Odisha news

ସାଇପାଲି ଧାନ ମଣ୍ଡିରେ ଟୋକନ ଲେପ୍ସ ହୋଇଥିବା ପ୍ରତିବାଦରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ୨୧ ରେ ସାଇକେଲ ଶୋଭାଯାତ୍ରା

ପଦ୍ମପୁର(ନିରୋଜ କୁମାର ପାଣୀ): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଜେପୁର ସାଇପାଲି ସମବାୟ ସମିତି ବ୍ୟାଙ୍କ୍ ଆଗରେ ଟୋକନ ଲେସ୍ପ ହୋଇଥିବା ଚାଷୀ ମାନେ ଆସନ୍ତା ତା ୨୧ ରେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନେତୃତ୍ବରେ  ସାଇକେଲ ଶୋଭାଯାତ୍ରା କରିବା ପାଇଁ ଜିଲ୍ଲା ମୁଖ୍ୟ  ଯୋଗାଣ ଅଧିକାରୀ ଙ୍କୁ ଏକ ଲିଖିତ ପତ୍ର  ପ୍ରଦାନ କରାଯାଇଛି । ସୂଚନା  ଯେ, ସାଇପାଲି  ବ୍ୟାଙ୍କ  ସମ୍ମୁଖରେ ତାଳା ବନ୍ଦ କରି  ଗତ ତା ୧୨  ୵ ୦୬ ରୁ ୧୪  ୵ ୦୬ ଦୁଇ ଦିନ ଧରି ଧାରଣା ଦିଆଯାଇଥିଲା । ବରଗଡ଼ ଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ପରେ ପଦ୍ମପୁର ଏ ପି  ସି ଏସ୍ ଧାରଣା ସ୍ଥଳରେ ପହଞ୍ଚି  ଟୋକନ ଲେସ୍ପ ହୋଇଥିବା ଚାଷୀ ଧାନ ଉଠାଯିବ ବୋଲି  ପ୍ରତିଶ୍ରୁତି ଦେଇଥିଲେ ।
ହେଲେ ସୋସାଇଟି ସଂପାଦକ ଧାନ ମଣ୍ଡିରୁ ଧାନ ଘର କୁ ନିଅ ବୋଲି କହିଛନ୍ତି । ତେଣୁ ଏହାର ପ୍ରତିବାଦରେ ଆସନ୍ତା ତା ୨୧ ରେ ସାଇପାଲି ତଥା ବିଜେପୁର ବ୍ଳକ ର ଟୋକନ ଲେପ୍ସ ହୋଇଥିବା ସମସ୍ତ ଚାଷୀ ମାନେ ଏକ ପ୍ରତିବାଦ ରେ ସାଇପାଲି ରୁ ବରଗଡ଼  ସାଇକେଲ ଶୋଭାଯାତ୍ରା ରେ ବାହାରି ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । ଏନେଇ  ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସାଇକେଲ ଶୋଭାଯାତ୍ରା ର ଏକ  ଲିଖିତ ଅଭିଯୋଗ ପତ୍ର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ବରଗଡ଼ ଜିଲ୍ଲା ପାଳ,ଆଇଆଇସି ବରଗଡ଼ ଙ୍କ ବିହିତ ପଦକ୍ଷେପ ନେବାପାଇଁ ଅବଗତ କରାଯାଇଥିବା ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ କାନ୍ତ ମିଶ୍ର  ସୂଚନା ଦେଇଛନ୍ତି । ଦାବୀପତ୍ର ପ୍ରଦାନ ସମୟ ବରଗଡ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର,ବରଗଡ ଜିଲ୍ଲା ସାଧାରଣ  ସମ୍ପାଦକ କୁଶ କୁମ୍ଭାର ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ  ଦିବ୍ୟ କିଶୋର ଭୋଇ ପ୍ରମୁଖ ଉପସ୍ଥିତ ରହି ଏକ  ଦାବୀପତ୍ର  ଦେଇଛନ୍ତି I
Nalco

Comments are closed.