ନୂଆପଡ଼ା-୨୦/୪ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ସର୍ବ ଓଡିଶା ଅଙ୍ଗନୱାଡି ମହିଲା ୱାର୍କର ଆସୋସିଏସନ, ଖଡ଼ିଆଳ ର ଆହ୍ୱାନ କ୍ରମେ ଯଦୁମଣି ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଶତାଧିକ ଅଙ୍ଗନୱାଡି କର୍ମି ଓ ସହାୟିକା ଯୋଗଦେଇ ଥିଲେ। ୨୨ ଦଫା ଦାବୀ ନେଇ ଜିଲ୍ଲାର ଖଡ଼ିଆଳ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟକୁ ଘେରାଓ କରିଥିଲେ। ଏହି ଉପଲକ୍ଷେ ଏକ ବିରାଟ ଶୋଭାଯାତ୍ର ଖଡ଼ିଆଳ ନଗର ପରିକ୍ରମା କରି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ସଭା ରେ ବିଭିନ୍ନ ସ୍ଲୋଗାନ ଦେଇ ବିଶୋଦଗାର ବ୍ୟକ୍ତକରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ମହିଳା ପରିଦର୍ଶିକା ଙ୍କୁ ପ୍ରଦାନ ଦାବିପତ୍ର ପ୍ରଦାନ କରିଥିଲେ। ଟି.ଏଚ. ଆର. ମହିଳା ଗୋଷ୍ଠୀଙ୍କୁ ପ୍ରଦାନ ଯୋଜନା ବାତିଲ, ଏସ.ଏନ.ପି. ଚାଉଳ ବଣ୍ଟନ ବେଳେ ଓଜନ ମାପ ଯନ୍ତ୍ର ରେ ମାପି ଚାଉଳ ପ୍ରଦାନ, ଅଙ୍ଗନୱାଡି କୁ ପ୍ରାଥମିକ ବିଦ୍ୟାଳୟ ର ମାନ୍ୟତା ପ୍ରଦାନ, ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୨୧ ହଜାର ଏବଂ ସହାୟିକାଙ୍କୁ ୧୫ ହଜାର ଟଙ୍କା ବେତନ ପ୍ରଦାନ। ସ୍କିମ ନିଯୁକ୍ତି ବାତିଲ କରି ସରକାରୀ ଚାକିରୀ ମାନ୍ୟତା ପ୍ରଦାନ, ପେନସନ ସୁବିଧା ଲାଗୁ କରିବା, ଖଡ଼ିଆଳ (ଆଇସିଡିଏସ) ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ର ମହିଳା ଅଧିକାରୀ ଏବଂ ସୁପରଭାଇଜରଙ୍କ ଦୁର୍ବ୍ୟବହାର ବନ୍ଦ ହେଉ, ବିନା କାରଣରେ କର୍ମୀଙ୍କ ଦରମା ବନ୍ଦ କରା ନ ଯାଉ, ୧୦ ଗୋଟି ସେକ୍ଟରରେ ସମାନ କାମ କରାଯାଉ, ଅତି ନିମ୍ନମାନ ମୋବାଇଲ ଯୋଗାଣ ଯୋଗୁଁ ସେବା ଗୁଡିକ ମେଲ ରେ ପଠାଇବା ସମ୍ଭବ ହେଉନାହିଁ। ଉପଯୁକ୍ତ ମୋବାଇଲ ଯୋଗାଣ, ପୋଷଣ ପାଇଁ ଆବଶ୍ୟକ ଅର୍ଥ ଠିକ ସମୟରେ ପ୍ରଦାନ ଦାବୀ କରିଛନ୍ତି ।