Odisha news

ବୟୋଜ୍ୟୋଷ୍ଠ ବ୍ୟକ୍ତି ମାନଙ୍କର ଖୋଲିଗଲା ଭାଗ୍ୟ : ଏହିଭଳି ୫୫ ଟଙ୍କା ବିନିଯୋଗ କରି ମାସକୁ ପାଆନ୍ତୁ ୩ ହଜାର ଟଙ୍କା ପେନ୍ସନ

0

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ସହିତ ଯୋଡି ହୋଇଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ ଗୁରୁତ୍ୱପୂର୍ଣ ଅଟେ l ସରକାର ପିଏମ ଶ୍ରମ ଯୋଗୀ ମାନଧନ ଯୋଜନା ସଂଗଠିତ କ୍ଷେତ୍ରରେ ଶ୍ରମିକ ମାନଙ୍କ ପାଇଁ ଗୋଟିଏ ବଢିଆ ଯୋଜନା l ଏହି ଯୋଜନା ଅନୁସାରେ ରିକ୍ସା ଚାଳକ, ନିର୍ମାଣ କାର୍ଯ୍ୟ କରୁଥିବା ଶ୍ରମିକ, କନଷ୍ଟ୍ରକସନ କମ୍ପାନୀ ରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଇଁ ବାର୍ଦ୍ଧକ୍ୟ କୁ ସୁରକ୍ଷିତ କରିବା ପାଇଁ ସହାୟତା ମିଳିବ l ଏହି ଯୋଜନା ପାଇଁ ପ୍ରତିଦିନ ୨ଟଙ୍କା ସଂଚୟ କରି ରଖି ବର୍ଷକୁ ୩୬ ହଜାର ଟଙ୍କା ପେନ୍ସନ ପାଇ ପାରିବେ l

ଏହି ଯୋଜନାକୁ ଆରମ୍ଭ କରିବା ପାଇଁ ଆପଣ ପ୍ରତି ମାସରେ ୫୫ ଟଙ୍କା ଜମା କରିବେ l ୧୮ ବର୍ଷ ବୟସରେ ଜଣେ ଶ୍ରମିକ ଯଦି ନିୟମିତ ୨ଟଙ୍କା ସଂଚୟ କରି ଆପଣ ବର୍ଷକୁ ୩୬ ହଜାର ଟଙ୍କା ପାଇ ପାରିବେ l ଯଦି କୌଣସି ବ୍ୟକ୍ତି ୪୦ ବର୍ଷ ବୟସରେ ଏହି ଯୋଜନା କରିବାକୁ ଚାହୁଁଚି ତେବେ ପ୍ରତି ମାସରେ ୨୦୦ ଜମା କରିବେ l ୬୦ ବର୍ଷ ହେବା ମାତ୍ରକେ ପେନ୍ସନ ଭାବରେ ୩ହଜାର ଟଙ୍କା ମାସକୁ ପାଇବେ l ଏହି ଯୋଜନାର ଲାଭ ନେବା ପାଇଁ ଆପଣଙ୍କ ନିକଟରେ ସେଭିଙ୍ଗ ଆକାଉଣ୍ଟ ଥିବା ଆବଶ୍ୟକ l

Leave A Reply