Odisha news

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ କର୍କଟ ଦିବସ ପାଳିତ

0
ନୂଆପଡ଼ା -୪/୨ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି। ଏ ଅବସର ରେ  ବିଭିନ୍ନ ନର୍ସିଂ କଲେଜର ଛାତ୍ରଛାତ୍ରୀମାନଙ୍କ ଦ୍ଵାର ଏକ ଶୋଭ ଯାତ୍ରା କୁ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଗୁରୁ ପ୍ରସାଦ ଜେନା ଜନ ସଚେତନତା ସୃଷ୍ଟି ନିମନ୍ତେ ସବୁଜ ପତାକା ଦେଖାଇ ସହର ପରିକ୍ରମା କରିବାକୁ ବିଦାୟ କରିଥିଲେ l ଶୋଭାଯାତ୍ରା ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ କର୍କଟ ରୋଗ ଉପରେ ଜନ ସଚେତନତା  ସୃଷ୍ଟି କରି ଏକତା ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ଷ୍ଟେଟ ବ୍ୟାଙ୍କ ଓ ଶିଶୁ ପ୍ରମୋଦ ଉଦ୍ୟାନ ଛକ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପୁନଃ ଫେରି ଆସିଥିଲେ l ଏ ଅବସର ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭା ଗୃହ ଠାରେ ଭାରପ୍ରାପ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି କର୍କଟ ସଚେତନତା ସଭାରେ ଜିଲ୍ଲା  କାର୍ଯ୍ୟକ୍ରମ ପରିଚାଳକ ଦିଲ୍ଲୀପ କୁମାର ଦୁବେ, ଜିଲ୍ଲା ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ଜଗତବନ୍ଧୁ ମହାପାତ୍ର, ପରିସଂଖ୍ୟନ ନିରୀକ୍ଷକ ମୀନକେତନ ମାଝୀ, ଅଣ ସଂକ୍ରାମକ ରୋଗ ପରିଚାଳକ ଶରତ ନାୟକ, ଅଣ ସଂକ୍ରାମକ ରୋଗ ସହାୟକ ଶରତ ବେଜୋ ଏବଂ ସୁଶିଲା ଦେବୀ ନର୍ସିଂ କଲେଜ, ଗୋପୀନାଥ ନର୍ସିଂ କଲେଜ ଓ ଜଗନ୍ନାଥ ନର୍ସିଂ କଲେଜର ଶିକ୍ଷକବୃନ୍ଦ ଓ ଛାତ୍ରଛାତ୍ରୀମାନେ ବିପୁଳ ସଂଖ୍ୟା ରେ ଉପସ୍ଥିତ ଥିଲେ l ଉପରୋକ୍ତ କାର୍ଯ୍ୟକ୍ରମରେ କର୍କଟ ରୋଗର କାରଣ, ନିରାକରଣ, ସଚେତନତା, ଶ୍ରୀଘ୍ର ଚିହ୍ନଟିକରଣ ଓ ଚିକିତ୍ସା ଆଦି ବିଷୟ ଉପରେ ପୁଙ୍ଖାନୁପୁଙ୍ଖନ ଆଲୋଚନ କରି ବିଶଦ ଭାବେ ବୁଝାଇଥିଲେ  l
କର୍କଟ ରୋଗ ଉପରେ ଧାରଣା ଦେବା ଓ ସଚେତନତା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରବନ୍ଧ ପ୍ରତିଯୋଗୀତା ର ଆୟୋଜନ କରାଯାଇଥିଲା। ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତକରି ସମ୍ମାନୀତ କରାଯାଇଥିଲା । ଏ ଅବସର ରେ କର୍କଟ ରୋଗ ବିଷୟରେ ଜନ ସଚେତନତା ପାଇଁ ଗୋଟିଏ ପୋଷ୍ଟରର ପ୍ରଦର୍ଶନୀ ଷ୍ଟଲ ମଧ୍ୟ ଆୟୋଜିତ ହୋଇଥଲା l ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ କିଶୋର ଚନ୍ଦ୍ର ପଟେଲଙ୍କ ତତ୍ତ୍ଵାବଧାନ ରେ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ର ସଫଳ ପରିଚାଳନା ହୋଇଥିଲା l

Leave A Reply