Odisha news

ଦ୍ବି ଦିବସିୟ ପ୍ରଶିକ୍ଷଣ ଉଦଯାପିତ 

0
ନୂଆପଡ଼ା -୧୨/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା  ସ୍ଥିତ ସରକାରୀ ଜିତାମିତ୍ର ଉଚ୍ଚ ବିଦ୍ୟାଳୟ ରେ ଜିଲ୍ଳା ସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ବି ଦିବସିୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି। ଏହି ଉଦଯାପନୀ ଉତ୍ସବ ଅବସରରେ ସହକାରୀ ଜିଲ୍ଳା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ ଶାରୀରିକ  ଶିକ୍ଷା ବିଭାଗ ର ଅତିରିକ୍ତ ନିର୍ଦେଶକ ଜ୍ୟୋତି ପ୍ରକାଶ ପରିଡା, ସମ୍ମାନିତ ଅତିଥି ଭାବେ ଜିଲ୍ଳା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇ, ଜିଲ୍ଳା ଶାରୀରିକ ଶିକ୍ଷା ଅଧିକାରୀ ମହେଶ କୁମାର ଦଣ୍ଡସେନା, ଜିଲ୍ଳା ବିଜ୍ଞାନ ପରିଦର୍ଶକ ଗିରିଧାରୀ ସା,ସାମ୍ବାଦିକ ଅନିଲ କୁମାର ପାଣିଗ୍ରାହୀ, ସରୋଜ କୁମାର ଦାସ ଯୋଗଦାନ କରିଥିବା ବେଳେ ରିଶୋର୍ସ ପର୍ସନ ରାଜେନ୍ଦ୍ର କୁମାର ସ୍ୱାଇଁ ତାଲିମ ପ୍ରଦାନ କରିଥିଲେ। ସକାଳ ଅଧିବେଶନ ରେ ଅତିରିକ୍ତ ନିର୍ଦ୍ଧେଶକ ତାଲିମ ସମ୍ପର୍କୀୟ ସନ୍ଦେହ ମୋଚନ କରିବାସହ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ଙ୍କୁ ଉଚିତ ଶାରୀରିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ।ଅବସର ଆସନ୍ନ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ସରକାରୀ ଜିତାମିତ୍ର ଉଚ୍ଚ ବିଦ୍ୟାଳୟ, କୋମନା ର ଶାରୀରିକ ଶିକ୍ଷା ଶିକ୍ଷକ ପରେଶ ଚନ୍ଦ୍ର ପାଣିଗ୍ରାହୀ,ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, କୋମନା ର ଶିକ୍ଷୟିତ୍ରୀ ନିରୁପମା ପାଣିଗ୍ରାହୀ ଙ୍କୁ ତାଙ୍କ ଦୀର୍ଘ ସେବା ର ପ୍ରଶଂସା କରି ଉପଢୌକନ ସହ ପୁଷ୍ପ ଗୁଚ୍ଛ ସହ ସମ୍ମାନିତ କରିଥିଲେ।ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ରତନ ସିଂ ବାରିକ ମଞ୍ଚ ପରିଚାଳନା କରିଥିଲେ।
Leave A Reply