Odisha news

ନିର୍ମାଣଧିନ ଦୋକାନ ଘର ଭାଙ୍ଗି ଦେଲେ ଅସାମାଜିକ ବ୍ୟକ୍ତି, କାର୍ଯ୍ୟାନୁଷ୍ଠାନ କେବେ ?

୧୩/୭ -ସକାଳ ଖବର ( ସୁରେନ୍ଦ୍ର ପ୍ରସାଦ ତିୱାରୀ ) : ଖଡିଆଳ ଥାନା ସାନମହେଶ୍ବର ଗାଁରେ ନିର୍ମାଣାଧିନ ଏକ ଦୋକାନ ଗୢହକୁ କିଛି ଅସାମାଜିକ ବ୍ୟକ୍ତି ଭାଙ୍ଗି ଦେଇ ଥିବା ଅଭିଯୋଗ ହୋଇଛି । ଗାଁର ବିଶ୍ବନାଥ ବାଗ ସାନମହେଶ୍ବର ବସଷ୍ଟାଣ୍ତରେ ଧାର କରଜ କରି ଏକ ପନିପରିବା ଦୋକାନ ଗୃହ ନିର୍ମାଣ କରୁ ଥିଲେ । କୌଣସି ବ୍ୟକ୍ତି ତାକୁ ଭାଙ୍ଗି ଦେଇ ଥିବା ବିଶ୍ବନାଥ ଅଭିଯୋଗ କରିଛନ୍ତି । ଆବଶ୍ୟକ ପଦକ୍ଷେପ ପାଇଁ ଦାବୀ କରିଛନ୍ତି। ଏ ଅଞ୍ଚଳରେ ଅସମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ଦିନ କୁ ଦିନ ବୃଦ୍ଧି ପାଉଛି। ନିର୍ମାଣଧିନ ଦୋକାନ ଗୃହ ଭାଙ୍ଗି ଥିବା ଅସମାଜିକ ବ୍ୟକ୍ତିଙ୍କୁ ଗିରଫ କରି ବିଶ୍ଵନାଥ କୁ ଶୀଘ୍ର ନ୍ୟାୟ ପ୍ରଦାନ ପାଇଁ ଅଞ୍ଚଳରେ ସ୍ୱରୁଉଠି ଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖାଦେଇଛି।

Govt

Comments are closed.