Odisha news

୪୭ ତମ ନେସନାଲ ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ

0

ନୂଆପଡ଼ା ୨୭/୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ସିଲଦା ସ୍ଥିତ ନେସନାଲ ମହାବିଦ୍ୟାଳୟ ରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ଓ  ୪୭ ତମ ବାର୍ଷିକ ଉତ୍ସବ ମହା ସମାରୋହ ରେ ପାଳିତ ହେଇ ଯାଇଛି। ଏ ଅବସର ରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ଓ ସାହିତ୍ୟ,ଓ ସଂସ୍କୃତି ମନ୍ତ୍ରୀ  ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟା ଅତିଥି ଭାବେ ଯୋଗ ଦେଇ ବାର୍ଷିକ ଉତ୍ସବ କୁ ଉଦଘାଟନ କରିଥିଲେ । ସର୍ବପ୍ରଥମେ ଛାତ୍ରୀ ମାନେ ମନ୍ତ୍ରୀ ତଥା,ଅତିଥି ପୁର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ଏନଏସି ଅଧକ୍ଷା ଡା,ସୋନିଆ ଗୋଲଡି ଅଗ୍ରୱାଲ, ଅଭିନନ୍ଦନ ପଣ୍ଡା, ଗୋଲ୍ଡୀ  ଅଗ୍ରୱାଲ, ପ୍ରସନ୍ନ କୁମାର ପାଢ଼ୀ, ଖିତିଶ ଅଶୋକ ବୋଧଙ୍କର ପ୍ରମୁଖଙ୍କୁ ତିଳକ, ଚନ୍ଦନ, ପୁଷ୍ପ ଦେଇ ଆତସବାଜି ମଧ୍ୟ ରେ ମଞ୍ଚକୁ ପାଛୋଟି ଆଣିଥିଲେ। ପ୍ରଥମେ ଅତିଥି ଗଣ ଭଗବାନଙ୍କ ଫଟୋ ଚିତ୍ର ରେ ଦୀପଜାଳି ପୂଜାର୍ଚନା କରିଥିଲେ। ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା ପରେ ପରେ ଅତିଥି ଓ ମୁଖ୍ୟ ଅତିଥି ତାଙ୍କର ଅଭିଭାଷଣ ପ୍ରଦାନ କରିଥଲେ।  ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ସହ ଟ୍ରଫି ପ୍ରଦାନ୍ କରିଥିଲେ।। ଛାତ୍ର ଛାତ୍ରୀ ମାନେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ସଙ୍ଗୀତ ପରିବେଷଣ କରି ସମସ୍ତ ଙ୍କ ନିଜ ଲୁଚାୟିତ ପ୍ରତିଭା ପ୍ରଦର୍ଶନ କରିଥଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ  ହିତେଶ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରି ବିଭିନ୍ନ ଦାବି ଉପସ୍ଥାପନା କରିଥଲେ ଓ ମଞ୍ଚ ପରିଚାଳନା କରିଥିଲେ କ୍ରୀଡ଼ା ଅଧ୍ୟାପକ ପ୍ରକାଶ କୁମାର ସାହୁ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ  ଦୁର୍ଲ୍ଲଭ ଚରଣ ବେହେରା। ସୁଚନା ଯୋଗ୍ୟ ଯେ, ଦୁଇଟି ବିଜ୍ଞାନାଗାର ପାଇଁ,୨୫୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍ , ଖେଳ ଭିତ୍ତି ଭୁମି ଇତ୍ୟାଦି ପାଇଁ ମନ୍ତ୍ରୀ ପ୍ରାୟ  ୫କୋଟି ର ଅନୁଦାନ ଘୋଷଣା କରିଥିଲେ।

Leave A Reply