ନୂଆଦିଲ୍ଲୀ : ପାକିସ୍ତାନ ରାଜନୀତି ରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି । ମିଳିଥିବା ସୂଚନା ଅନୁସାରେ ନଭେମ୍ବର ୨୦୧୯ ରୁ ଲଣ୍ଡନ ରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ୨୦୨୨ ର ପ୍ରଥମ ମାସରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ପାକିସ୍ତାନ ରେ ଯିଏ ବି ସରକାର ଗଢ଼ିବ ସୈନ୍ୟ ଙ୍କ ବିନା ସହଯୋଗ ରେ ଗଢି ପାରିବ ନାହିଁ ।
ସୈନ୍ୟ ମାନଙ୍କ ସହାୟତା ରେ ଇମ୍ରାନ ଖାନ୍ ସରକାର ଗଢିଥିଲେ । କିନ୍ତୁ ସେ ସମ୍ପୂର୍ଣ ଅସଫଳ ହେଲେ । ଦେଶରେ ବର୍ତ୍ତମାନ୍ ଇମ୍ରାନ ସରକାର ଙ୍କୁ ନେଇ ସମସ୍ତେ ଅସନ୍ତୁଷ୍ଟ । ଗତ ୩ ବର୍ଷ ଧରି ଚୁପ୍ ରହିଥିବା ପାକିସ୍ତାନ ଗଣ ମାଧ୍ୟମ ବର୍ତ୍ତମାନ୍ ଇମ୍ରାନ ଙ୍କ ବିରୁଦ୍ଧରେ ଗପିବା ଓ ନାୱାଜ୍ ଦେଶ ଫେରିବାକୁ ନେଇ ଚର୍ଚ୍ଚା କରୁଛନ୍ତି ।
ପାକିସ୍ତାନ ରେ ISI ସରକାର ତିଆରି କରିବା ଓ ସରକାର ଭାଙ୍ଗିବାରେ ମୁଖ୍ୟ ଅଟେ । ନୱାଜ ଶରିଫ ସୈନ୍ୟ ମାନଙ୍କ ର ବିରୋଧ କରିବା କାରଣରୁ ଗାଦି ଚ୍ୟୁତ ହୋଇଥିଲେ । ପାକିସ୍ତାନ ରେ ସୈନ୍ୟ ଙ୍କୁ ଓ ISI କୁ ଖଳନାୟକ ଭାବରେ ଆଲୋଚନା କରାଯାଉ ଥିଲା । ତେଣୁ ନୱାଯ ସରିଫ ଙ୍କୁ କେହି ସହଯୋଗ କରି ନଥିଲେ ଓ ନୱଜ ଗାଦି ଚ୍ୟୁତ ହୋଇଥିଲେ ।