ନୂଆପଡ଼ା -୮/୩(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ରେ ପ୍ରବାସୀ ଶ୍ରମିକ ସଚେତନତା ନିମନ୍ତେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ି ଥିଲା ବେଳେ ଏହା ଫଳପ୍ରଦ ହେଳା ଭଳି ଲାଗୁନାହିଁ।ଦାଦନ ଶ୍ରମିକଙ୍କ ଭାଗ୍ୟ ସବୁବେଳେ ଅନିଶ୍ଚିତା ଦେଇ ଗତି କରୁଛି । ରାଜ୍ୟର ପଶ୍ଚିମ ଓଡ଼ିଶାସମେତ ବିଭିନ୍ନ ଅଞ୍ଚଳ ରୁ ବାହାର ରାଜ୍ୟ କୁ ଦାଦନ ଶ୍ରମିକ ଙ୍କ ସୁଅ ଛୁଟୁଛି। ଏହି ସମସ୍ୟା ଯେତିକି ଉତ୍କଟ ହେଉଛି ଦାଦନ ମଣିଷ ର ଭାଗ୍ୟ ସେତିକି ଆଶଙ୍କା ଓ ଅନିଶ୍ଚିତତା ର ଅନ୍ଧକାର ଭିତର କୁ ଠେଲି ହୋଇ ଯାଉଛି। ନୂଆପଡ଼ା ଜିଲ୍ଲା ବି ବାଦ ପଡିନି ଏଥିରୁ। କାମ ଧନ୍ଦା ନ ପାଇ ଏହି ଜିଲ୍ଲା ର ପାଞ୍ଚ ଟି ବ୍ଲକ ସିନାପାଲି, କୋମନା ,ବୋଡ଼େନ, ଖଡ଼ିଆଳ ଓ ନୂଆପଡ଼ା ବାଦ୍ ପଡି ନାହିଁ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ହଜାର ହଜାର ଗରିବ ଲୋକ ଦାଦନ ଶ୍ରମିକ ସାଜି ବାହାର କୁ ଚାଲି ଯାଉଛନ୍ତି। ଦାଦନ ଶ୍ରମିକ ପାଇଁ ଚର୍ଚ୍ଚିତ ନୂଆପଡ଼ା ଜିଲ୍ଲା ଉପରୋକ୍ତ ପାଞ୍ଚ ଟି ବ୍ଲକ ର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଉପାନ୍ତ ଛତିଶଗଡ଼ ରାଜ୍ୟ ଲାଗିଛି। ଅଭାବ ଅନଟନ ରେ ପଡ଼ି ଅନ୍ୟ ରାଜ୍ୟ କୁ କାମ କରିବା କୁ ଯାଇ ଦାଦନ ର ଆଖ୍ୟା ପାଇଥିବା ଏହି ଅଞ୍ଚଳ ର ଶ୍ରମିକ ମାନଙ୍କ ଦୁଃଖ ଅସରନ୍ତି। ଅଧିକ ରୋଜଗାର କରିବା ଆଶା ନେଇ ସେମାନେ ନିଜ ଭିଟା ମାଟି ଛାଡ଼ନ୍ତି କିନ୍ତୁ କର୍ମ ସ୍ଥଳ ରେ ପହଞ୍ଚିଲା ପରେ ସବୁ ସକାଳ ର କୁହୁଡି ପରି ସବୁ ଆଶା ମିଳେଇ ଯାଏ। ଠିକାଦାର ଓ ଦଲାଲ ମାନଙ୍କ ସହାୟତାରେ ଦାଦନ କାମ କୁ ଯାଉଥିବା ଏହି ଶ୍ରମିକ ମାନେ ମୁଖ୍ୟତଃ ଇଟା ଗଢ଼ିବା ଓ ବୋହିବା କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି। ସେମାନଙ୍କୁ ସେଠାରେ ହାଡ଼ ଭଙ୍ଗା ପରିଶ୍ରମ କରିବାକୁ ପଡ଼ିଥାଏ। ଟାଣ ଖରା ରେ କାମ କରୁଥିଲେ ମଧ୍ୟ ଏମାନଙ୍କୁ ଟିକେ ବିଶ୍ରାମ ଦିଆ ଯାଇ ନ ଥାଏ। ପାହାନ୍ତିଆ ସକାଳୁ କାମ କରିବାକୁ ମାଲିକ ର ହାକିମ ପଡେ। କାମ କୁ ନ ଗଲେ ମାଡ ବି ଖାଇ ବାକୁ ପଡେ। ହାଡ଼ ଭଙ୍ଗା ପରିଶ୍ରମ କରି ଥକା ମେଣ୍ଟାଇବା ପାଇଁ କିଛି ସମୟ ବିଶ୍ରାମ ନେବାକୁ ବି ଦିଆ ଯାଏ ନାହିଁ କାମ କରୁଥିବା ସମୟରେ ଯଦି କିଛି ଦୁର୍ଘଟଣା ଘଟି ଯାଏ ସେଥି ପାଇଁ କୌଣସି କ୍ଷତି ପୂରଣ ବି ମିଲେ ନାହିଁ। ଏପରିକି ଶ୍ରମିକ ମାନଙ୍କ ନିରାପତ୍ତା ଓ ସୁରକ୍ଷା ପ୍ରତି କୌଣସି ଦୃଷ୍ଟି ବି ଦିଆ ଯାଏ ନାହିଁ ବୋଲି ଫେରନ୍ତା ଦାଦନ ଶ୍ରମିକ ମାନେ ପ୍ରକାଶ କରିଛନ୍ତି। ଦାଦନ ରୂପେ ବିଭିନ୍ନ ସମୟରେ କାମ କରିବାକୁ ଯାଇ ଥିବା ଶ୍ରମିକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖ ଦାୟକ ସେତିକି ହୃଦୟ ବିଦାରକ। ଦାଦନ ଙ୍କୁ କାମ ଯୋଗାଇ ଦେଇଥିବା ମାଲିକ ମାନେ କେତେଯେ ନୃଶଂସ, କେତେ ଯେ ଅତ୍ୟାଚାରୀ ଏଥିରୁ ତାହା ଜାଣି ହୁଏ। ଦାଦନ ଶ୍ରମିକ ଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ଘର କୁ ମୃତ ଦେହ ପହଞ୍ଚିବା, ଦାଦନ ଶ୍ରମିକ ବନ୍ଧକ ରହିବା, ନିଖୋଜ ହେବା ଏପରିକି ନିର୍ଯାତନା ର ଶୀକାର ହେବା ଘଟଣା ଏକ ନୀତି ଦିନିଆ ଘଟଣା ରେ ପରିଣତ ହୋଇଛି। ପ୍ରତି ଦିନ ଏହି ଶୀର୍ଷକ ଖବର ଗଣମାଧ୍ୟମ ରେ ପୃଷ୍ଠା ମଣ୍ଡନ କରୁଛି। ତଥାପି ନୂଆପଡ଼ା ଜିଲ୍ଲା ରୁ ସୁଅ ଛୁଟୁଛି। ଅନେକ ସମୟରେ ମୃତ୍ୟୁ ପରେ ନିରୀହ ଦାଦନ ଶ୍ରମିକ ପରିବାର ପ୍ରଶାସନ ତଥା ସରକାର ଙ୍କ ନିକଟରେ କ୍ଷତି ପୂରଣ, ଅନୁକମ୍ପା ସହାୟତା ରାଶି ପାଇଁ ନିବେଦନ କରାଯାଉଛି ହେଲେ ସବୁ ସାର ହୋଇ ରହି ଯାଉଛି।ନୂଆପଡ଼ା ଜିଲ୍ଲା ର ସିନାପାଲି ଦାଦନ ଶ୍ରମିକ ଙ୍କ ପାଇଁ ବହୁ ଚର୍ଚ୍ଚିତ। ଏହା ଛଡ଼ା ଏହି ଜିଲାର ଅନ୍ୟାନ୍ୟ ଅଞ୍ଚଳ ର ଗରିବ ଲୋକ ମାନେ କାମ ପାଇଁ ଦାଦନ ରୂପେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ଛତିଶଗଡ଼ , ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ,ଗୁଜୁରାଟ, ଗୋଆ, ଭୋପାଳ, କରିମନଗର, ହାଇଦ୍ରାବାଦ, ନାଗପୁର, ଆଶାପୁରମ, ବିଜେୱାଡା, ଖମାମ, ଗୁଣ୍ଠୁର, ବମ୍ବେ ସମେତ ଅନେକ ରାଜ୍ୟ ର ସହର କୁ ଯାଇଥାନ୍ତି। ଏହି ଦାଦନ ଶ୍ରମିକ ମାନଙ୍କ ପାଇଁ ସରକାର ଙ୍କ ତରଫରୁ ସ୍ଵତନ୍ତ୍ର ଆଇନ ହେବା ଅତ୍ୟନ୍ତ ଜରୁରୀ ବୋଲି ବୁଦ୍ଧିଜୀବୀ ମହଲ ରେ ମତପ୍ରକାଶ ପାଇଛି। ବିଭିନ୍ନ ଦଲାଲ ମାନଙ୍କ ଦ୍ବାରା ପ୍ରଲୋଭିତ ହୋଇ ଦାଦନ ରୂପେ କାମ କରିବା ଲାଗି ଅନ୍ୟ ରାଜ୍ୟ କୁ ଯିବା ପୂର୍ବରୁ ପ୍ରତି ପଞ୍ଚାୟତ ରେ ଶ୍ରମିକ ମାନଙ୍କ ଠିକଣା, କେଉଁଠି କୁ ସେମାନେ କାମ କରିବା ପାଇଁ ଯାଉଛନ୍ତି, କେଉଁ ଠିକାଦାର ଶ୍ରମିକ ମାନଙ୍କୁ କେଉଁ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ନେଉଛନ୍ତି ତାହାର ସମ୍ପୂର୍ଣ୍ଣ ପଞ୍ଜିକରଣ ବ୍ୟବସ୍ଥା ରହିବା ଆବଶ୍ୟକ ଏଥି ନେଇ ଏକ ଆଇନ ପ୍ରଣୟନ ହେବାର ଆବଶ୍ୟକତା ରହିଛି। ସେହିପରି ଦାଦନ ଶ୍ରମିକ ମାନଙ୍କୁ ଚାଲାଣ କରୁଥିବା ଦଲାଲ ମାନେ ତାଙ୍କର ପଞ୍ଜିକରଣ ବାଧ୍ୟତା ମୂଳକ ହେବା ସହ ବେନିୟମ ଚାଲାଣ କରୁଥିବା ଦାଦନ ଦଲାଲ ଓ ସର୍ଦ୍ଦାର ମାନଙ୍କ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାପାଇଁ ସ୍ଵତନ୍ତ୍ର ଆଇନ ପ୍ରଣୟନ ହେବା ଆବଶ୍ୟକ ବୋଲି ଜନ ସାଧାରଣ ରେ ମତ ପ୍ରକାଶ ପାଉଛି। ଦାଦନ ମୁକ୍ତ ଜିଲ୍ଲା ଗଠନ ନେଇ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ବିଭିନ୍ନ ସମୟରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହେଉଛି। ବାସ୍ତବ ରେ ଜିଲ୍ଲାପାଳ ଙ୍କ ଉଦ୍ୟମ କୁ ସବୁଠି ପ୍ରଶଂସା କରାଯାଉଛି। ଜିଲ୍ଲାପାଳ ଯେଉଁ ଉଦ୍ଦେଶ୍ୟ ନେଇ ମହତ କାର୍ଯ୍ୟ କରୁଛନ୍ତି ତାକୁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟକାରି କରୁ ନାହାନ୍ତି। ଯାହାଫଳରେ ଦାଦନ ଶ୍ରମିକ ସମସ୍ୟା ଜଟିଳ ହେବାରେ ଲାଗିଛି। କିଛି ପ୍ରଶାସନିକ ଅଧିକାରୀ ଶ୍ରମିକ ଦଲାଲ ଓ ସର୍ଦ୍ଦାର ମାନଙ୍କ ସହିତ ସଲାସୁତୁରା କରି ଏହି ବେପାର ଚଳାଇଥିବା ବେଳେ କୌଣସି ଅଙ୍କୁଶ ରହୁ ନାହିଁ। ଯାହା ଫଳରେ ଦିନ ଆଳୁଅ ରେ ବେଧଡକ ଦାଦନ ଚାଲାଣ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।