Odisha news

ଇଦ ପୂର୍ବରୁ ପାକିସ୍ତାନକୁ ଲାଗିଲା ଏହି ବର୍ଷର ସବୁଠୁ ବଡ଼ ଝଟକା

0

ନୂଆଦିଲ୍ଲୀ : ପାକିସ୍ତାନରେ ବର୍ତ୍ତମାନ ସାଧାରଣ ମଣିଷଙ୍କ ପାଇଁ ସମସ୍ତ ପ୍ରକାରର ଅସୁବିଧା ଦେଖା ଦେଉଛି l ପୂର୍ବରୁ କରୋନା ଓ ବର୍ତ୍ତମାନ ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କର ବଂଚିବା ଉପାୟ ଛଡାଇ ନେଲାଣି l ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦୈନଦିନ ଜୀବନରେ ଯୋଡି ହୋଇଥିବା ଖାଦ୍ୟପଦାର୍ଥ ଚଳିତବର୍ଷ ସବୁଠୁ ଅଧିକ ଅସୁବିଧାର ସମ୍ମୁଖୀନ କରାଇଛି l ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ପାକିସ୍ତାନ ପାଇଁ ୧.୫ ପ୍ରତିଶତ ଆର୍ଥିକ ଦର ଭବିଷ୍ୟତ ବାଣୀ କରିଛି l

କିନ୍ତୁ ଦେଶରେ ଦରଦାମ ବୃଦ୍ଧି ସହିତ ବେରୋଜଗାରୀ ମଧ୍ୟ ବଢି ଯାଇଛି l ପାକିସ୍ତାନର ଅର୍ଥଶାସ୍ତ୍ରୀ ମାନେ କହିଛନ୍ତି ଯେ ପାକିସ୍ତାନ ନାଗରିକ ମାନେ ନିଜ ଆୟାର ୮୦ ପ୍ରତିଶତ ଖାଇବା ପିଇବାରେ ଖର୍ଚ କରୁଛନ୍ତି l ପାକିସ୍ତାନରେ ଦରଦାମ ବୃଦ୍ଧି ସହିତ ବେରୋଜଗାରୀ ବାଧୁଇଥିବା ସମସ୍ୟା ଦିନକୁ ଦିନ ଅଧିକ ଦେଖିବାକୁ ମିଳୁଛି l ବର୍ତ୍ତମାନ ଏଠାରେ ପ୍ରତିଦିନ ଖାଉଥିବା ରୁଟି ପାଇଁ ଅଟାର ଆବଶ୍ୟକତା ମଧ୍ୟ ଅଧିକ ପଡ଼ିଲାଣି ,ବିପକ୍ଷ ଦଳ ଆରୋପ ଲଗାଇଛନ୍ତି ଯେ ଦେଶରେ ବର୍ତମାନ ମାତ୍ର ୨୦ ଦିନ ପାଇଁ ଗହମ ରହିଛି l

କୃଷିର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି l ଦେଶରେ କପର ଉତ୍ପାଦନ କମିବାରେ ଲାଗିଛି l ଯେଉଁ କପା ବାହାରକୁ ରପ୍ତାନି ହେଉଥିଲା ତାହା ବର୍ତ୍ତମାନ ଦଶେଷରେ ପଡି ରହିଛି l ଅପ୍ରେଲ ୬ ତାରିଖ ଦିନ UNDP ର ଗୋଟିଏ ସୂଚନା ଅନୁସାରେ କୁହାଯାଇଛି ଯେ ପାକିସ୍ତାନରେ ମଧ୍ୟବିତ ଶ୍ରେଣୀଙ୍କ ପାଇଁ ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି l ପଢାଲେଖା ଲୋକ ମାନେ ବର୍ତ୍ତମାନ ବେରୋଜଗାର ହୋଇ ବସିଛନ୍ତି l ତା ସହିତ ଦିନକୁ ଦିନ ଜନସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି l

Leave A Reply