ନୂଆପଡ଼ା-୧୨/୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସିନାପାଲି ବ୍ଲକ ସ୍ଥିତ ଟିମନପୂର ଆଶ୍ରମ ବିଦ୍ୟାଳୟର ଦ୍ଵିତୀୟ ବାର୍ଷିକ ଉତ୍ସବ ୨୦୨୫ ପାଳିତ ହୋଇଯାଇଛି । ଅନୁଷ୍ଟିତ କାର୍ଯକ୍ରମ ରେ ଟିମନପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ହୋତାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଡି.ଆଇ. କଳାହାଣ୍ଡି ଓ ନୂଆପଡ଼ା ଉଦୟ ସିଂ ମାଝୀ , ମୁଖ୍ୟ ବକ୍ତା ଭାବେ ବି.ଇ.ଓ. ଜତିନ୍ଦ୍ର କୁମାର ସେଠ୍ , ସମ୍ମାନିତ ଅତିଥି ଭାବରେ ସିନାପାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶିଲ କୁମାର ସାମଲ , ବୋଡ଼େନ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ , ଗୋବିନ୍ଦପୁର ଆଞ୍ଚଳିକ ସାଧନାକେନ୍ଦ୍ର ସଂଯୋଜକ ଅତୁଲ କୁମାର ସୂପକାର ,ସ୍ଥାନୀୟ ସରପଞ୍ଚ ବୈକୁଣ୍ଠ ଦଣ୍ଡସେନା , ଡମଝର ସରକାରୀ ସେବାଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ବସନ୍ତ ବାଗଚୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟିକେରାମ ମାଝୀ ପ୍ରମୁଖ ମଞ୍ଚରେ ମଞ୍ଚାସିନ ଥିଲେ । ପ୍ରଥମେ ମଞ୍ଚାଶିନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଔପଢକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଦାତ୍ରୀ ମା ସରସ୍ଵତୀ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା । ଟିମନପୁରା ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ ପରେ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ହୋତା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ପିଲାଙ୍କ ପାଠ ପଢିବା ସଙ୍ଗେ ସଙ୍ଗେ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜିତ ହେଉଥିବାରୁ ପିଲାଙ୍କ ଲୋକାୟିତ ପ୍ରତିଭା ଲୋକଲୋଚନ କୁ ଆସି ପାରୁଛି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିବା ବେଳେ ଟିମନପୁର ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅୟୋଜନ କରିଥିବାରୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ହୋତା ଙ୍କୁ ଅଭିଭାବକ ଅଭିଭାବିକା , ଭଦ୍ରବ୍ୟକ୍ତି ,ବୁଦ୍ଧିଜୀବୀ ମାନେ ଧନ୍ୟବାଦ ଦେଇଥିଲେ। ଠିକ୍ ସେହିଭଳି ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନ ଶିକ୍ଷକ ମନୋଜ କୁମାର ହୋତା ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଡି ଆଇ ଉଦୟ ସିଂ ମାଝୀ , ସମ୍ମାନିତ ଅତିଥି ଭାବରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଶିଲ କୁମାର ସାମଲ, ଆଞ୍ଚଳିକ ସାଧାନାକେନ୍ଦ୍ର ସଂଯୋଜକ ଅତୁଲ କୁମାର ସୂପକାର , ବିଦ୍ୟାଳୟ ପରିଚାଲନା କମିଟି ସଭାପତି ଟିକେରାମ ମାଝୀ , ବରିଷ୍ଟ ସାମ୍ବାଦିକ ବିଶିକେଶନ ପଣ୍ଡା , ଟିମନପୂର୍ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଲ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ବିଦ୍ୟାଳୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଉକ୍ତ ବାର୍ଷିକ ଉତ୍ସବର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ଶିକ୍ଷକ ପରେଶ ନାଥ ପାଣିଗ୍ରାହୀ ନିଜ କଣ୍ଠ ର ବାକଚାତୁରି ମାଧ୍ୟମରେ ଅତି ସୁନ୍ଦର ଓ ଆକର୍ଷଣୀୟ ଭାବରେ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଟ ଶିକ୍ଷକ ଜୟସିଂହ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଟିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ସମସ୍ତ ନୃତ୍ୟ, ଗୀତ ପ୍ରଧାନ ଶିକ୍ଷକ ମନୋଜ କୁମାର ହୋତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ମେଟ୍ରନ ତାରାବତୀ ନାଏକ ଓ ଆଶ୍ରମ ର ସମସ୍ତ ଶିକ୍ଷକଙ୍କ ସହଯୋଗରେ ସଫଲିଭୂତ ହୋଇଥିଲା । ଖାଦ୍ୟପେୟ ଦାୟିତ୍ୱରେ ଶିକ୍ଷକ ମିତ୍ରଭାନୁ ମେହେର ,ବ୍ରହ୍ମାନନ୍ଦ ସା ,ପୂର୍ଣ୍ଣ ଚନ୍ଦ୍ର ମେହେର , ମହିଳା ସି ସି ଏ ବାସନ୍ତୀ ନାଏକ, ପୁରୁଷ ସି ସି ଏ ଭାରତ ମାଝି , ମଧ୍ୟାହ୍ନ ଭୋଜନ ପାଚିକା କୁନ୍ତୀ ମାଝୀ, ଦେବକୀ ମାଝୀ ,ପଦ୍ମା ମାଝୀ ଥିବାବେଳେ ବରିଷ୍ଟ ଶିକ୍ଷକ ଜୟ ସିଂ ମହାନନ୍ଦ , ମିତ୍ରଭାନୁ ମେହେର ,ସାଧୁ ଚରଣ ମେହେର ,ବ୍ରହ୍ମାନନ୍ଦ ସା ,ପୂର୍ଣ୍ଣ ଚନ୍ଦ୍ର ମେହେର, ମେଟ୍ରନ ତାରାବତୀ ନାଏକ, ସି ସି ଏ ବାସନ୍ତୀ ନାଏକ, ଭାରତ ମାଝୀ ପ୍ରମୁଖ ଉପସ୍ଥିତ ରହି ବାର୍ଷିକ ଉତ୍ସବ ପାଳନରେ ପୂର୍ଣ୍ଣ ସହଯୋଗ କରିଥିଲେ ।