ନୂଆଦିଲ୍ଲୀ : ଭାରତରେ ବର୍ତମାନ ପର୍ଯ୍ୟନ୍ତ କରୋନା ର ନୂଆ ଭାରୀଏଣ୍ଟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି l ବର୍ତମାନ ପର୍ଯ୍ୟନ୍ତ ୨୫ ଟି ମାମଲା ସାମ୍ନାକୁ ଆସିଛି l କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିକଟରୁ ଏହି ଖବର ହସ୍ତଗତ ହୋଇଛି l ରାଜସ୍ଥାନ ରେ – ୯, ଗୁଜୁରାଟ ରେ – ୩ , ମହାରାଷ୍ଟ୍ରରେ – ୧୦ , କର୍ଣ୍ଣାଟକ ରେ – ୨, ଦିଲ୍ଲୀରେ – ଜଣେ ଓମୀକ୍ରାନ ରୋଗୀ ମିଳି ଥିବାର ସୂଚନା ମିଳିଛି l ଅଧିକାଂଶ ରୋଗୀଙ୍କ ନିକଟରେ ସାମାନ୍ୟ ଲକ୍ଷଣ ମିଳି ଥିବାର ସୂଚନା ମିଳିଛି l ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସଂଯୁକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି ସାରା ବିଶ୍ୱରେ ୫୯ ଟି ଦେଶରେ ଓମୀକ୍ରାନ ମିଳି ଥିବାର ସୂଚନା ମିଳିଛି l
ICMR ର ଅଧିକାରୀ କହିଛନ୍ତି ଯେ ବର୍ତମାନ ସୁଦ୍ଧା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବୋଝ ପକାଇ ନାହିଁ l କିନ୍ତୁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ l କିନ୍ତୁ ଯେଭଳି ଭାବରେ ମାସ୍କ ଅନିର୍ବଜ୍ୟ ଥିଲା ଓ ସାମାଜିକ ଦୂରତା ରଖିବା ଆବଶ୍ୟକ ଥିଲା ତାହା ବର୍ତମାନ ମଧ୍ୟ ସେହିଭଳି ବଜାୟ ରହିବ l ଲଗାତାର ଭାବରେ WHO ପକ୍ଷରୁ ଏଥିପ୍ରତି ଦିଶା ନିର୍ଦେଶ କରାଯାଇଛି l ଟୀକା ସଭିଙ୍କୁ ନେବା ଆବଶ୍ୟକ l କାରଣ ଟୀକା ନେଇଥିବା ବ୍ୟକ୍ତିମାନେ ଅଧିକ ସଂକ୍ରମିତ ହେଉ ନାହାନ୍ତି l ସାରା ବିଶ୍ୱରେ ଏହି ନୂଆ ଭାରୀଏଣ୍ଟ ମାମଲା ବୃଦ୍ଧି ପାଇବାରେ ଲାଗି ଥିବାରୁ ଏଥିପ୍ରତି ଜନସାଧାରଣ ସଚେତନ ରହିବା ଆବଶ୍ୟକ l
ବିଶେଷ ଭାବରେ ବ୍ରିଟେନ ରେ କରୋନା ର ଏହି ନୂଆ ଭାରୀଏଣ୍ଟ କାୟା ବିସ୍ତାର କରୁଛି l ବର୍ତମାନ ସୁଧା ବ୍ରିଟେନ ରେ ୮୧୭ ଟି ଓମୀକ୍ରାନ ରୋଗୀ ଚିହ୍ନଟ ହୋଇଛନ୍ତି l