Odisha news

ଓମୀକ୍ରାନ : ଛୋଟ ପିଲାଙ୍କ ନିକଟରେ ଏହି ୫ଟି ଲକ୍ଷଣ ଦେଖିଲେ କରନ୍ତୁ ନାହିଁ ଅଣଦେଖା, ତୁରନ୍ତ କରାନ୍ତୁ ଚିକିତ୍ସା

0

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରୁ କାୟା ବିସ୍ତାର କରିଥିବା କରୋନା ମହାମାରୀର ନୂଆ ଭାରୀଏଣ୍ଟ ଓମୀକ୍ରାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି l ଇତି ମଧ୍ୟରେ ଓମୀକ୍ରାନ କୁ ନେଇ ଆହୁରି ଭୟନର ତଥ୍ୟ ପ୍ରକାଶ ପାଇଛି l ଓମୀକ୍ରାନ ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ଆକ୍ରାନ୍ତ କରୁଛି l ଦକ୍ଷିଣ ଆଫ୍ରିକାର ଜଣେ ଡାକ୍ତରଙ୍କ ପରେ ବ୍ରିଟେନ ବୈଜ୍ଞାନିକ ମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି l ସେମାନେ ମତ ଦେଇଛନ୍ତି ଯେ ୫ ବର୍ଷରୁ କମ ଆୟୁର ପିଲାମାନେ ଓମୀକ୍ରାନ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି l

ବ୍ରିଟେନର ବୈଜ୍ଞାନିକ ମାନେ ଓମୀକ୍ରାନ  କୁ ନେଇ ବିଭିନ୍ନ ତଥ୍ୟ ସଂଗ୍ରହ କରିବାରେ ଲାଗିଛନ୍ତି l ଏହି ତଥ୍ୟ ଆଧାରରେ କୁହା ଯାଇଛି ଯେ ଏହା ଗୋଟିଏ ଚିନ୍ତାଜନକ କାରଣ, ଏହା ଛୋଟ ପିଲା ମାନଙ୍କୁ ପୂର୍ବ ତୁଳନାରେ ଅଧିକ ଦ୍ରୁତ ଗତିରେ ସଂକ୍ରମିତ ହେଉଛି l ବ୍ରିଟିଶ ବିଶେଷଜ୍ଞ ମାନେ କହିଛନ୍ତି ଯେ ପିଲାମାନେ ଅଧିକ ସଂକ୍ରମିତ ହେଉ ଥିବାର ଦେଖିବାକୁ ମିଳୁଛି , ଯାହା ଗୋଟିଏ ଚିନ୍ତାର କାରଣ ଅଟେ l କିନ୍ତୁ ସନ୍ତୋଷର କଥା ହେଲା ଏହା କେବଳ ମାଇଲଡ ଲକ୍ଷଣ ଦେଖା ଯାଉଛି l ଓମୀକ୍ରାନ ର ମୁଖ୍ୟ ଲକ୍ଷଣ ମୁଣ୍ଡ ବିନ୍ଧା, ଥକା ପଣ, ଶରୀରରେ ବିନ୍ଧା ଘୋଳା, ସାମିଲ ରହିଛି l

ଚିକିତ୍ସକ ମାନେ ମତ ଦେଇଛନ୍ତି ଯେ ପିଲା ମାନଙ୍କ ନିକଟରେ ଥଣ୍ଡା କାଶ ଇତ୍ୟାଦି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ କରୋନା ଟେଷ୍ଟ କରାଇବା ଆବଶ୍ୟକ l ବିଶେଷ ଭାବରେ କରୋନା ଯୋଗୁଁ ବର୍ତମାନ ଗମ୍ଭୀର ଲକ୍ଷଣ ଦେଖା ଯାଉଛି l ଏହି ମାମଲାରେ ଅକ୍ସିଜେନ ର ଆବଶ୍ୟକତା ପଡୁ ନାହିଁ l ପିଲା ମାନଙ୍କ ନିକଟରେ ଦେଖା ଯାଉଥିବା ଲକ୍ଷଣ ଗୁଡିକ ହେଲା
– ଜ୍ୱର
– ମୁଣ୍ଡବିନ୍ଧା
-ଥକାପଣ
– ଭୋକ ନ ଲାଗିବା
– ତଣ୍ଟି ଖିଚ ଖିଚ ହେବା

Leave A Reply