Odisha news

ସଡ଼କ ଦୁର୍ଘଟଣା ରେ ଯୁବକ ମୃତ

0
ନୂଆପଡା – ୨୩/୧ (ସୁରେନ୍ଦ୍ର ତିୱାରୀ) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ନିଲଜି ଡ଼ାଙ୍ଗରିଗୁଡା ଛକ ଠାରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ. ମୃତକ ଜଣକ ବୋଡେ଼ନ ଥାନା ବୁଢୀପଦର ଗ୍ରାମର ବଳରାମ ସା (27) ବୋଲି ଜଣାପଡିଛି.ବଳରାମ ସିନାପାଲି ପଟୁ ନିଜ ଗ୍ରାମ କୁ ଫେରୁଥିବା ବେଳେ ଏକ ଅଜଣା ଟ୍ରକ ପଛ ପଟୁ ଧକ୍କା ଦେଇ ଫେରାର ହୋଇଯାଇଛି. ସ୍ଥାନୀୟ ଲୋକେ ବଳାରାମଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିନାପାଲି ପଠାଇ ଥିଲେ. ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ. ଯୁବକଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳ ରେ ଉତ୍ତେଜନା ପ୍ରକାଶ ପାଇଥିଲା. ପରିବାର ଲୋକେ ଓ ଗ୍ରାମ ବାସୀ କ୍ଷତି ପୂରଣ ଦାବି କରିଥିଲେ.
Leave A Reply