Odisha news

ଘର ଘର ବୁଲି ସମସ୍ତ ଙ୍କ ଆଧାର କାର୍ଡ ପ୍ରସ୍ତୁତ କର : ଜିଲ୍ଲା ସ୍ତରୀୟ ଆଧାର ତଦାରଖ କମିଟି ବୈଠକ

0
ନୂଆପଡା-୮/୩ (ସୁରେନ୍ଦ୍ର ତିୱାରୀ) : ଆଜି ନୂଆପଡା ଜିଲ୍ଲାପାଳ  ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ  ଜିଲ୍ଲା ସ୍ତରୀୟ ଆଧାର ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ସ୍ବାଗତ ଜଣାଇବା ସହ ଆଧାର ଯୋଗୁଁ କେମିତି ଜନସାଧାରଣ ବିଭିନ୍ନ ଯୋଜନାର ଲାଭ ପାଉଛନ୍ତି ଏବଂ ଆଧାର ସର୍ବ ଭାରତୀୟ ସ୍ତରରେ କିଭଳି ଏକ ବଳିଷ୍ଠ ପରିଚୟର ମାଧ୍ୟମ ଭାବରେ କାମ କରୁଛି ସେ ବିଷୟରେ ମନ୍ତବ୍ୟ ପ୍ରଦାନ କରିଥିଲେ । ପ୍ରୋଜେକ୍ଟ ମ୍ୟାନେଜର,     ୟୁଆଇଡିଏଆଇ, ହାଇଦ୍ରାବାଦ ସେଖ ଜାଭେଦ ଆଧାର ପ୍ରସ୍ତୁତି ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋକପାତ କରିଥିଲେ। ଉକ୍ତ ବୈଠକରେ ବନ ଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝି, ଡେପୁଟୀ କଲେକ୍ଟର ଏସ କେ ନସିମ, ଜିଲ୍ଲା ଇ – ଶାସନ ପରିଚାଳକ ବୀରେନ୍ଦ୍ର ସିଂହ ଦଣ୍ଡସେନା, ପ୍ରୋଜେକ୍ଟ ମ୍ୟାନେଜର ସହଜ ହିମାଂଶୁ ଶେଖର ପାଣି, ସୁପରଭାଇଜର ସିଲେବ ନୃସିଂହ ପଟେଲ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ନୂଆପଡା ଏକ ବଣ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହେଇଥିବାରୁ ଏଠାକୁ ଅଧିକ ସଂଖ୍ୟାରେ ଆଧାର ଟିମ୍ ର କର୍ମକର୍ତ୍ତା ପଠାଇ ଘର ଘର ବୁଲି ସମସ୍ତଙ୍କ ପାଇଁ ଆଧାର କାର୍ଡ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ  ଆହ୍ବାନ ଦେଇଥିଲେ।
Govt
Leave A Reply