ନୂଆଦିଲ୍ଲୀ : ସବୁବେଳେ କାଶ୍ମୀର ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା ପାକିସ୍ତାନ ବର୍ତ୍ତମାନ୍ କ୍ରିକେଟ କୁ ମଧ୍ୟ ରାଜନୀତି ର ଅଂଶ କରି ଦେଲାଣି । ପାକିସ୍ତାନ ନିଜ କବଜା ରେ ଥିବା କାଶ୍ମୀର (POK) ରେ କାଶ୍ମୀର ପ୍ରିମୀୟର ଲିଗ୍ ଟି – ୨୦ କରିବାକୁ ଯାଉଛି । ୬-୧୬ଅଗଷ୍ଟ ମଧ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନୀ ଖେଳାଳିଙ୍କ ବ୍ୟତୀତ କିଛି ବିଦେଶୀ ଖେଳାଳି ମଧ୍ୟ ଖେଳିବେ ।
ସାରା ବିଶ୍ବରେ ପ୍ରସାରଣ କରିବାକୁ ନେଇ ଦାବି – ପାକିସ୍ତାନ ପକ୍ଷରୁ କୁହାଯାଇଛି ଏହି ଟୁର୍ଣ୍ଣାମେଣ୍ଟ କୁ ସାରା ବିଶ୍ୱରେ ପ୍ରସାରଣ କରାଯିବ । ଏହି ଲିଗ୍ ରେ ଭାଗ ନେଉଥିବା ଦଳ ଗୁଡିକ ହେଲେ ଷ୍ଟେଲିୟନ୍ , ମିର୍ ପୁର୍ ରୟାଲ , ମୂଜାଫରାବାଦ ଟାଇଗର , ଓଭରସିଜ ୱାରୀୟର , କୋଟଲି ଲାୟନ୍ସ , ରାବଲାକୋଟ୍ ହକ୍ସ ।
ଏହିସବୁ ବିଦେଶୀ ଖେଳାଳି ଅଂଶ ଗ୍ରହଣ କରିବେ – କାଶ୍ମୀର ପ୍ରୀମିୟର ରେ ଶ୍ରୀଲଙ୍କା ର ତିଲକ ରତ୍ନେ , ଇଂଲଣ୍ଡ ଦଳର ପୂର୍ବତନ ଖେଳାଳୀ ମେଟ୍ ପ୍ରାୟର ଓ ମୋଟି ପେନ୍ସର୍ , ହର୍ଶଲ୍ ଗିବ୍ ଅଂଶ ଗ୍ରହଣ କରିବେ । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଏଥିରେ ଆଉ କିଛି ବିଦେଶୀ ଖେଳାଳି ସାମିଲ ହୋଇ ପାରନ୍ତି ।
ଏହି ଲିଗ୍ ର ଆୟୋଜକ ମାନେ ମତ ଦେଇଛନ୍ତି ଯେ ମୂଜାଫରା ବାଦ କ୍ରିକେଟ ଷ୍ଟାଡିୟମ୍ ରେ ସମସ୍ତ ମ୍ୟାଚ୍ ଖେଳାଯିବ । ଏହି ଲିଗ୍ କୁ ନେଇ ଭାରତର ପ୍ରତିକ୍ରିୟା ଆସିନାହିଁ । ପାକ୍ ଅଧିକୃତ କାଶ୍ମୀର ଓ ଗିଲଗିଟ ବାଲୁଚି ସ୍ଥାନ ମଧ୍ୟ ଭାରତର ଅଂଶ ଅଟେ । ପାକିସ୍ତାନ ଏହି ଅଞ୍ଚଳ କୁ ଅବୈଧ ଭାବରେ ଅଧିକାର କରି ରଖିଛି ।
Comments are closed.