Odisha news

ନୂଆପଡ଼ା ନିର୍ବାଚନ ମଣ୍ଡଳୀ ର ରାସ୍ତା ଘାଟ ଓ ବିଶ୍ରାମ ଗୃହ ନିର୍ମାଣ ପାଇଁ ବିଭାଗୀୟ  ମନ୍ତ୍ରୀଙ୍କୁ ସାକ୍ଷାତ ଓ ଦାବି ପତ୍ର ପ୍ରଦାନ

0

ନୂଆପଡ଼ା – ୨୩/୧(ସୁରେନ୍ଦ୍ର ତିୱାରୀ)  ନୂଆପଡ଼ା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଙ୍କୁ  ତାଙ୍କ ଭୁବନେଶ୍ୱର ସରକାରୀ ବାସ ଭବନ ରେ ଆଜି ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣଗ୍ରାହୀ ସାକ୍ଷାତ କରି ସମସ୍ୟା ସବୁ ଆଲୋଚନା କରିଥିଲେ । ନୂଆପଡା ନିର୍ବାଚନ ମଣ୍ଡଳୀ ର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ରାସ୍ତା ଯାହା ପଡୋଶୀ ରାଜ୍ୟ ଛତଶଗଡ଼ ଓ ପଡୋଶୀ ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାକୁ ସଂଯୋଗ କରୁଛି, ସେ ସବୁ ରାସ୍ତା କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରି ପକ୍କା, ପ୍ରଶସ୍ତ ଓ ସୁଦୃଢ଼ କରିବା ପାଇଁ ଦାବୀ ପତ୍ର ପ୍ରଦାନ କରିଛନ୍ତି। ଲଖନା ରୁ ଠିକପାଲି, କାଣ୍ଡେତରା ରୁ ତରବୋଡ, ଲଖନା ରୁ ବରଗଡ଼ ଜିଲ୍ଲା ସୀମା ଭାୟା ବଣକିମହୁଲ, ଲଖନା ରୁ ସରେଇବାହାଲ ବଲାଙ୍ଗୀର ଜିଲ୍ଲା ସୀମା, ଦର୍ଲିମୁଣ୍ଡା ରୁ ଲଖନା, ଜାମଦରହା ରୁ ଲଖନା, ବେଲଟୁକୁରୀ ରୁ ଝାରବନ୍ଧ ଭାୟା ବାରକୋଠୀ ବରଗଡ଼ ଜିଲ୍ଲା ସୀମା, ସାରାବାଙ୍ଗ ରୁ ଧରମବନ୍ଧା ଭାୟା ଆମାନାରା, ସାରାବଙ୍ଗ ରୁ କେନ୍ଦୁବାହାରା ଭାୟା ଫରଫୌଦ ଛତିଶଗଡ଼ ସୀମା  ରାସ୍ତା ଗୁଡ଼ିକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ରୁ ହସ୍ତାନ୍ତର କରି ପୁର୍ତ୍ତ ବିଭାଗ ଅଧୀନ କୁ ଆଣି  ପ୍ରଶସ୍ତ ଓ ପକ୍କା ରାସ୍ତା  ନିର୍ମାଣ ପାଇଁ ବ୍ୟବସ୍ଥା କରିବାକୁ  ଶ୍ରୀ ପାଣିଗ୍ରାହି ଦୃଢ଼ତା ସହ ସମସ୍ୟା  ଉପସ୍ଥାପନ କରି ଦାବିପତ୍ର ପ୍ରଦାନ ସହିତ ରାସ୍ତା ନିର୍ମାଣ ହେଲେ ଜନସାଧାରଣ ସିଧା ସଳଖ ଉପକୃତ ହେବେ ବୋଲି ଆଲୋଚନା କରିଛନ୍ତି। ନୂଆପଡା ଜିଲ୍ଲା ସଦର ମହକୁମାରେ ସର୍କିଟ ହାଉସ କୁ ଛାଡ଼ିଦେଲେ ବିଭିନ୍ନ ଅଧିକାରୀ ,ମନ୍ତ୍ରୀ କିମ୍ବା ଅତିଥି ଆସିଲେ ଅନ୍ୟ କୌଣସି ବିଶ୍ରାମ ସ୍ଥଳୀ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଥିପାଇଁ ଘୋର ଦୁର୍ଦ୍ଦଶା ର ସମ୍ମୁଖୀନ ହେବାକୁ ପଡୁଛି। ଏଣୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବାର ସୁଟ ବିଶିଷ୍ଟ ଅତିଥି ବିଶ୍ରାମ ଗୃହ ମଞ୍ଜୁର କରିବା ପାଇଁ ଶ୍ରୀ ପାଣିଗ୍ରାହୀ ବିଶେଷ ଅନୁରୋଧ କରିଛନ୍ତି। ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ନିଶ୍ଚିତ ଭାବରେ ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଭର ପ୍ରତିଶୃତି ପ୍ରଦାନ କହିଛନ୍ତି।

Leave A Reply