Odisha news

୧୯୯୨ ମାଟ୍ରିକ ବ୍ଯାଚର ମୁକ୍ତା ଜୟନ୍ତୀ ସମାବେଶ

0
ନୂଆପଡ଼ା -୨୪/୧୨ (ସୁରେନ୍ଦ୍ର ତିୱାରୀ) ସିନାପାଲି ହାଇସ୍କୁଲର ୧୯୯୨ ମାଟ୍ରିକ ବ୍ୟାଚ ସହପାଠୀଙ୍କ ବନ୍ଧୁ ମିଳନ ତଥା ମୁକ୍ତା ଜୟନ୍ତୀ ସମାବେଶ ସ୍ଥାନୀୟ ପ୍ରଧାନୀ ଜଙ୍ଗଲର ସବୁଜ ବନାନୀ ମଧ୍ଯରେ ଅନୁଷ୍ଠିତ ହୋଯାଇଛି । ହାଇସ୍କୁଲ ଛାଡ଼ିବାର ଦୀର୍ଘ ୩୨ ବର୍ଷ ପରେ ଭେଟଘାଟକୁ ନେଇ ସହପାଠୀଙ୍କ ମଧ୍ଯରେ ଏକ ଆବେଗମୟ ପରିବେଶ ସୃଷ୍ଟି ହୋଇଥିଲା । ସ୍ଥାନୀୟ ତଥା ଚାକିରୀ କିମ୍ୱା କାମଧନ୍ଧା ପାଇଁ ଓ ଅନ୍ଯତ୍ର ବାହା ହୋଇ ଜିଲ୍ଲା ବାହାରେ ଏବଂ ପଡ଼ୋଶୀ ରାଜ୍ଯରେ ରହୁଥିବା ପ୍ରାୟ ୫୦ ଜଣ ସହପାଠୀ ଓ ସହପାଠିନୀ ଏହି କାର୍ଯ୍ଯକ୍ରମରେ ସପରିବାର ଯୋଗଦେଇଥିଲେ। ସଭା ପ୍ରାରମ୍ଭରେ ଶିବ ପ୍ରସାଦ ମେହେର ସମସ୍ତଙ୍କୁ ସ୍ୱାଗତ କରିଥିବା ବେଳେ ଅତିଥି ଭାବରେ ପ୍ରାଧ୍ୟାପକ ଦୈତାରୀ ମେହେର ଓ ସମାଜସେବୀ ଗଣେଶ ରାମ ମେହେର ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମାବେଶର ଶୂଭାରମ୍ଭ କରିଥିଲେ l ମୋହନ ଚରଣ ଦାସ ଓ ପଙ୍କଜ ଦାସ ବେଦମନ୍ତ୍ର ପାଠ କରିଥିଲେ । ଚୂଡ଼ାମଣି ମେହେର ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ମନୋରଞ୍ଜନ ମେହେର ସଭା ପରିଚାଳନା କରିଥିଲେ l ଏହି ଅବସରରେ ଦିବଂଗତ ସହପାଠୀଙ୍କ ଉଦ୍ଦେଶ୍ଯରେ ଉପସ୍ଥିତ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।  ପବନ ସାହୁ, ତାପସ ରଞ୍ଜନ ପାଣିଗ୍ରାହୀ, ଭୁତାଣୀ ମେହେର, ତରୁଫୁଲ ମେହେର, ସନାତନ ସୁନାନୀ ପ୍ରମୁଖ ବାହାରୁ ଆସି ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତେ ହାଇସ୍କୁଲ ଜୀବନର ସ୍ମୃତିଚାରଣ କରିବା ସହ ଏହି ମିଳନ ଦ୍ୱାରା ପରସ୍ପର ଭିତରେ ସୁସଂପର୍କ ସ୍ଥାପନ ହେବ ଓ ଆଗାମୀ ଦିନରେ ସମାଜ ପାଇଁ କିଛି ଗଠନମୂଳକ କାର୍ଯ୍ୟ କରିବାକୁ ମତ ପ୍ରକାଶ ପାଇଥିଲା । କାର୍ଯ୍ଯକ୍ରମ ଆୟୋଜନରେ ରାମକୃଷ୍ଣ ମେହେର, ଧନେଶ୍ୱର ମେହେର, ସୁବାସ ଅଗ୍ରୱାଲ, ରବୀନ୍ଦ୍ର ସା, ମନୋଜ ମେହେର ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l ଶେଷରେ ସରିତା ଯୋଶୀ ଧନ୍ୟବାଦ ଦେଇଥିଲେ l
Govt
Leave A Reply