ନୂଆପଡ଼ା -୩୦/୧ (ସୁରେନ୍ଦ୍ର ତିୱାରୀ) ଓଡ଼ିଶା ସରକାରଙ୍କ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଓଡ଼ିଶା ବିଦ୍ଯାଳୟ ଶିକ୍ଷା କାର୍ଯ୍ଯକ୍ରମ ପ୍ରାଧିକରଣରେ କାର୍ଯ୍ଯରତ ସମଗ୍ର ଶିକ୍ଷା ଯୋଜନାର ଗୋଷ୍ଠି ଶିକ୍ଷା କାର୍ଯ୍ଯଳୟର ହିସାବ ରକ୍ଷକ ଓ ଯୋଜନା ପରିଚାଳନା ସଂଯୋଜକଙ୍କ ମିଳିତ ସଂଘର ରାଜ୍ଯ ବ୍ଯାପି କାର୍ଯ୍ଯବନ୍ଦ ଆହ୍ୱାନରେ ଗତ ବୁଧବାର ଠାରୁ ସିନାପାଲି ବିଇଓ ଅଫିସରେ କାର୍ଯ୍ଯରତ ଉକ୍ତ ଶ୍ରେଣୀୟ କର୍ମଚାରୀ ମାନେ ମଧ୍ଯ କାର୍ଯ୍ଯବନ୍ଦ କରିଥିବା ଜଣାପଡ଼ିଛି । ଫଳରେ ଦୈନନ୍ଦିନ ଅଫିସ ପରିଚାଳନାରେ ସମସ୍ଯା ଦେଖା ଦେଇଛି । ରାଜ୍ଯ ସଂଘ ତରଫରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ସହ ସ୍ଥାୟୀ ନିଯୁକ୍ତି ପ୍ରଦାନ ପ୍ରମୁଖ ଦାବି ରହିଥିବା ବେଳେ ଦାବି ପୂରଣ ନହେଲେ ଆଗାମୀ ଶନିବାର ଦିନ ସଂଘ ତରଫରୁ ଭୁବନେଶ୍ୱର ଠାରେ ଧାରଣା ଦିଆ ଯିବାକୁ ସ୍ଥିର ହୋଇଥିବା ଜଶାପଡ଼ିଛି । ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଗୋଷ୍ଠି ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ସିନାପାଲି ବିଇଓ ଅଫିସର ଏକାଉଣ୍ଟର ସନ୍ତୋଷ ବନ୍ଦିଚ୍ଛୋର, ଗୁପ୍ତେଶ୍ୱର ମାଝୀ ଓ ପ୍ଲାନିଙ୍ଗ କୋଅଡ଼ିନେଟର୍ ଶଙ୍କର୍ଷଣ ଦଣ୍ତସେନା ଏହି ଆନ୍ଦୋଳନରେ ସାମିଲ ଥିବା ଜଣାପଡ଼ିଛି ।