ନୂଆପଡା – ୧୧/୪ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା ସିଲଦା ସ୍ଥିତ ନେସନାଲ କଲେଜରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି l ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଡ.ସୁଶାନ୍ତ କୁମାର ବିଶି, ଗୌରାଙ୍ଗ କୁମାର ସାହୁ,ବୈଷ୍ଣବ ମେହେର, କଲେଜର ଅଧ୍ୟକ୍ଷ ହିତେଶ କୁମାର ସାହୁ ଅତିଥି ଭାବେ ଯୋଗଦାନ କରିଥିଲେ l ଉଦଘାଟନୀ ଉତ୍ସବରେ ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାସ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ଵୀକୃତି ପଛରେ ନ ଦୌଡି କୃତୀ ପଛରେ ଦୌଡିଲେ ସଫଳତା ହାସଲ କରି ହୁଏ l ଉଦଘାଟନୀ ପରେ ଜିଲ୍ଲାର ବିଭିନ୍ନ କଲେଜରୁ ଆସି ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ କବିତା, କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ଲିଖିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା l ପ୍ରବନ୍ଧ ପ୍ରତିଯୋଗିତାରେ ତ୍ରିପୁରା ରଣା ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ପ୍ରଥମ, ସୁବାସ ଚନ୍ଦ୍ର ବାଗ ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ୨ୟ ଓ ଧୀରଜ କୁମାର ଚନ୍ଦ୍ରକାର ନ୍ୟାସନାଲ ମହାବିଦ୍ୟାଳୟ ୩ୟ ହୋଇ ଥିଲେ l କବିତା ରଚନାରେ ହରିପ୍ରିୟା ସିଂହ ମଡେଲ କଲେଜ୍ ଖଡ଼ିଆଳ ପ୍ରଥମ, ଲାଲ ବାହାଦୁର ସୁନାନୀ ମଡେଲ କଲେଜ୍ ଖଡ଼ିଆଳ ୨ୟ ଓ ବିଭୁ ପ୍ରସାଦ ପ୍ରଧାନ ନ୍ୟାସନାଲ ମହାବିଦ୍ୟାଳୟ ନୂଆପଡ଼ା ୩ୟ ହୋଇ ଥିଲେ l କ୍ଷୁଦ୍ର ଗଳ୍ପ ରଚନାରେ ଭାରତୀ ବାରିକ ମଡେଲ କଲେଜ୍ ଖଡ଼ିଆଳ ୧ମ, ଅନୁପମା ବେହେରା ଖଡ଼ିଆଳ ସ୍ଵୟଂ ଶାସିତ ମହାବିଦ୍ୟାଳୟ ୨ୟ ଓ ଉଷା କେଉଁଟ ନ୍ୟାସନାଲ ମହାବିଦ୍ୟାଳୟ ନୂଆପଡ଼ା ୩ୟ ହୋଇ ଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମାହାର, ଡ.ଗୀତାଶ୍ରୀ ପ୍ରିୟମ୍ବଦା, ଡ. ସୁଶାନ୍ତ କୁମାର ବିଶି, ଗୌରାଙ୍ଗ କୁମାର ସାହୁ, ବୈଷ୍ଣବ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ l କବିତା, ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗିତାରେ ଜୁରୀ ସଭ୍ୟ ଭାବରେ ଭବତୋଷ ଦାସ, ଫାଲଗୁନୀ ସାହୁ, ନନ୍ଦିଘୋଷ ଭୋଇ, ସୁଶାନ୍ତ କୁମାର ମୁଣ୍ଡ,ସଚିନ ବାବୁ,ଶିଶିର ଭୋଇ,କିଶୋର ଚନ୍ଦ୍ର ପ୍ରଧାନ, ଯୋଗେନ୍ଦ୍ର ବେହେରା ଓ ସୌମ୍ୟ ରଞ୍ଜନ ନାଏକ ସହଯୋଗ କରି ଥିଲେ l ବିଭୁ କିଶୋର ମିଶ୍ର ଧନ୍ୟବାଦ୍ ଜ୍ଞାପନ କରିଥିଲେ l