ନୂଆପଡ଼ା- ୧୧/୪ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅମଲାପାଳି ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିବେକାନନ୍ଦ ପୋଡ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ଗୋଷ୍ଠୀ ଶିକ୍ଷାଧିକାରୀ କାହ୍ନୁଚରଣ ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ଅରେଡ଼ା ସରପଞ୍ଚ ପ୍ରତିମା ପୁଞ୍ଜି, ଅବସର ପ୍ରାପ୍ତ ଶିକ୍ଷକ ଶବ୍ଲୁନ ସେନାପତି, ବାଦି କ୍ଳଷ୍ଟର ସିଆରସିସି ବନବିହାରୀ ବାଗ, ଚିନ୍ଦାଗୁଡା ସିଆରସିସି ସିଲୁ ମହାନନ୍ଦ, ଘରଧରା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବ କୁମାର ବନଛୋର୍ ପ୍ରମୁଖ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଖଡ଼ିଆଳ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଜୟଦେବ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରଙ୍କ ଉଦ୍ଧେଶ୍ୟ ରେ ଅଭିଭାଷଣ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟରେ ପୂର୍ବରୁ ବାର୍ଷିକ ଉତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ପାଇଥିବା ଛାତ୍ରଛାତ୍ରି ଙ୍କୁ ମାନପତ୍ର ଓ ଟ୍ରଫି ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରା ଯାଇଥିଲା । ଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ପରିଚାଳନା କମିଟି ସହ ଅଭିଭାବକ ମାନଙ୍କ ସହ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥି ମନଭରି ଉପଭୋଗ କରିଥିଲେ । ସିଦ୍ଧାର୍ଥ ଦାସ ଙ୍କ ସହ ଈଶ୍ୱର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀମତୀ ଗୀତାଞ୍ଜଳି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୀପ୍ତି ରଞ୍ଜନ ଶତପଥୀ, ସୁଶାନ୍ତ କୁମାର ସ୍ବାଇଁ, ମୁକେଶ କୁମାର ବାଗ ଙ୍କ ସହ ରୁଦ୍ର ପ୍ରତାପ ସିଂ ବାବୁ ଅ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।