Odisha news

ମାଁ କର୍ମାଦେବୀ ଜୟନ୍ତୀ ଓ ୟୁଥ କ୍ଲବର ବାର୍ଷିକ ଉତ୍ସବ 

0
ନୂଆପଡ଼ା -୨୬/୩(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲିର ମାଁ କର୍ମାଦେବୀ ୟୁଥ୍ କ୍ଳବ୍ ଦ୍ଵାରା ମାଁ କର୍ମାଦେବୀ ଜୟନ୍ତୀ ତଥା ୟୂଥ୍ କ୍ଲବର ସପ୍ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି । ଏନେଇ କ୍ଲବ ସଭାପତି  ବିଦ୍ୟାଧର ସା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଗୌରଚନ୍ଦ୍ର ସା, ବିଶିଷ୍ଟ ଅତିଥି ଗଲାମଣୀ ସା, ମୁଖ୍ୟ ବକ୍ତା ମୁରଲୀଧର ସା ଓ ସମ୍ମାନିତ ଅତିଥି ଭାବରେ ଜମ୍ମୁଲାଲ୍ ସା, ଖଗେଶ୍ବର ସା ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଯଶୋବନ୍ତ ସା ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ସୁମନ୍ତ ସା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ରଶ୍ମିରଞ୍ଜନ ସା କାର୍ଯ୍ଯକ୍ରମର ଉଦ୍ଦେଶ୍ଯ ଜଣାଇଥିଲେ । ଏହି ଅବସରରେ କୁନି ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଏହାକୁ ଦୁର୍ଜନ ସା ପରିଚାଳନା କରିଥିଲେ । ଶେଷରେ ଲିଲାକର ସା ଧନ୍ଯବାଦ ଦେଇଥିଲେ । ସଭା ପୂର୍ବରୁ ଏବଂ ସଭା ପରେ ଦୁଇଟି ପର୍ଯ୍ଯାୟରେ  ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ କରାଯାଇଥିଲା । ଏ ଅବସରରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ବ୍ଯବସ୍ଥା କରାଯାଇଥିଲା   । କାର୍ଯ୍ୟକ୍ରମ ପରିଚାଳନା ରେ ମାଁ କର୍ମାଦେବୀ ୟୁଥ୍ କ୍ଳବ୍ ର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।
Leave A Reply