Odisha news

ଓମିକ୍ରାନ ଭାରିଏଣ୍ଟ ର ୩ଟି ବଡ଼ ଲକ୍ଷଣ : କରୋନା ର ଅନ୍ୟ ଷ୍ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଅଲଗା

0
ନୂଆଦିଲ୍ଲୀ : ଭାରତରେ କରୋନା ମହାମାରୀ ର ନୂଆ ଭାରିଏଣ୍ଟ ଓମୀକ୍ରାନ୍ ର ଦୁଇଟି ମାମଲା କର୍ଣ୍ଣାଟକ ରେ ମିଳିଛି । ଏହାକୁ ନେଇ ଲଗାତାର ଭାବରେ ଭାରତରେ ଚିନ୍ତା ବଢ଼ିବାରେ ଲାଗିଛି । ଡାକ୍ତର କହିଛନ୍ତି ଓମୀକ୍ରାନ ଭାରିଏଣ୍ଟ କରୋନାର ଡେଲ୍ଟା ଠାରୁ ଅଧିକ ସଂକ୍ରାମକ ଅଟେ । ପ୍ରଥମଥର ପାଇଁ ଏହା ଦକ୍ଷିଣ ଆଫ୍ରିକା ରୁ ଦେଖିବାକୁ ମିଳି ଥିଲା ।
WHO ପକ୍ଷରୁ ଓମୀକ୍ରାନ ର ଲକ୍ଷଣ କୁ ନେଇ ସଚେତନ କରାଯାଇଛି । ଗବେଷକ ମାନେ ମତ ଦେଇଛନ୍ତି ଯେ ଏହା ଉପରେ ଟିକା ର ଖୁବ୍ ପ୍ରଭାବ ପଡିଥାଏ ।
୩ଟି ବଡ଼ ଲକ୍ଷଣ ହେଲା –
ଗବେଷକ ମାନେ ମତ ଦେଇଛନ୍ତି ଯେ ଥକା ଲାଗିବା , ମୁଣ୍ଡରେ ଯନ୍ତ୍ରଣା ଅନୁଭବ ହେବା ଓ ଶରୀରରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆଉ କିଛି ରୋଗୀଙ୍କୁ ଦୁର୍ବଳ ଲାଗି ଥାଏ । ଏହା ଛଡ଼ା ଗବେଷକ ମାନେ କହିଛନ୍ତି ଯେ ବର୍ତ୍ତମାନ୍ ପର୍ଯ୍ୟନ୍ତ ସ୍ଵାଦ ଓ ସୁଗନ୍ଧ ଯିବାର କୌଣସି ସୂଚନା ଆମର ହସ୍ତଗତ ହୋଇ ନାହିଁ ।
ଚିକିତ୍ସକ ମାନେ ସୂଚନା ଦେଇଛନ୍ତି ଯେ ଯେଉଁମାନେ କରୋନା ଟିକା ନେଇଛନ୍ତି ସେମାନଙ୍କ ଉପରେ ଓମୀକ୍ରାନ ର ପ୍ରଭାବ ଖୁବ୍ କମ୍ ଦେଖିବାକୁ ମିଳୁଛି । ତଥାପି ଆମେ ସଚେତନ ରହିବା ଆବଶ୍ୟକ ।
Leave A Reply