ନୂଆପଡା- ୧୩/୭ ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) :ନୂଆପଡା ଜିଲ୍ଲା କୋମନା ସମ୍ବାଦ ସାହିତ୍ୟଘରର ମୌସୁମୀ କବିତା ଆସର ୱେବିନାର ମାଧ୍ୟମରେ ଆୟୋଜିତ ହୋଇ ଯାଇଛି ।କୋମନା ଠାରେ ସମ୍ବାଦ ସାହିତ୍ୟଘରର ମୌସୁମୀ କବିତା ଆସର ଆୟୋଜିତ ହୋଇ ଯାଇଛି । ସାହିତ୍ୟଘରର ସଭାପତି ଯୁବ ଗାଳ୍ପିକ ମାୟାଧର ସରାଫଙ୍କ ସଭାପତିତ୍ବରେ ଆୟୋଜିତ କବିତା ଆସରକୁ କବୀ ଡ.ଗୀତାଶ୍ରୀ ପ୍ରିୟମ୍ବଦା ଉଦଘାଟନ କରି ଥିଲେ । ମୁଖ୍ୟ ଅତିଥି ଡ.ଗୀତାଶ୍ରୀ ପ୍ରିୟମ୍ବଦା ନିଜ ବକ୍ତବ୍ୟରେ ନୂଆପଡା ଜିଲ୍ଲାର କଳା, ସାହିତ୍ୟ, ପ୍ରଥା,ପରଂପରା ସହ ପର୍ଯ୍ୟଟନର ବୈଭଵ ସଂପର୍କରେ ସୂଚନା ଦେଇ ଥିଲେ ।
ମୌସୁମୀ କବିତା ଆସରରେ ବୌଦ୍ଧ ଜିଲ୍ଲାର ଅତିଥି କବି ଭାର୍ଜନ ପ୍ରଧାନ, ରଞୁ ଅମାତ, ସୁନୀଳ କୁମାର ସାହୁ,ତିଳ ରାଉତ, କଳ୍ଳୋଳୀନି ମିଶ୍ର,ଓମ ପ୍ରଣବ ନାୟକ, ଶୋଭାକର ପ୍ରଧାନ,ଡ.ନଳୀନି କୁମାର ପାଣିଗ୍ରାହୀ, ଖଗେଶ୍ବର ବାଗ,ମୁରଳୀଧର ଶିକା, ଜିତଲାଲ କାଣ୍ତ, ଛତିଶଗଡ ରାୟଗଡର ସୁରଭି ସାହୁ,ଭାଗରଥି ଭୋଈ, ଅଜିତ କୁମାର ପାଢୀ,ମକୁନ୍ଦ ଦେବ ଚିନାଗୁନ, ସମ୍ବାଦ ସାହିତ୍ୟଘରର ସଂଯୋଜକ ତଥା କୋମନା ସମ୍ବାଦ ପ୍ରତିନିଧି ସରୋଜ କୁମାର ଦାସ କବିତା ପାଠ କରି ଥିବା ବେଳେ ସଂପାଦକ ଅଜୟ କୁମାର ମଲ୍ଲିକ ଯୋଗଦାନ କରି ଥିଲେ । ସାହିତ୍ୟଘର ସଭାପତି ମାୟାଧର ସରାଫ କାର୍ଯ୍ୟକ୍ରମ ପରିଚାଳନା କରି ଥିବା ବେଳେ କବି ଓମପ୍ରଣବ ନାୟକ ଧନ୍ୟବାଦ ଜ୍ଞାପନ କରି ଥିଲେ ।
Comments are closed.