Odisha news

ସିଆରପିଏଫ ୨୧୬ ବାଟାଲିଅନ ତରଫରୁ ସୁନାବେଡା ଅଭୟାରଣ୍ୟ ରେ ସିଭିକ ଆକ୍ସନ ପ୍ରୋଗ୍ରାମ ଆୟୋଜିତ

0
ନୂଆପଡା – ୭/୪ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଅନ୍ତର୍ଗତ ଜାମଗାଁ ଠାରେ ଥିବା ସିଆରପିଏଫ କ୍ୟାମ୍ପ ସମ୍ମୁଖରେ ୨୧୬ ବାଟାଲିୟନ ତରଫରୁ ସିଭିକ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି। ଓଡ଼ିଶା ସେକ୍ଟର ଭୁବନେଶ୍ୱର ଆଇଜିପି ଅମରେନ୍ଦ୍ର ସିନ୍ନା ଆଇପିଏସ ଏବଂ ଓଡିଶା ରେଞ୍ଜ ଭୁବନେଶ୍ୱର ଡିଆଇଜିପି କେ ସଜାନୁଦିନ ଙ୍କ ନିର୍ଦ୍ଧେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଣ୍ଟ ଏରିକ ଗିଲବର୍ଟ ଜୋସେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଡେପୁଟି କମାଣ୍ଡେଣ୍ଟ ଧନ୍ନାରାମ ଯାଦବ ସୁନାବେଡା ଗ୍ରାମପଞ୍ଚାୟତ ସରପଞ୍ଚ ରଜନୀ ଜଗତ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ମାଓ ପ୍ରବଣ ଅଞ୍ଚଳରେ ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇ ରୋଜଗାର କ୍ଷମ ହୋଇପାରିବେ ଏହାକୁ ଲକ୍ଷରେ ରଖି ବାଟାଲିଅନ ତରଫରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ମହୁମାଛି ପାଳନ ମହମବତୀ ତିଆରି କରିବା ଯନ୍ତ୍ର ପ୍ରଦାନ କରାଯାଇଥିଲା। ଏଥିସହ ସାମୁହିକ ରୋଜଗାର ପାଇଁ ଜୟ ଜଗନ୍ନାଥ ସ୍ୱୟଂ ସହାୟକ ମହିଳା ଗୋଷ୍ଠିଙ୍କୁ ଧୂପକାଠି ତିଆରି ମେସିନ ପ୍ରଦାନ କରାଯାଇଥିଲା। ଏଥିପାଇଁ ସ୍ୱତନ୍ତ୍ର ତାଲିମର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କମାଣ୍ଡେଣ୍ଟ ଶ୍ରୀ ଜୋଶେ ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କ ସାମ୍ନାରେ ଉପସ୍ଥାପନା କରିଥିଲେ। ଏଥିସହ ଅଭୟାରଣ୍ୟ ଅନର୍ଗତ ଭାଓସିଲ ଠାରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ଡାକ୍ତର ଏମ ସୁଜାତା ଡେପୁଟି କମାଣ୍ଡେଣ୍ଟ ମୁକେଶ ଉପସ୍ଥିତ ରହି ଅଭୟାରଣ୍ୟ ବାସୀଙ୍କ ସମସ୍ୟା ଦୂର କରିବା ସହ କିଭଳି ଅଧିକା ରୋଜଗାରକ୍ଷମ ହୋଇପାରିବେ ଏହାକୁ ଦୃଷ୍ଟିରେ ରଖି ଉପରୋକ୍ତ ସମାନ ସାମଗ୍ରୀ ବଣ୍ଟନ କରିଥିଲେ। କନ୍ଧମାଳର ଲଙ୍କାଗଡ ରେ ନୂଆପଡା ସିଆରପିଏଫ ୨୧୬ ବାଟାଲିଅନ ର ଦ୍ଵିତୀୟ କମାଣ୍ଡେଣ୍ଟ କୃପାରାମ କନୱାର ଙ୍କ ନେତୃତ୍ୱରେ ଏକ କମ୍ପାନୀ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବାର ସିଆରପିଏଫ ତରଫରୁ ସୂଚନା ମିଳିଛି।
Leave A Reply