ଓମୀକ୍ରାନ୍ ଭାରିଏଣ୍ଟ ରୋଗୀ ମାନଙ୍କ ର ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଉଚି କି ତେବେ ହୋଇ ଯାଆନ୍ତୁ ସାବଧାନ ଓ ଆପଣାନ୍ତୁ ଏହି ଉପାୟ
କରୋନା କାରଣରୁ ସାରା ଦେଶରେ ଗମ୍ଭୀର ସମସ୍ୟା ଦେଖା ଦେଇଛି । ଏପରି ସ୍ଥିତି ରେ କରୋନା ର ନୂଆ ଭାରିଏଣ୍ଟ ଲୋକ ମାନଙ୍କୁ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏହି ସମୟରେ ଆପଣଙ୍କୁ ନିଜର ବିଶେଷ ଧ୍ୟାନ ରଖିବାକୁ ପଡିବ । ଏମିତି ରେ ଓମୀକ୍ରାନ୍ ସମୟରେ ଡେଲ୍ଟା ଭାରିଏଣ୍ଟ ମଧ୍ୟ ଦେଖିବାକୁ ମିଳୁଛି । ବିଶେଷ ଭାବରେ ଏହା ଶ୍ୱାସ ପ୍ରକ୍ରିୟା ଉପରେ ବିଶେଷ ପ୍ରଭାବ ପକାଇଛି । ଯଦି ଆପଣ ଜଣେ ଆସ୍ଥମା ରୋଗୀ ତେବେ ନିଜର ବିଶେଷ ଯତ୍ନ ନେବାକୁ ପଡିବ ।
କାରଣ କରୋନା ସମୟରେ ବିଶେଷ ଭାବରେ ଆମର ଶ୍ୱାସ ଜନିତ ସମସ୍ୟା ଦେଖା ଦେଇଥାଏ ଏବଂ ଅକ୍ସିଯେନ୍ ସ୍ତର କ୍ଷତି ଗ୍ରସ୍ତ ହୋଇଥାଏ । ଯଦି ଆପଣ ଜଣେ ଶ୍ୱାସ ରୋଗୀ ତେବେ ଆପଣ ଖୁବ୍ ଶୀଘ୍ର କୋଭିଡ୍ ଦ୍ଵାରା ପ୍ରଭାବିତ ହୋଇ ପାରନ୍ତି । ତେଣୁ ଏଥିପାଇଁ ଆପଣଙ୍କୁ ନିଜର ବିଶେଷ ଧ୍ୟାନ ରଖିବାକୁ ପଡିବ ।
କରୋନା ସମୟରେ ଶ୍ୱାସ ପକ୍ରୀୟା ପ୍ରଭାବିତ ହେଉଥିଲେ ନିମ୍ନ ଲିଖିତ କଥାକୁ ଧ୍ୟାନ ଦିଅନ୍ତୁ –
* ଯଦି ଆପଣ ନିଶ୍ଵାସ ନେବାକୁ ଅସୁବିଧା ହେଉଛି ତ ଧୁମ୍ରପାନ କରନ୍ତୁ ନାହିଁ । ଧୁମ୍ରାପାନ କରୁଥିବା ବ୍ୟକ୍ତି ଙ୍କ ନିକଟରୁ ମଧ୍ୟ ଦୂରେଇ ରୁହନ୍ତୁ । ଘରେ ପୂଜାରେ ବ୍ୟବହୃତ ହେଉଥିବା ସୁଗନ୍ଧ ଯୁକ୍ତ ଧୂପକାଠି ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।
* ରଙ୍ଗ, ଥିନର, କ୍ଲିନିଂ ପଦାର୍ଥ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ତା ସହିତ କୌଣସି ପେଟ୍ରୋଲିୟମ ଜିନିଷ ସଂସ୍ପର୍ଶରେ ଆସିବା ପୂର୍ବରୁ ଡବଲ ମାସ୍କ୍ ପିନ୍ଧାନ୍ତୁ ।
* ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣଙ୍କ ର ଅକ୍ସିଯେନ୍ ସ୍ତର ହ୍ରାସ ପାଉଛି ତେବେ ଗ୍ୟାସ୍ ଷ୍ଟୋଭ, ମହମ୍ ବତୀ, ହିଟର ଠାରୁ ଦୂରତା ରଖନ୍ତୁ । ତୁରନ୍ତ ଖୋଲା ଜାଗାକୁ ଯାଇ ନିଶ୍ଵାସ ନେବାକୁ ଚେଷ୍ଟା କରନ୍ତୁ ।
