ୟୁନାଇଟେଡ଼ ନେସନ ଚିଲଡ୍ରେନ ଫଣ୍ଡ ଦ୍ୱାରା ବହୁତ ସେନସିଟିଭ ଡାଟା ଜାରି କରାଯାଇଛି, ଅନ୍ତର୍ଜାତୀୟ ଏଜେନ୍ସି ଅନୁସାରେ ଇଷ୍ଟର୍ନ ଡେମୋକ୍ରାଟିକ୍ ରିପବ୍ଲିକ ଅଫ କଙ୍ଗୋ ରେ ଜାରି ସଂଘର୍ଷ ଦ୍ୱାରା ଛୋଟ ପିଲା ମାନଙ୍କର ଖୁବ କ୍ଷତି ହେଉଛି l ଜାନୁଆରୀ ଓ ଫେବୃଆରୀ ମାସରେ ପ୍ରତ୍ୟେକ ୩୦ ମିନିଟ ରେ ଗୋଟିଏ ଛୁଆ କୁ ବଳାତ୍କାର ହୋଇଛି l
ନିୟୁଜ ଏଜେନ୍ସି ଅନୁସାରେ ୟୁନିସେଫ ପକ୍ଷରୁ କୁହାଯାଇଛି ଜାନୁଆରୀ ଓ ଫେବୃଆରୀ ମାସରେ ବଳାତ୍କାର ଓ ଯୌନ ହିଂସା ପାଖାପାଖି ୧୦ ହଜାର ମାମଲା ରୁ ୩୫ ରୁ ୪୫ ପ୍ରତିଶତ ପୀଡିତ ପିଲା ଥିଲେ l ୟୁନିସେଫ ର ପ୍ରବକ୍ତା କହିଛନ୍ତି ଯେ ଚଳିତବର୍ଷ ଯେତେବେଳେ କଙ୍ଗୋ ରେ ଯୁଦ୍ଧ ଚାଲିଥିଲା ସେତେବେଳେ ପ୍ରତ୍ୟେକ ୩୦ ମିନିଟ ରେ ଗୋଟିଏ ଶିଶୁ କନ୍ୟା କିମ୍ବା ନାବାଳିକା କୁ ରେପ କରାଯାଇ ଥିଲା l
ରେପ ହୋଇଥିଲା ଡିପାନ ଅଫ ୱାର –
ଏହା କେବଳ ଗୋଟିଏ ଘଟଣା ନୁହେଁ, କିନ୍ତୁ ଗୋଟିଏ ଗମ୍ଭୀର ଓ ଲଗାତାର ଚାଲିଥିବା ଏହି ସମସ୍ୟା ଅଟେ, କିନ୍ତୁ ଛୋଟ ଛୋଟ ପିଲାମାନେ ଏହାର ଶିକାର ହେଉଛନ୍ତି, ଏହି ହିଂସା ଯୁଦ୍ଧର ଗୋଟିଏ ଉପାୟ ଅଟେ, ଯାହାଦ୍ୱାରା ଭୟ କରାଇବା ପାଇଁ ଜାଣି ଶୁଣି କରାଯାଉଛି, ଏହାଦ୍ୱାରା ମାନବ ସମାଜ ସମ୍ପୂର୍ଣ ଭାଙ୍ଗିଯାଇଛି l କିନ୍ତୁ ବର୍ତମାନ ମଧ୍ୟ ଏହି ସମ୍ପୂର୍ଣ ଘଟଣା ସାମ୍ନାକୁ ଆସିନାହିଁ, କାହିଁକିନା ଏହା ର ସମ୍ପୂର୍ଣ ସତ୍ୟ ମାନବ ସଭ୍ୟତା କୁ ଭୟଭୀତ କରିଦେବ l
ଏହା ବର୍ତମାନ ସମୟ ରେ ଗୋଟିଏ ଭୟ ଜାଗ୍ରତ କରି ରଖିଛି, ଏହାକୁ ନେଇ ସଂଯୁକ୍ତ ରାଷ୍ଟ୍ର କଣ ଅଜ୍ଞ ନା ଏହାକୁ ଚାପି ରଖିବାକୁ ଚେଷ୍ଟା କରୁଛି, ଏହାପଛରେ କଣ ରହିଛି କିଛି ସାଙ୍ଘାତିକ କାରଣ l