Odisha news

ବିନା ଆଡ୍ରେସ ରେ ଘରେ ପହଂଚିବ ଅନଲାଇନ ସପିଙ୍ଗ ଜିନିଷ : ମୋଦି ସରକାର ଉଠାଇବାକୁ ଯାଉଛନ୍ତି ବଡ ପଦକ୍ଷେପ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ଡାକ ବିଭାଗ ଗୋଟିଏ ଡିଜିଟାଲ ଅଡ୍ରେସ କୋଡ଼ ଅର୍ଥାତ DAC ଉପରେ କାମ କରୁଛି l ଏହି କୋଡ଼ ଦେଶର ସମସ୍ତ ଠିକଣା ପାଇଁ ଦିଆଯିବ ଯାହାପରେ ଅନଲାଇନ ସପିଙ୍ଗ କରିବା,eKYC କରିବା ଓ ପ୍ରପର୍ଟି ଟାକ୍ସ ଭରିବା ପାଇଁ ସହଜ ହେବ l

ସରକାର କରୁଛନ୍ତି ଡିଜିଟାଲ ଆଡ୍ରେସ କୋଡ଼ –
ଭାରତ ସରକାରଙ୍କ ଡାକ ବିଭାଗ ନିକଟରେ ଏହି ଡିଜିଟାଲ ଅଡ୍ରେସ କୋଡ଼ ର ଡ୍ରାଫ୍ଟ ଆପ୍ରୋବ୍ ପେପର କୁ ନିଜର ଅଧିକାରିକ ୱେବସାଇଡ ରେ ରିଲିଜ କରିଛନ୍ତି l  ଆପ୍ରୋବ୍ ପେପର କୁ ଅପଲୋଡ଼ କରିବା କାରଣରୁ ଟାକ୍ସ ହୋଲଡ଼ର ଙ୍କ ନିକଟରୁ ମତ ନେବାର ଅଛି l ଯଦି DAC ଆପ୍ରୁଭ ହୋଇଯିବ ଯଦି ଆପଣଙ୍କୁ ଅନଲାଇନ ସପିଙ୍ଗ ଓ ପ୍ରପର୍ଟି ଟ୍ୟାକ୍ସ ଭରିବା ଭଳି କାର୍ଯ୍ୟ କରି ପାରିବେ ଯାହା ଦ୍ୱାରା ଆପଣଙ୍କୁ ଆଉ ଠିକଣା ଦେବାକୁ ପଡିବ ନାହିଁ l

କଣ ଅଟେ ଡିଜିଟାଲ ଆଡ୍ରେସ କୋଡ଼ –
DAC କିମ୍ବା ଏଡ଼ିଜିଟାଲ ଆଡ୍ରେସ କୋଡ଼ ଗୋଟିଏ ୟୁନିକ ଆଡ୍ରେସ ଆଇଡେଣ୍ଟିଟି ଅଟେ l ଏହା ଆଧାର ଭଳି ଗୋଟିଏ ୟୁନିକ କୋଡ଼ ହେବ ଯାହା ଭାରତରେ ପ୍ରତେକ ନାଗରିକ ଙ୍କୁ ନିଜ ଠିକଣା କୁ ଠିକ ଭାବରେ ସୂଚିତ କରିବ l ଏହି କୋଡ଼ କୁ ଆପଣ ଟାଇପ କରି କିମ୍ବା କ୍ୟୁଆର କୋଡ଼ ଭଳି ସ୍କାନ କରି ସର୍ଭିସ ପ୍ରୋଭାଇଡର୍ସ ଆପ ରେ ବ୍ୟବହାର କରି ପାରିବେ l ଏହି କୋଡ଼ ଦ୍ୱାରା ଆପଣଙ୍କର ଅଧିକାଂଶ କାମ ହୋଇଯିବ l l ଏପନ ଏହି କୋଡ଼ ଜରିଆରେ ଡିଜିଟାଲ ମ୍ୟାପ ମଧ୍ୟ ଦେଖି ପାରିବେ l

ଏହି କୋଡ଼ ଜରିଆରେ ଆପଣମାନେ ନିଜ ଠିକଣାରେ ସମସ୍ତ ପ୍ରକାରର ପୋଷ୍ଟାଲ ସେବା ପାଇଁ ପାରିବେ l ଟ୍ୟାକ୍ସ ଫାଇଲ କରିବା ପାଇଁ , ଅନଲାଇନ ସପିଙ୍ଗ ର ଡେଲିଭରି ପାଇଁ, ଆଡ୍ରେସ ଭେରୀ ଫିକେସନ ପାଇଁ,ଏଭଳି ଅନେକ କାମ ଗୋଟିଏ କୋଡ଼ ଜରିଆରେ କରି ହେବ l

Comments are closed.