାଇ ଥିଲା ଯେ ପଖାଳ ତୋରାଣି ରେ ଥିବା ପୋଷାକ ତତ୍ୱ କୁପୋଷଣ ସହିତ HIV ପାଇଁ ମଧ୍ୟ ହିତକର l
– ଗ୍ରୀଷ୍ମ ଋତୁରେ ପଖାଳ ଭାତ ଶରୀରକୁ ଡି ହାଇଡ୍ରେଟ ହେବାରୁ ଦୂରେଇ ରଖିଥାଏ l ଏହା ଶରୀରର ଜଳୀୟ ଅଂଶକୁ ଠିକ ରଖି ଅଂଶୁଘାତ ରୁ ଦୁରେଇ ରଖିଥାଏ l