ନୂଆପଡ଼ା- ୨୧/୪(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ନାହିଁ ନାହିଁ ରେ ଚାଲିଛି ଦୀର୍ଘଛ ମାସ ରୁ ଉର୍ଦ୍ଧ ଦିନରୁ ନାହାନ୍ତି ସ୍ଥାୟୀ ବିଡ଼ିଓ l ସୂଚନାନୁସାରେ ଖଡ଼ିଆଳ ବ୍ଲକ ୧୯୫୪ ମସିହାରେ ସ୍ଥାପିତ ହୋଇଥିବା ବେଳେ ପ୍ରଥମ ବିଡ଼ିଓ ଭାବରେ ଓଡ଼ିଶା ପ୍ରଶାସନିକ ଅଧିକାରୀ ବଟକୃଷ୍ଣ ମିଶ୍ର ୧୩ ଏପ୍ରିଲ ୧୯୫୪ ମସିହାରେ ବିଡ଼ିଓ ଭାବରେ ଯୋଗଦାନ କରି ଥିଲେ l ସେହି ସମୟ ଠାରୁ ବର୍ତମାନ ପର୍ଯ୍ୟନ୍ତ କୁ ଅନେକ ଅଧିକାରୀ ଖଡ଼ିଆଳ ବିଡ଼ିଓ ଭାବରେ ଦାୟିତ୍ୟରେ ରହି ଆସିଛନ୍ତି l ସେହି କ୍ରମରେ ୪୨ନମ୍ବର ବିଡ଼ିଓ ଭାବରେ ୭ ଏପ୍ରିଲ ୨୦୨୧ ରେ ନାରାୟଣ ସାହୁ ଖଡ଼ିଆଳ ବିଡ଼ିଓ ଭାବରେ ଯୋଗଦାନ କରିଥିଲେ l ସେ ୧୭ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ବିଡ଼ିଓ ଦାୟିତ୍ୱରେ ଥିବା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଥିଲେ l ଗତ ୩୦ ନଭେମ୍ବର ୨୪ ରେ ଖଡ଼ିଆଳ ବିଡ଼ିଓ ପଦରୁ ବେହେରା ରିଲିଫ ହୋଇଥିଲେ l ଯାହା ଫଳରେ ପୁଣି ଖଡ଼ିଆଳ ବିଡ଼ିଓ ପଦ ଖାଲି ପଡିବାରୁ ଖଡ଼ିଆଳ ତହସିଲଦାର ନରସିଂହ ଗଡ଼ବା ଙ୍କୁ ପୁଣି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଭିତରେ ଗତ ୨୪ ଫେବୃଆରି ୨୦୨୫ ରେ ଓଡ଼ିଶା ସରକାର ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ଚିଠି ନମ୍ୱର୍ ୦୦୫୨-୨୦୨୪-୫୦୭୩ ରେ କୋରାପୁଟ ଜିଲ୍ଲା ଦଶମନ୍ତପୁର ଠାରୁ ବିଡ଼ିଓ ମିଳନ ଝାଙ୍କର ଙ୍କୁ ଖଡିଆଳ ବିଡ଼ିଓ ଭାବରେ ବଦଳି କରିଥିବାର ଉଲ୍ଲେଖ ରହିଛି ହେଲେ ବିଡ଼ିଓ ମିଳନ ଝାଙ୍କର ଖଡିଆଳ ବ୍ଲକରେ ଆଜିଯାଏଁ କାର୍ଯ୍ୟ ରେ ଯୋଗଦାନ କରି ନାହାନ୍ତି । ଏହି ପରି ଭାବରେ ଗତ ଜୁଲାଇ ମାସରୁ ଖଡ଼ିଆଳ ବିଡ଼ିଓ ପଦବୀ ଲୁଚକାଳି ଭଳି ଅଦଳ ବଦଳ ହୋଇ ଚାଲିଥିବାରୁ ଖଡ଼ିଆଳ ବ୍ଲକ ଉପରେ ନିର୍ଭର କରୁଥିବା ୨୬ ଗୋଟି ଗ୍ରାମ ପଞ୍ଚାୟତର ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି l ଏପରିକି ବ୍ଲକ କୁ ଅନେକ ବୃଦ୍ଧ ବୃଦ୍ଧା ବିକଳାଙ୍ଗ ଭତ୍ତା ଓ ଖାଉଟି ସାମଗ୍ରୀ ଏବଂ ନିଜ ଅନେକ ସମସ୍ୟାର ସମାଧାନ ପାଇଁ ବି ଡ଼ି ଓ ପାଖଙ୍କୁ ଆସି ବିଡ଼ିଓ ଙ୍କୁ ଦେଖା ନ ପାଇ ନିରାଶ ହୋଇ ଘର କୁ ଫେରୁ ଥିବା ଅଭିଯୋଗ ହୋଇଛି l ଏବଂ ପ୍ରଶାସନ ଓ ସରକାର ଉପରେ ଲୋକଙ୍କ ଭରସା ତୁଟିବାରେ ଲାଗିଛି l ଏନେଇ ଖରିଆର ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ ମଧ୍ୟ ବିଧାନସଭା ରେ ପ୍ରଶ୍ନ କରିଥିଲେ ଯେ ଖରିଆର ରେ କେବେ ସ୍ଥାୟୀ ବିଡ଼ିଓ ଦେବେ ବୋଲି ହେଲେ ଆଜି ପର୍ଯ୍ୟନ୍ତ କାହିଁକି ଦିଆଯାଇନାହିଁ ତେଣୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଏକ ସ୍ଥାୟୀ ବିଡ଼ିଓ ନିଯୁକ୍ତି କରିବା ସହ ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ର ସମାଧାନ କରିବାକୁ ଖଡ଼ିଆଳ ବ୍ଲକ ର ଜନ ସାଧାରଣ ଦାବି କରିଛନ୍ତି l ଜନସାଧାରଣ ନିଜର ସମସ୍ୟା ଜଣାଇବା ପାଇଁ ବ୍ଲକ କାର୍ଯ୍ୟାଲୟକୁ ଆସି ଖର୍ଚ୍ଚାନ୍ତ ହୋଇ ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଛି l ହେଲେ ତହସିଲଦାର ଓ ବିଡ଼ିଓ ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ପଦବୀ ରେ ଜଣେ ଅଧିକାରୀ କାର୍ଯ୍ୟ ସମ୍ପାଦନ କରୁଥିବାରୁ ଜନ ସାଧାରଣ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଜନସାଧାରଣ ନିଜ ବିଭିନ୍ନ କାର୍ଯ୍ୟ ପାଇଁ ବ୍ଲକ କାର୍ଯ୍ୟାଳୟ କୁ ଗଲେ ବିଡ଼ିଓ ତହସିଲ ଅଫିସ ରେ ରହୁଛନ୍ତି ତ କେତେବେଳେ ଜନସାଧାରଣ ତହସିଲ ଅଫିସ କୁ କୌଣସି କାର୍ଯ୍ୟରେ ଗଲେ ତହସିଲଦାର ବ୍ଲକ ଅଫିସ ରହୁଛନ୍ତି l ଏଣୁ ଖଡ଼ିଆଳ ବ୍ଲକରେ ଏକ ସ୍ଥାୟୀ ବିଡ଼ିଓ ନିଯୁକ୍ତି ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଇଛି ନହେଲେ ଆଗାମୀ ଦିନରେ ଏକ ଜନଆନ୍ଦୋଳନ ହେବ ବୋଲି ଖରିଆର ଜନସାଧାରଣ ଚେତାବନୀ ଦେଇଛନ୍ତି।