Odisha news

ଦିବ୍ୟାଙ୍ଗଙ୍କୁ ପ୍ରଶାସନର ଅଣଦେଖା : ଟ୍ରାଇ ସାଇକଲ ଟିଏ ପାଇଁ ହନ୍ତସନ୍ତ 

0
ନୂଆପଡ଼ା- ୧୬/୧(ସୁରେନ୍ଦ୍ର ତିୱାରୀ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସୁନାରିସୀକୁଆ ଗ୍ରାମ ପଞ୍ଚାୟତର ଦୁଇ ଦିବ୍ୟାଙ୍ଗଙ୍କୁ ମିଳୁନି ଟ୍ରାଏ ସାଇକେଲ ସମସ୍ୟା ଭୋଗୁଛନ୍ତି ଦୁଇ ଦିବ୍ୟାଙ୍ଗ । ଜଣେ ହେଲେ ସୁନାରିସୀକୁଆ ଗ୍ରାମର ତ୍ରିବେଣୀ ବୈଠାରୁ (୫୫) ଅନ୍ୟ ଜଣେ ହେଲେ ଖୁରୁଦ ସିକୁଆ ଗ୍ରାମର ଈଶ୍ୱର ପ୍ରସାଦ ମାଝି (୧୮) ।  ସୁନାରିସୀକୁଆର ବିଧବା ତ୍ରିବେଣୀ ବୈଠାରୁ ଗତ ୨୦୧୯ ମସିହାରେ ପରିବାର ପ୍ରତି ପୋଷଣ ପାଇଁ ଦାଦନ ଶ୍ରମିକ ହୋଇ ସୁଦୂର ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ଆଶାଥିଲା ଦାଦନ ସର୍ଦ୍ଦାର ଠାରୁ ଟଙ୍କା ଆଣି ପରିବାର ପ୍ରତିପୋଷଣ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ସମୟରେ ଲୋକଙ୍କ ଠାରୁ କରଜ କରିଥିବା ଟଙ୍କା ପରିଶୋଧ କରିବେ । ହେଲେ ଦଇବର ଇଚ୍ଛାଥିଲା ଅଲଗା ତ୍ରିବେଣୀ ଇଟା ବୋଝେଇ ଟ୍ରାକ୍ଟରରେ କାମ କରୁଥିବା ବେଳେ ଟ୍ରାକ୍ଟର ଦୁର୍ଘଟଣା ଘଟି ଡାହାଣ ଗୋଡ଼ ଭାଙ୍ଗି ଯାଇଥିଲା । ଆନ୍ଧ୍ରପ୍ରଦେଶରେ ଅଳ୍ପ ଚିକିତ୍ସା ପରେ ଓଡ଼ିଶା ଆସି ବିଭିନ୍ନ ଚିକିତ୍ସାଲୟରେ ଚିକିତ୍ସା ହେଲା ପରେ ଭାଙ୍ଗିଥିବା ଗୋଡ଼କୁ କାଟି ଦିଆଗଲା । ହେଲେ ସ୍ଥାନୀୟ ଦାଦନ ସର୍ଦ୍ଦାର କୌଣସି ସହଯୋଗ କଲେ ନାହିଁ । ଫଳରେ ବହୁ ସୁବିଧାରେ ଦିନ କାଟୁଛନ୍ତି । ବର୍ତ୍ତମାନ ସେ ଚାଲି ପାରୁନଥିବା ଯୋଗୁଁ କେଉଁ ଆଡେ ଯିବା ଆସିବା କରି ପାରୁନାହାନ୍ତି । ଆଶାବାଡ଼ି ସାହାଯ୍ୟରେ ବହୁ ଅସୁବିଧାରେ ଏଣେ ତେଣେ ଯିବା ଆସିବା କରୁଛନ୍ତି । ଏପରିକି ଏକ ସହ ମିଟର ରାସ୍ତା ଚାଲିବାକୁ ଅଧ ଘଣ୍ଟାରୁ ଅଧିକ ସମୟ ଲାଗୁଛି ଓ ବହୁ କଷ୍ଟ ଅନୁଭବ କରୁଛନ୍ତି । ଟ୍ରାଏ ସାଇକେଲ ଗୋଟିଏ ପାଇବା ପାଇଁ ପଞ୍ଚାୟତର ସରପଞ୍ଚ ଏପରିକି ପଞ୍ଚାୟତକୁ ଆସୁଥିବା ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଟ୍ରାଏ ସାଇକେଲ ଗୋଟିଏ ମିଳି ପାରୁନାହିଁ । ସେହିପରି ସୁନାରିସୀକୁଆ ଗ୍ରାମ ପଞ୍ଚାୟତର ଖୁରୁଦ ସିକୁଆ ଗ୍ରାମର ଈଶ୍ୱର ପ୍ରଶାଦ ମାଝି (୧୮) ବର୍ଷ ଜନ୍ମଠାରୁ ଦିବ୍ୟାଙ୍ଗ ସେ କେବଳ ବସିଥିବା ବେଳେ ଏପଟ ସେପଟ ହଲି ମଧ୍ୟ ପାରନ୍ତି ନାହିଁ । ଫଳରେ ବାପା ରଞ୍ଜିତ ମାଝି ଓ ମା ସେବନି ମାଝିଙ୍କ ଭରସାରେ ରହି ଦିନ କାଟୁଛନ୍ତି । ବାପା ମା  ଦିବ୍ୟାଙ୍ଗ ପୁଅକୁ ବୋହି ସମସ୍ତ କାମ କରୁଥିବା ବେଳେ ପୁଅକୁ ଟ୍ରାଏ ସାଇକେକ ଗୋଟାଏ ଯୋଗାଇ ଦେବାକୁ ସ୍ଥାନୀୟ ସରପଞ୍ଚଙ୍କୁ କହି କହି ନିରାଶ ହୋଇଥିବା ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଦୁଇ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଏ ସାଇକେଲ ସହିତ ଦିବ୍ୟାଙ୍ଗ ମାନେ ପାଉଥିବା ସମସ୍ତ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି ।
Leave A Reply