Odisha news

ସାବଧାନ! ସୋସିଆଲ ମିଡ଼ିଆ ରେ ଘୁରୁଛି ନକଲି ନିଯୁକ୍ତି ଵିଜ୍ଞାପନ 

0
ନୂଆପଡ଼ା (ସୁରେନ୍ଦ୍ର ତିୱାରୀ) ଆଜିକାଲି ସୋସିଆଲ ମିଡ଼ିଆ  ମାଧ୍ୟମରେ  ପ୍ରକାଶିତ ନକଲି ଵିଜ୍ଞାପନ ଯୋଗୁଁ ବହୁ ନିରୀହ ଶିକ୍ଷିତ ଯୁବକ ଠକାମୀ ର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ନକଲି ଵିଜ୍ଞାପନ ନୂଆପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ସୋସିଆଲ ମିଡ଼ିଆ ଜରିଆରେ ଘୁରିବୁଲୁଥିବା ଦେଖାଯାଇଛି। ଏହି ଵିଜ୍ଞାପନ ଟି ନୂଆପଡା ଜିଲ୍ଳା ର ସ୍ୱାସ୍ଥ୍ୟ ବିଭାଗ ରେ ବ୍ଲକ ସ୍ତରୀୟ ନିଯୁକ୍ତି -୨୦୨୫ପାଇଁ ଉଦ୍ଦିଷ୍ଟ ଥିବା ପ୍ରକାଶ କରି କୋମନା,ରାଜ ଖରିଆର, ନୂଆପଡା, ବୋଡେ଼ନ ଓ ସିନାପାଲି ବ୍ଲକ ରେ ସର୍ବମୋଟ ୬୨ ଟି ୱାଚମେନ,୮୭ ଟି ସେକୁରିଟି ଗାର୍ଡ,୨୫ ଟି ହୋମ ନର୍ସିଙ୍ଗ ଓ ୩୮ଟି ସୁଇପର ପଦବୀ ପୂରଣ ପାଇଁ ଉଲ୍ଲେଖ ରହିଛି।ପୁନଶ୍ଚ ପଦବୀ ବୂକିଙ୍ଗ କରି ମୁଖ୍ୟ ଅଫିସ ରେ ସାକ୍ଷାତ କରି ନିଯୁକ୍ତି ପାଇପାରିବେ ବୋଳି ସୂଚନା ଦିଆଯାଇଛି। ପଦ ଅନୁଯାୟୀ ପାରିଶ୍ରମିକ ପରିମାଣ ସହ କେଉଁ ସବୁ କାଗଜାତ ଆବଶ୍ୟକ ସେନେଇ ଉଲ୍ଲେଖ ରହିବା ସହ ଯୋଗାଯୋଗ  ମୋବାଇଲ ସଂଖ୍ୟା ୮୯୨୬୨୦୬୮୯୧ ଦର୍ଶାଯାଇଛି। ତେବେ ଜନୈକ ସେକୁରିଟି ଗାର୍ଡ ଆଶାୟୀ ଉପରୋକ୍ତ ମୋବାଇଲ ନମ୍ବର ରେ ଯୋଗାଯୋଗ କରିବାରୁ ନିଜକୁ ଭୁବନେଶ୍ୱର କଳ୍ପନା ରାସ୍ତା ରେ ଅବସ୍ଥିତ ସ୍ପାଇଡର ସେକୁରିଟି ର ଅଧିକାରୀ ଶୁଭମ ତ୍ରିପାଠୀ ବୋଲି ପରିଚୟ ଦେଇ ଆଠ ତାରିଖ ସୁଦ୍ଧା ଭୁବନେଶ୍ୱର ଆସି ବିଭିନ୍ନ ପ୍ରମାଣପାତ୍ର ସହ ଟ ୩୫୦୦/-ଜମା ଦେଲେ ଖରିଆର ଡାକ୍ତରଖାନା ପାଇଁ ମୁଭମେଣ୍ଟ ଲେଟର ଦିଆଯିବଓ ସେଠାରେ ଜଇନ କରାଇ ଦିଆଯିବ ବୋଳି ପ୍ରକାଶ କରିଥିଲେ। ଅପରପକ୍ଷେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯିବାରୁ ଏଭଳି କୌଣସି ଵିଜ୍ଞାପନ କାର୍ଯ୍ୟାଳୟ ତରଫରୁ ପ୍ରକାଶନ କରାଯାଇ ନ ଥିବା ଜଣା ପଡିଛି।
Leave A Reply