Odisha news

୧୯୯୮ ମାଟ୍ରିକ ବ୍ଯାଚ ଶିକ୍ଷକ ଓ ସହପାଠୀ ସମାବେଶ

0
ନୂଆପଡା ୬/୧- (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ହାଇସ୍କୁଲର ୧୯୯୮ ମାଟ୍ରିକ ବ୍ୟାଚ ସହପାଠୀ ଓ ସେମାନଙ୍କୁ ପାଠ ପଢ଼ାଇଥିବା ଶିକ୍ଷକଙ୍କ ଏକ ମିଳନ ସମାବେଶ ସ୍ଥାନୀୟ ମଣ୍ତି ପଡ଼ିଆ ଠାରେ ଅନୁଷ୍ଠିତ ହୋଇଛି । ହାଇସ୍କୁଲ ଛାଡ଼ିବାର ଦୀର୍ଘ ୨୬ ବର୍ଷ ପରେ ଏହି ପ୍ରଥମ ଭେଟଘାଟରେ ଉଭୟ ଶିକ୍ଷକ ଓ ସହପାଠୀ ଭାବ ବିଭୋର ହୋଇ ପଡ଼ିଥିଲେ । ସ୍ଥାନୀୟ ତଥା ବାହାରେ ଅବସ୍ଥାପିତ ପ୍ରାୟ ସହପାଠୀ ନିଜ ପରିବାର ସହ ଯୋଗ ଦେଇଥିଲେ । କାର୍ଯ୍ଯକ୍ରମରେ ସେତେ ବେଳର ଶିକ୍ଷକ ରଥାଙ୍ଗପାଣି ପୁରୋହିତ, ସନ୍ତୋଷ ପତି, ତ୍ରିବିକ୍ରମ ପାତ୍ର, କ୍ଷେତ୍ରବାସି ମେହେର, ତୁଳସୀରାମ ମେହେର, ପ୍ରଜେଶ ପାଣିଗ୍ରାହୀ, ମୋବାରକ ଖାନ, ସତ୍ଯବାନ ମେହେର ଓ ସେବକ ଗିରିଧାରି ଯୋଷୀ ଅତିଥି ଭାବରେ ଉପସ୍ଥିତ ରହିଥିବା ବେଳେ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ତରଫରୁ ସମସ୍ତଙ୍କୁ ଫୁଲଚନ୍ଦନ, ଉପଢ଼ୌକନ ଦେଇ ଏକ ଭାବମୟ ପରିବେଶରେ ଗୁରୁପୂଜନ କରାଯାଇଥିଲା।  କାର୍ଯ୍ଯକ୍ରମର ପ୍ରାରମ୍ଭରେ ଦିନେଶ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଯତୀନ୍ଦ୍ର ମେହେର ଗୁରୁଙ୍କୁ ମଞ୍ଚ କୁ ଆମଂତ୍ରଣ କରି ସଭା ସଞ୍ଚାଳନ କରିଥିଲେ  ପ୍ରଥମେ ଦିବଂଗତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ଯର ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା। ଏହି ଅବସରରେ ଗୁରୁ ମାନଙ୍କ ସହ ଗୌରହରୀ ମେହେର, ସାରିକା ଜୈନ, ରୀନା ଜୈନ ହାଇସ୍କୁଲ ସମୟର ସ୍ମୃତିଚାରଣ କରିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ଖିତିଧର ମେହେର, ଦିନେଶ ମେହେର, କ୍ଷିରୋବ ମେହେର, ନିଶ୍ଚଲାନନ୍ଦ ମେହେର, ହୃଷିକେଶ ମେହେର, ସଞ୍ଜୟ ମିତ୍ତଲ, ସୁଶାନ୍ତ ମେହେର, ସତ୍ଯବ୍ରତ ମେହେର, ମନୋଜ ମେହେର, ପ୍ରଶାନ୍ତ ମେହେର, ପ୍ରଣିତା ମେହେର, ରଶ୍ମିତା ମେହେର, ଯାଜ୍ଞସେନୀ ମେହେର, ରଶ୍ମି ମେହେର, ମୀନତି ପାଢ଼ି, ନୀଳମ୍  ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ବିଷ୍ଣୁପ୍ରସାଦ ମେହେର ଧନ୍ୟବାଦ ଦେଇଥିଲେ l
IEC 2 years
Leave A Reply