Odisha news

୧୮ ବର୍ଷୀୟ କବାଡି ଖେଳାଳି ର ଜିଲ୍ଲା ପରିଷଦ ସଭ୍ୟଙ୍କ କାର ଧକ୍କା ରେ ମୃତ

0
ନୂଆପଡା – ୭/୪ (ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ସିଲଦା ନିକଟରେ ବାଇକ୍-କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଜାତୀୟ ସ୍ତରର ଜୁନିୟର କବାଡ଼ି ଖେଳାଳିଙ୍କ ମୃତ୍ୟୁ ଘଟିଛି। ମୃତକ ମାଗୁରପାଣି ଗାଁର କବାଡ଼ି ଖେଳାଳି ଲାଲୁ ରାଉତ (୧୮)। ଅନ୍ୟ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରୋହନଗୋପାଳ ରାଉତ (୧୯) ଓ ଡଗେଶ୍ବର ରାଉତ (୨୨)। ଏହି ୩ ଜଣ ଛତିଶଗଡ଼ ବାଗବାହାରା ନିକଟ ଚଣ୍ଡୀ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ। ମାରାଗୁଡ଼ା ଲୋକ ମହୋତ୍ସବ ଉଦ୍‌ଯାପନୀ ଦିବସ ଥିଲା I କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସାଥୀଙ୍କ ଅର୍କେଷ୍ଟ୍ରା ଚାଲିଥିଲା । ରାତି ପ୍ରାୟ ୧୦ଟାରେ ଏମାନେ ଏକ ବାଇକ (ନମ୍ୱର OD 26 H 0986) ରେ ଚଣ୍ଡୀ ମନ୍ଦିରରୁ ମାରାଗୁଡ଼ା ମହୋତ୍ସବ ଦେଖ‌ିବାକୁ ନୂଆପଡ଼ା ଆସୁଥିଲେ ନୂଆପଡ଼ା-ଖରିଆରରୋଡ୍ ସହର ମଧ୍ୟବର୍ତ୍ତୀ ସିଲଦା ଛକ ନିକଟରେ ଏକ କାର (ନମ୍ବର OD 26 C 3999) ବାଇକ କୁ ଧକ୍କା ଦେଇଥିଲା । କାର ମାଲିକ ଜିଲ୍ଲା ପରିଷଦ ସଭ୍ୟ ବୋଲି କୁହାଯାଉଛି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ପରିବାର ଲୋକେ ଲାଲୁଙ୍କୁ ରାୟପୁର ସ୍ଥାନାନ୍ତର କରିଥିଲେ । ତେବେ ଖରିଆରରୋଡ୍ ନିକଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ରୋହନ ଓ ଡଗେଶ୍ୱର ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୁଲିସ୍ ଶବ ବ୍ୟବଚ୍ଛେଦ କରି
Leave A Reply