Odisha news

ଡମଝର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ବାର୍ଷିକ ଉତ୍ସବ

0
ନୂଆପ଼ଡ଼ା- ୫/୩(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଡମଝର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି lବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭଞ୍ଜ କିଶୋର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋଡେ଼ନ ରୁଦ୍ରେଶ୍ୱର ମେହେର ଯୋଗ ଦେଇଥିଲେ l ମୁଖ୍ୟବକ୍ତା ଭାବରେ ସି ଆର ସିସି  ସଞ୍ଜୟ କୁମାର ଯୋଶୀ ଓ ସମ୍ମାନିତ ଅତିଥି ଭାବରେ ଡମଝର ସରପଞ୍ଚ ସଦାଶିବ ବେହେରା ଓ ଏସ ଏମ ସି ସଭାପତି ଶ୍ରୀମତୀ ରଶ୍ମିତା ବେହେରା ଯୋଗ ଦେଇଥିଲେ l ମଞ୍ଚ ପରିଚାଳନା କରିଥିଲେ କଳା ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ସରାଫ  l   ଅତିଥି ଗଣ ଶିକ୍ଷା ର ବିକାଶ ଏବଂ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଛାତ୍ର ଛାତ୍ରୀ ସଂଖ୍ୟା ତିନିସହ ରୁ ଉର୍ଦ୍ଧ ଥିବାରୁ ଶ୍ରେଣୀ ଗୃହର ଅଭାବ, ୟୁରିନାଲ, ସ୍ମାର୍ଟ ବୋର୍ଡ଼ ଏବଂ ସ୍କୁଲ ର ବିଭିନ୍ନ ସମସ୍ୟା ଉପରେ ପ୍ରଧାନ ଶିକ୍ଷକ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଅନୁରୋଧ କରିଥିଲେ।l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା କରିଥିଲେ ବଳଦେବ ବନ୍ଦୀଛୋର ଏବଂ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା  l
Leave A Reply