Odisha news

ଭାଷା ସାହିତ୍ଯ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ସାରସ୍ବତ ସମିତିର ଆଲୋଚନା 

0
ନୂଆପଡ଼ା -୨୭/୧- (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସିଥିବା ରାଜ୍ଯ ସରକାରଙ୍କ ଭାଷା ସାହିତ୍ଯ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ଯବଂଶୀ ସୂରଜଙ୍କୁ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମା ଠାରେ ଗଙ୍ଗାଧର ସାରସ୍ୱତ ସମିତିର କର୍ମକର୍ତ୍ତା ସାକ୍ଷାତ କରିବା ସହ ଜିଲ୍ଲାରେ ଓଡ଼ିଆ ଭାଷା, ସାହିତ୍ଯର ବିକାଶ ସହ ଏଠିକାର କବି ଲେଖକଙ୍କୁ ଉତ୍ସାହ ପ୍ରଦାନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ଅବସରରେ ସୀମାନ୍ତ ଛତିଶଗଡ଼ ଅଞ୍ଚଳ ରେ ବହୁସଂଖ୍ଯାରେ ଓଡ଼ିଆ ଭାଷାଭାଷି ଲୋକ ରହୁଥିବା ବେଳେ ସେଠାକାର ବିଦ୍ଯାଳୟ ମାନଙ୍କରେ ଓଡ଼ିଆ ଶିକ୍ଷକ ନିଯୁକ୍ତି, ସୀମାନ୍ତରେ ସାଧନାରତ ସାହିତ୍ଯିକ ଓ ସାହିତ୍ଯ ଅନୁଷ୍ଠାନକୁ ସ୍ଵତନ୍ତ୍ର ଉତ୍ସାହ ପ୍ରଦାନ, ସିନାପାଲିରେ ସୀମାନ୍ତ କବି ମନୋହର ମେହେରଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ, ନୂଆପଡ଼ା ଜିଲ୍ଲା ପାଇଁ ସ୍ଵତନ୍ତ୍ର ପତ୍ରିକା ପ୍ରକାଶନ ଆଦି ସାତଟି ବିଷୟ ବିନ୍ଦୁ ଆଧାରିତ ଏକ ସ୍ମାରକ ପତ୍ର ସମିତିର ସଭାପତି ବୈଷ୍ଣବ ମେହେରଙ୍କ ନେତୃତ୍ୱରେ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ସୂର୍ଯ୍ଯବଂଶୀ ଏହାକୁ ଗ୍ରହଣ କରିବା ସହ ସକରାତ୍ମକ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି । ମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ସମିତିର  ଏହି ପ୍ରତିନିଧି ଦଳରେ ସଭାପତିଙ୍କ ସହ ସମ୍ପାଦକ ତରୁଣ କୁମାର ମେହେର, ଧୃବଚରଣ ପଧାନ, ପ୍ରଦ୍ଯୁମ୍ନ କୁମାର ସିଂ ଚିନ୍ଦା, ପ୍ରେମାନନ୍ଦ ମେହେର, ରଶ୍ମିରଞ୍ଜନ ସା ପ୍ରମୁଖ ଉପସ୍ଥିତ ଥିଲେ
Leave A Reply