Odisha news

କରୋନା ର ସମସ୍ତ ଭାରିଏଣ୍ଟ ତୁଳନାରେ ଓମିକ୍ରାନ ର ଗୋଟିଏ ଲକ୍ଷଣ ସବୁଠୁ ଅଲଗା, ହୋଇ ଯାଆନ୍ତୁ ସତର୍କ

0
ନୂଆଦିଲ୍ଲୀ : କରୋନା ର ନୂଆ ଭାରିଏଣ୍ଟ ଓମିକ୍ରାନ୍ ସାରା ବିଶ୍ୱରେ ବର୍ତ୍ତମାନ୍ କାୟା ବିସ୍ତାର କରିଛି । ବର୍ତ୍ତମାନ୍ ସୁଧା ୭୭ ଟି ଦେଶରେ ଏହି ଭାରିଏଣ୍ଟ ପହଞ୍ଚି ସାରିଲାଣି । ଭାରତର ୧୧ଟି ରାଜ୍ୟରୁ ଓମୀକ୍ରାନ୍ ର ୧୦୧ ଟି ମାମଲା ସାମ୍ନାକୁ ଆସିଛି । ତେଣୁ ବର୍ତ୍ତମାନ୍ ଦେଶରେ ଚିକିତ୍ସା ପ୍ରଣାଳୀ କୁ ଆହୁରି କଡାକଡି କରାଯାଇଛି ।
ଓମୀକ୍ରାନ୍ ଦୁନିଆରେ ବ୍ୟାପୁଥିବା ସମୟରେ ବୈଜ୍ଞାନିକ ମାନେ ଏହି ଭାରିଏଣ୍ଟ ର କିଛି ଖାସ୍ ଲକ୍ଷଣ ବିଷୟରେ ଓମିକ୍ରାନ୍ ଭାରିଏଣ୍ଟ ର ଯଥା ଶୀଘ୍ର ଜଣା ପଡ଼ିବାର ସାହାଯ୍ୟ କରିବ । ଏହାଦ୍ବାରା ଲୋକ ମାନଙ୍କୁ କରୋନା ନିକଟରୁ ରକ୍ଷା କରିବା ପାଇଁ ଖୁବ୍ ସାହାଯ୍ୟ ମିଳିବ ।
ଦକ୍ଷିଣ ଆଫ୍ରିକା ର ବିଶେଷଜ୍ଞ ଙ୍କ ମତରେ ଓମୀକ୍ରାନ୍ ସଂକ୍ରମିତ ହେଲେ ସର୍ବ ପ୍ରଥମେ ଗଳା ରେ ଯନ୍ତ୍ରଣା, ନାକ ବନ୍ଦ୍ ହେବା, ମାଂସ ପେଶୀ ରେ ଯନ୍ତ୍ରଣା ଇତ୍ୟାଦି ଦେଖା ଦେଇଥିଲା । ପ୍ରଥମେ ଏହାକୁ ସାଧାରଣ ଥଣ୍ଡା କାଶ ବୋଲି ଭାବି ଥିଲେ । ପରେ ଏହା ଏକ ଭୁତାଣୁ ବୋଲି ଜଣା ପଡିଥିଲା ।
ଦକ୍ଷିଣ ଆଫ୍ରିକା ର ବୈଜ୍ଞାନିକ ଜୁଲିୟତ୍ ପୁଲିୟମ୍ କହିଛନ୍ତି ଅନୁସନ୍ଧାନ ରୁ ଜଣା ପଡ଼ିଛି ଯେ ଏହା କରୋନା ର ଅନ୍ୟ ଭାରିଏଣ୍ଟ ଅପେକ୍ଷା କମ୍ ପ୍ରଭାବ ଶାଳୀ । ଅର୍ଥାତ୍ ଡେଲ୍ଟା ଓ ଡେଲ୍ଟା ପ୍ଲସ ଭାରିଏଣ୍ଟ ତୁଳନାରେ ଲୋକଙ୍କ ଜୀବନ ପ୍ରତି ଖୁବ୍ କମ୍ ବିପଦ ରହୁଛି । କିନ୍ତୁ ଏହାର ସଂକ୍ରମଣ ଦର ସବୁଠୁ ଅଧିକ ।
ବିଶେଷଜ୍ଞଙ୍କ ମତ ଯେ ଓମୀକ୍ରାନ୍ ଭାରିଏଣ୍ଟ କରୋନା ର ଦୁଇଟି ଡୋଜ୍ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମିତ କରୁଛି । କିନ୍ତୁ ଖୁବ୍ କମ୍ ଲକ୍ଷଣ ଦେଖିବାକୁ ମିଳୁଛି । କିନ୍ତୁ ଯେଉଁ ବ୍ୟକ୍ତି ଙ୍କ ର ରୋଗ ପ୍ରତିରୋଧକ କ୍ଷମତା ଖୁବ୍ କମ୍ ସେମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ଏହି ଭାରିଏଣ୍ଟ ସହିତ ଲଢ଼ିବା ପାଇଁ କୋଭିଡ୍ ନିୟମ କୁ ମାନିବା ଓ ନିଜକୁ ସୁରକ୍ଷିତ ରଖିବା ହେଉଛି ସବୁଠୁ ବଡ଼ ଗୁରୁ ଦାୟିତ୍ଵ ।
Leave A Reply