Odisha news

ଅନଲାଇନ୍ ରେ ଫ୍ରଡ୍ ର ଶିକାର ହେଲେ ୧୦ ଦିନ ମଧ୍ୟରେ ଫେରି ପାଇବେ ପଇସା , କିନ୍ତୁ କରିବାକୁ ପଡ଼ିବ ଏହି କାର୍ଯ୍ୟ

ନୂଆଦିଲ୍ଲୀ : ଯଦି ଆପଣ ଅନଲାଇନ୍ ରେ ସପିଙ୍ଗ କରିବା ସମୟରେ ଫ୍ରଡ୍ ର ଶିକାର ହେଉଛନ୍ତି ତେବେ ଡରିବାର ଆବଶ୍ୟକ ନାହିଁ । ବ୍ୟାଙ୍କ୍ କୁ ଅଭିଯୋଗ କରିବା ପରେ ୧୦ଦିନ ମଧ୍ୟରେ ଆପଣ ଆପଣଙ୍କର ପଇସା ଫେରି ପାଇବେ । ଯଦି ଆପଣଙ୍କର ବ୍ୟାଙ୍କ୍ ଏହି ଅଭିଯୋଗ ରଖିବ ନାହିଁ ତେବେ ଆପଣ ଏହି ଅଭିଯୋଗ ରିଜର୍ଭ ବ୍ୟାଙ୍କରେ CMS ପୋର୍ଟାଲ୍ ଅର୍ଥାତ୍ କମ୍ପ୍ଲେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ରେ କରି ପାରିବେ । ଯଦି ଏହାପରେ ବ୍ୟାଙ୍କ୍ ଗ୍ରାହକ ଙ୍କ ଅଭିଯୋଗ ଦର୍ଜ କରାଉ ନାହିଁ ତେବେ ରିଜର୍ଭ ବ୍ୟାଙ୍କ , ବ୍ୟାଙ୍କ୍ ଉପରେ ଜୋରିମାନା ଲଗାଇ ପାରିବ ।
ନିକଟରେ RBI ଗ୍ରାହକ ମାନଙ୍କ ହିତକୁ ଆଖି ଆଗରେ ରଖି ୨ଟି ବ୍ୟାଙ୍କ୍ ଉପରେ ଜୋରିମାନା ଲଗାଇ ସାରିଛି । ରିଜର୍ଭ ବ୍ୟାଙ୍କ SBI ଉପରେ ୧କୋଟି ଓ ଷ୍ଟାଣ୍ଡରାଡ୍ ଚାଟାରଡ୍ ବ୍ୟାଙ୍କ୍ ଉପରେ ୧.୯୫ କୋଟି ଟଙ୍କା ଜୋରିମାନା ଲଗାଇ ଥିଲେ । RBI ଅନୁସାରେ SBI କମର୍ସିଆଲ ବ୍ୟାଙ୍କ୍ ଓ ବଛା ବଛା ବ୍ୟବସାୟିକ ସଂସ୍ଥା ପକ୍ଷରୁ ହୋଇଥିବା ଧୋକା ଧାଡ଼ି ର ଫ୍ରଡ୍ କ୍ଳସିଫିକେଶନ ଓ ତାଙ୍କର ରିପୋର୍ଟଙ୍ଗି କରାଯିବା ପରେ ନିୟମର ଉଲ୍ଲଂଘନ କରିଥିଲେ ।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଚେତନ କରାଯାଇଛି ଯେ ଗ୍ରାହକ ମାନଙ୍କ ଅଭିଯୋଗ କୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ବ୍ୟାଙ୍କ୍ ଗୁଡ଼ିକ ଜୋରିମାନା ଦେବାକୁ ବାଧ୍ୟ ହେବେ ।
* ଗ୍ରାହକ ମାନେ ଅନଲାଇନ୍ ରେ ସପିଙ୍ଗ ସମୟରେ ଟ୍ରଞ୍ଜକସନ୍ ସମୟରେ ସଚେତନ ରହିବାକୁ ପଡିବ ଯାହାଦ୍ଵାରା ସେମାନେ ଠକାମୀ ରୁ ରକ୍ଷା ପାଇ ପାରିବେ ।
* ଯେତେବେଳେ ଆପଣ ଅନଲାଇନ୍ ସପିଙ୍ଗ କରୁଛନ୍ତି ସେତେବେଳେ ଆପଣ ଅର୍ଡର ଦେଉଥିବା ସମୟରେ ଆପଣ ଚେଷ୍ଟା କରନ୍ତୁ ଯେ ଅର୍ଡର ଦେଉଥିବା କିମ୍ବା ଅନଲାଇନ୍ ପିମେଣ୍ଟ କରୁଥିବା ମୋବାଇଲ୍ ଓ କମ୍ପ୍ୟୁଟର ରେ ଆଣ୍ଟି ଭାଇରସ ଥିବା ନିହାତି ଆବଶ୍ୟକ ।
* ତା ସହିତ ଆପଣଙ୍କ ସଫ୍ଟ ୱେୟର ଅପ୍ ଡେଟ୍ ରହିବା ଉଚିତ୍ ଏବଂ ନିଜର ବ୍ୟାଙ୍କିଙ୍ଗ ପାସ୍ ୱାର୍ଡ କୁ ମୋବାଇଲ୍ କିମ୍ବା କମ୍ପ୍ୟୁଟର ରେ ସେଭ୍ କରିବା ଉଚିତ୍ ନୁହେଁ ।
ଲକ୍ ଡାଉନ୍ ସମୟରେ ଅନଲାଇନ୍ ଫ୍ରଡ୍ କେଶ୍ ର ଅନେକ ତଥ୍ୟ ସାମ୍ନାକୁ ଆସିଛି । ଗୋଟିଏ ରିପୋର୍ଟ ଅନୁସାରେ ଗୋଟିଏ ବର୍ଷରେ ୨.୭ କୋଟି ରୁ ଅଧିକ ଆଇଡେଣ୍ଟି ହ୍ୟକର୍ସ ଙ୍କୁ ଠାବ କରାଯାଇଛି ।

Comments are closed.